• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମେ ମାସ ପହିଲାରୁ ଲୋକଙ୍କ ପାଇଁ ଖୁସି ଖବର । କମର୍ସିଆଲ LPG ଗ୍ୟାସ୍‌ ଦର କମିଲା । ସାରା ଦେଶରେ କମର୍ସିଆଲ LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ହ୍ରାସ ପାଇଛି । ଦେଶର ଚାରି ମହାନଗରରେ ୧୭୧.୫୦ ଟଙ୍କା ପର୍ଯ୍ୟନ୍ତ LPG Cylinder ମୂଲ୍ୟ ହ୍ରାସ ପାଇଛି । ଆଜି ଠାରୁ ତଥା ମେ ୧ରୁ ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି । ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ୱେବସାଇଟରେ ନୂତନ ମୂଲ୍ୟର ତାଲିକା ପ୍ରକାଶ ପାଇଛି । ହେଲେ ଘରୋଇ ବ୍ୟବହାର ସିଲିଣ୍ଡର ଦାମ୍‌ ଅପରିବର୍ତ୍ତିତ ରହିଥିବା ସୂଚନା ।

ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ୧୯ ଗ୍ୟାସ୍‌ ସିଲିଣ୍ଡର୍‌ର ମୂଲ୍ୟ ୨୦୨୮ ଟଙ୍କା ବଦଳରେ ୧୮୫୬.୫୦ ଟଙ୍କାରେ ଉପଲବ୍ଧ ହେବ । ସେହିପରି କୋଲକାତାରେ ୨୧୩୨ ଟଙ୍କା ବଦଳରେ ୧୯୬୦.୫୦ ଟଙ୍କାରେ ଏବଂ ମୁମ୍ବାଇରେ ୧୯୮୦ ବଦଳରେ ୧୮୦୮.୫୦ ଟଙ୍କାରେ ଉପଲବ୍ଧ ହେବ ଗ୍ୟାସ ସିଲିଣ୍ଡର । ଅନ୍ୟପଟେ ବର୍ତ୍ତମାନ ଚେନ୍ନାଇରେ କମର୍ସିଆଲ ଏଲପିଜି ୨୦୨୧.୫୦ ଟଙ୍କାରେ ମିଳିବ, ଯାହା ପୂର୍ବରୁ ଏହା ୨୧୯୨.୫୦ ଟଙ୍କା ଥିଲା ।

ତେବେ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡର୍‌ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଲଗାତାର ଦ୍ୱିତୀୟ ମାସ ପାଇଁ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡର୍‌ ମୂଲ୍ୟରେ ହ୍ରାସ ଆସିନାହିଁ । ଶେଷ ଥର ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଗାମୀ ମାସରେ ଘରୋଇ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି ।