• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

୨୦ ବର୍ଷ ପରେ ପୁଣି କଡ଼ ଲେଉଟାଇବ କି ଭାରତୀୟ କ୍ରିକେଟର ସେହି କଳା ଅଧ୍ୟାୟ ? ଦଳରୁ ବାଦ୍ ପଡ଼ିବେ କି ନିଜେ କ୍ୟାପଟେନ୍ ? ଚଳିତ ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଶେଷ ଟେଷ୍ଟର ଭାରତୀୟ ଚୁଡ଼ାନ୍ତ ଏକାଦଶରେ କ୍ୟାପଟେନ ରୋହିତ ଶର୍ମାଙ୍କୁ ସ୍ଥାନ ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଯାହାକି କ୍ରିକେଟ ପ୍ରେମୀଙ୍କୁ ମନେ ପକାଇ ଦେଇଛି ଭାରତୀୟ କ୍ରିକେଟର ୨୦୦୫ର ସେହି ନାଟକୀୟ କଳା ଅଧ୍ୟାୟର ସ୍ମୃତିକୁ...

ଭାରତୀୟ କ୍ରିକେଟ ଇତିହାସରେ କଳା ଅଧ୍ୟାୟ ଭାବେ ବିବେଚିତ ହୋଇଆସୁଛି ବର୍ଷ ୨୦୦୫ର ସୌରଭ ଗାଙ୍ଗୁଲି ଓ ଗ୍ରେଗ୍ ଚାପେଲଙ୍କ ସମୟ । ଗାଙ୍ଗୁଲି ସେତେବେଳେ ଭାରତୀୟ କ୍ରିକେଟର କ୍ୟାପଟେନ୍ ଥିଲେ ହେଲେ ତାଙ୍କ ସହ ଯାହା ଘଟିଥିଲା ସେଥିରେ ସମସ୍ତ ଭାରତୀୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେବଳ ଅଧିନାୟକ ପଦ ଚାଲିଯାଇନଥିଲା ବରଂ ଜାତୀୟ ଦଳରୁ ସେ ନିଜର ସ୍ଥାନ ମଧ୍ୟ ହରାଇଥିଲେ । କୋଚ୍ ଗ୍ରେଗ୍ ଚାପେଲ୍ ଜିମ୍ୱାୱେ ବିପକ୍ଷ ଏକ ମ୍ୟାଚ ପୂର୍ବରୁ ତାଙ୍କୁ ଅଚାନକ ଅଧିନାୟକ ପଦ ଛାଡ଼ିବାକୁ କହିଥିଲେ । ଏତିକିରେ ସରିନଥିଲା କାହାଣୀ, ଏହାପରେ ଗାଙ୍ଗୁଲିଙ୍କୁ ଭାରତୀୟ କ୍ରିକେଟ ଟିମର ଜାତୀୟ ଦଳର ସ୍କ୍ୱାଡରୁ ମଧ୍ୟ ବାଦ୍ ଦିଆଯାଇଥିଲା । ସେତେବେଳେ ଏହି ଘଟଣା ଭାରତୀୟ କ୍ରିକେଟ ଇତିହାସରେ ସବୁଠୁ ଚର୍ଚ୍ଚିତ ଓ ବିବାଦୀୟ ହୋଇଥିଲା । 

ଠିକ୍ ୨୦ ବର୍ଷ ପରେ ବର୍ଷ ୨୦୨୫ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ । ଆଉ ଏବେ ଅନୁରୂପ ଏକ ଘଟଣା ଘଟିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ କ୍ୟାପଟେନ ରୋହିତ ଶର୍ମା ବାଦ୍ ପଡ଼ୁଥିବା ଖବର ସାମ୍ନାକୁ ଆସୁଛି । ଏହାପରେ ଭାରତ ଠାରୁ ନେଇ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଦଳରେ ରୋହିତ ଶର୍ମାଙ୍କ ସ୍ଥାନ ଓ କ୍ରିକେଟ ଭବିଷ୍ୟତ ନେଇ ଆଶଙ୍କା ଓ ଆକଳନ କରୁଛନ୍ତି  । ଏହି କାରଣରୁ ଅନେକ ଏହାକୁ ସୌରଭ ଗାଙ୍ଗୁଲିଙ୍କ ବିବାଦୀୟ ବିଦାୟ ସମୟ ସହ ତୁଳନା କରିବା ଆରମ୍ଭ କରିଛନ୍ତି । ଭାରତୀୟ କ୍ରିକେଟରେ ଇତିହାସର ପୁଣି ସେହି ଚର୍ଚ୍ଚିତ ଅଧ୍ୟାୟର ପୁନରାବୃର୍ତ୍ତି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । 
ଗାଙ୍ଗୁଲି-ଚାପେଲ୍ ବିବାଦୀୟ ଅଧ୍ୟାୟ: ଅତୀତର ଘଟଣା

ବର୍ଷ ୨୦୦୫ରେ ସୌରଭ ଗାଙ୍ଗୁଲି ଭାରତର ସବୁଠୁ ସଫଳତମ କ୍ୟାପଟେନ୍ ରହିଥିଲେ । ଏହାସତ୍ତ୍ୱେ ତାଙ୍କୁ ଏକ ଆଶା କରିନଥିବା ବିଦାୟର ସାମ୍ନା କରିବାକୁ ପଡ଼ିଥିଲା । ମୁଖ୍ୟ କୋଚ୍ ଭାବେ ନୂଆ ନୂଆ ଦାୟିତ୍ୱ ଦେଇଥିଲେ ଗ୍ରେଗ୍ ଚାପେଲ୍ । ତେବେ ଗାଙ୍ଗୁଲିଙ୍କ ନେତୃତ୍ୱ ଓ ରଣନୀତିରେ ଅଭାବ ଅନୁଭବ କରି କୋଚ୍ ନାଖୁସ୍ ଜାହିର କରନ୍ତି । ଏନେଇ ଗଣମାଧ୍ୟମରେ ଅନେକ ବିଭ୍ରାନ୍ତିକର ରିପୋର୍ଟ ପ୍ରକାଶ ପାଏ । ଏହାପରେ ଟିମ ଇଣ୍ଡିଆର ଜିମ୍ବାୱେ ଗସ୍ତ ସମୟରେ ଗାଙ୍ଗୁଲିଙ୍କୁ ପ୍ରଥମେ କ୍ୟାପଟେନ ପଦରୁ ହଟାଇ ଦିଆଯାଏ ଓ ପରେ ଭାରତୀୟ ସ୍ୱାଡ୍ ରୁ ମଧ୍ୟ ବାଦ୍ ଦିଆଯାଏ । ଆଉ ଏହାପରେ ଦେଶରେ ଦେଖାଦିଏ ଘମାସାନ ।  
ଗାଙ୍ଗୁଲିଙ୍କୁ ସମାଲୋଚନା କରି ବିସିସିଆଇକୁ କୋଚ୍ ଚାପେଲ ପଠାଇଥିବା ଇମେଲ୍ ଲିକ୍ ହୋଇଥିବା ଖବର ସାମ୍ନାକୁ ଆସେ । ଯାହାକୁ ନେଇ ହୁଲସ୍ତୁଲ ହୁଏ ଦେଶ ଓ ଭାରତୀୟ ଗଣମାଧ୍ୟମରେ ଏକପ୍ରକାର ଝଡ଼ ଦେଖାଦିଏ ।

ଅଧିକ ପଢ଼ନ୍ତୁ: ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି

ସେପଟେ ଚାପେଲଙ୍କ କାର୍ଯ୍ୟକାଳରେ ଭାରତୀୟ ଖେଳାଳିମାନେ ଚାପରେ ରୁହନ୍ତି ଓ ଟିମ ମିଟିଂରେ ଅପ୍ରିତିକର ପରିସ୍ଥିତି ନେଇ ରିପୋର୍ଟ ରିପୋର୍ଟ ରହିଛି । କୋଚ୍ ଚାପେଲ୍ ହେଡମାଷ୍ଟରଙ୍କ ଭଳି ବ୍ୟବହାର କରୁଥିଲେ ବୋଲି ଅନେକ ରିପୋର୍ଟରେ କୁହାଯାଇଛି । ଏମିତି କି ଟିମରେ ମନମାନୀ, ମନମୁଖୀ ନିଷ୍ପତ୍ତି ଓ ଷ୍ଟାର ଖେଳାଳିଙ୍କ ବିରୋଧରେ କଠୋର ଓ ଅନ୍ୟାୟ କରିଥିବା ଚାପେଲଙ୍କ ବିରୋଧରେ ଅଭିଯୋଗ ରହିଛି । ବର୍ଷ ୨୦୦୬ ଯାଏଁ କୋଣଠେସା ହୋଇ ରୁହନ୍ତି ଗାଙ୍ଗୁଲି । ମାତ୍ର ଏହାପରେ ସେ ଦମଦାର କମବ୍ୟାକ୍ କରନ୍ତି । ମାତ୍ର ଏହି ବିବାଦ ଓ ପତ୍ତନ କେବଳ ଗାଙ୍ଗୁଲିଙ୍କୁ ପ୍ରଭାବିତ କରେନି ବରଂ ସାମଗ୍ରିକ ଭାବେ ଭାରତୀୟ କ୍ରିକେଟ ଉପରେ ଗଭୀର ପ୍ରଭାବ ପକାଏ । ଚାପେଲଙ୍କ କାର୍ଯ୍ୟକାଳରେ ୨୦୦୭ ଦିନିକିଆ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରୁ ଅବିଶ୍ୱସନୀୟ ଭାବେ ବାଦ୍ ପଡ଼େ ଭାରତ । ସେଥିପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ସଫଳତା ସତ୍ତ୍ୱେ ଏହି ସମୟ ଭାରତୀୟ କ୍ରିକେଟରେ ସବୁଠୁ ଦୟନୀୟ ସ୍ଥିତି ଭାବେ ଏବେବି ସ୍ମରଣୀୟ ରହିଛି । 

ରୋହିତ ଶର୍ମା: ସମାନ ପ୍ରକାର କାହାଣୀ ?

ରୋହିତ ଶର୍ମାଙ୍କ ସହିତ ବର୍ତ୍ତମାନର ସ୍ଥିତି ଏତେଟା ଅସ୍ଥିର ନୁହେଁ, ମାତ୍ର ସଙ୍କେତ ଚିନ୍ତାଜନକ ନିଶ୍ଚୟ । ଚଳିତ ସିରିଜରେ ତାଙ୍କର ଖରାପ ଫର୍ମ ଓ ଡ୍ରେସିଂ ରୁମରେ କଥା କଟାକଟି ବିଷୟରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସଙ୍କେତ ତାଙ୍କର ସମ୍ଭାବ୍ୟ ବରିଷ୍କାର ଆକଳନ ଚର୍ଚ୍ଚାକୁ ବଳ ଯୋଗାଇଛି ।   
ଗାଙ୍ଗୁଲିଙ୍କ ସ୍ଥିତି ଭଳି, ଯେତେବେଳେ କୋଚ୍-ଖେଳାଳିଙ୍କ ସଂପର୍କରେ ଫାଟ ସର୍ବସାଧାରଣକୁ ସାମ୍ନାକୁ ଆସିଯାଇଥିଲା, ଗମ୍ଭୀର କିନ୍ତୁ ଏଥିରେ ତାଳି ପକାଇ ସମସ୍ତଙ୍କୁ ଏକାଠି ରଖିବାକୁ ପ୍ରୟାସ କରିଛନ୍ତି । ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇଯିବା ସହ ଡ୍ରେସିଂ ରୁମର ଆଲୋଚନା ଓ କଥା କଟାକଟି ସର୍ବଦା ପ୍ରାଇଭେଟ୍ ରହିବା ଉଚିତ୍ ବୋଲି ସେ କହିଛନ୍ତି । ଯାହାର ଅର୍ଥ ଭିନ୍ନ ମତ ଥାଇପାରେ କିନ୍ତୁ ଏହାର ସମାଧାନ କରିବା ପାଇଁ ଅନ୍ତରୀଣ ଭାବେ ଚେଷ୍ଟା କରାଯାଇଥିବା ସଙ୍କେତ ମିଳିଛି ।
ତେବେ ଯଦି ରୋହିତଙ୍କୁ ହଟାଇ ଦିଆଯାଏ, ତେବେ ଏହି ନିଷ୍ପତ୍ତି କାରଣରୁ ତାଙ୍କ କ୍ୟାରିୟର ଓ ଭାରତୀୟ କ୍ରିକେଟର ନେତୃତ୍ୱ କ୍ଷମତା ଉପରେ ଦୀର୍ଘକାଳୀନ ପ୍ରଭାବ ପଡ଼ିପାରେ ।

୨୦୦୫ରେ ଗାଙ୍ଗୁଲିଙ୍କ ବହିଷ୍କାର ଓ ରୋହିତ ଶର୍ମାଙ୍କୁ ନେଇ ବର୍ତ୍ତମାନର ଅନିଶ୍ଚିତତା ମଧ୍ୟରେ ସମାନତାକୁ ନଜର ଅନ୍ଦାଜ କରିବା ମୁସ୍କିଲ୍ ହେବ । ଉଭୟ ଘଟଣାରେ ଭାରତୀୟ କ୍ରିକେଟ ଟିମର ଅଧିନାୟକଙ୍କ ଉପରେ ଆସିବାକୁ ଥିବା ଅତ୍ୟଧିକ ଚାପ ଓ ଯାଞ୍ଚ ସମ୍ଭାବନା ସୃଷ୍ଟି କରିବ । ଗାଙ୍ଗୁଲିଙ୍କ ଯିବା ଦ୍ୱାରା ଭାରତୀୟ କ୍ରିକେଟରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି । ମାତ୍ର ଏହା ଦେଖିବା ବାକି ଯେ, ରୋହିତଙ୍କ କ୍ଷେତ୍ରର କ’ଣ ହେବ ? ବର୍ତ୍ତମାନ କିନ୍ତୁ ସମସ୍ତଙ୍କର ନଜର ସିଡନୀ ଟେଷ୍ଟ ପାଇଁ ହେବାକୁ ଥିବା ପ୍ଲେଇଂ ଇଲେଭେନ୍ ଉପରେ ରହିଛି । କାରଣ ପ୍ରଶଂସକ ଭାରତୀୟ କ୍ରିକେଟର ଆଉ ଏକ ବଡ଼ ପରିବର୍ତ୍ତନର ପ୍ରତୀକ୍ଷାରେ ଅଛନ୍ତି ।

ଅଧିକ ପଢ଼ନ୍ତୁ: ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ରୋହିତ ଶର୍ମା

OTV is now on Whatsapp

Join and get latest news update delivered to you via whatsapp

Join Now