• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Web Series Cheat Fund streaming on OTT platform; The first episode is free
Web Series Cheat Fund: ‘ତରଙ୍ଗ ପ୍ଲସ୍’ ଓଟିଟି ଫ୍ଲାଟ୍‌ଫର୍ମରେ ଷ୍ଟ୍ରିମିଂ ହୋଇଛି ‘ଚିଟ୍‌ଫଣ୍ଡ୍‌; ପ୍ରଥମ ଏପିସୋଡ୍ ମାଗଣା

‘ତରଙ୍ଗ ପ୍ଲସ୍’ ଓଟିଟି ଫ୍ଲାଟ୍‌ଫର୍ମରେ ଜାନୁଆରୀ ୨ ରୁ ଷ୍ଟ୍ରିମିଂ ହୋଇଛି ନୂଆ ୱେବ୍‌ସିରିଜ୍ ‘ଚିଟ୍‌ଫଣ୍ଡ୍‌’। ପ୍ରଥମ ଥର ପାଇଁ ପରଦାକୁ ଆସିଛି ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ୍‌ ସ୍କାମ୍‌ର ସେହି ଦୁଃଖଭରା କାହାଣୀ। ତେବେ ସବୁଠାରୁ ବିଶେଷ କଥା ହେଉଛି ଏହାର ପ୍ରଥମ ଏପିସୋଡ୍ ମାଗଣାରେ ଦେଖିପାରିବେ।

elderly couple
Viral Couple: ଇନଷ୍ଟାଗ୍ରାମରେ ମନ ଜିଣୁଛି ୪୦ ବର୍ଷର ପ୍ରେମ କାହାଣୀ

ଭୀମରାଓଙ୍କ ଆଖି ନଥିବା ବେଳେ ଶୋଭାଙ୍କ ହାତ ନାହିଁ। ତେବେ ଶାରୀରିକ ଅକ୍ଷମତା ଉଭୟଙ୍କୁ ଅଲଗା କରିପାରି ନାହିଁ। ଉଭୟ ପରସ୍ପରର ସାହାଯ୍ୟରେ ଅତିବାହିତ କରି ସାରିଲେଣି ୪୦ ବର୍ଷ।

ବିଜେଡିର ବିକ୍ଷୋଭ ସମାବେଶ
BJD Agitation: ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଭୁବନେଶ୍ବର ଲୋୟର ପିଏମଜିରେ ଏହି ବିକ୍ଷୋଭ କରାଯାଇଛି । ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ ।

RRC SCR recruitment 2025 apply for 61 post
RRC SCR recruitment 2025: ସ୍ପୋର୍ଟ୍ସ କୋଟା ଥିଲେ ଭାରତୀୟ ରେଳବାଇରେ ଚାକିରି

ରେଳ ନିଯୁକ୍ତି ସେଲ୍, ଦକ୍ଷିଣ କେନ୍ଦ୍ରୀୟ ରେଲ୍‌ୱେ(RRC SCR) ନେଇଆସିଛି ଚାକିରି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଫେରିଲା ମାସ୍କ
HMPV Update: HMPV ସଂକ୍ରମିତ ଚିହ୍ନଟ ପରେ ଆଡଭାଇଜରି ଜାରି, ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁରେ HMPV ଭାଇରସ୍‌ ଚିହ୍ନଟ ହେବା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କର୍ଣ୍ଣାଟକ ସରକାର । ବେଙ୍ଗାଲୁରୁରେ ୨ HMPV ସଂକ୍ରମିତ ଚିହ୍ନଟ ପରେ ଆଡଭାଇଜରି ଜାରି କରି ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର ।

Early cultivation of okra in January get return in 35 days
Early Okra Farming : ଜାନୁଆରୀରେ ଏମିତି କରନ୍ତୁ ଭେଣ୍ଡି ଚାଷ; କିଲୋ ପ୍ରତି ୭୦-୮୦ ଟଙ୍କା ମିଳିବ

ଚାଷୀମାନେ ଜାନୁଆରୀ ମାସରେ ଆଗୁଆ ଭେଣ୍ଡି ଚାଷ କରିପାରିବେ। ଜାନୁଆରୀରେ ଲଗାଯାଇଥିବା ଆଗୁଆ ଭେଣ୍ଡିର ଫସଲ ଫେବୃଆରୀ ଶେଷ ସୁଦ୍ଧା ଉତ୍ପାଦନ ହୋଇଯାଏ। ଚାଷୀମାନେ ସହଜରେ କିଲୋ ପ୍ରତି ୭୦-୮୦ ଟଙ୍କା ପାଇପାରିବେ।

astrology
Astrology:ଏହି ୩ ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୫ ଆଣିବ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ରହିଥାଏ ଯାହା ଦ୍ବାରା ଜନ୍ମିତ ବ୍ୟକ୍ତିଙ୍କ ନିକଟରେ ଏହି ସବୁ ଗୁଣ ଜନ୍ମରୁ ରହିଥାଏ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ସଫଳତା ପାଇବାର ସମ୍ଭାବନା ଅନ୍ୟମାନଙ୍କ ଠାରୁ ଅଧିକ।

ନୂଆ ଭାଇରସକୁ ନେଇ ସରକାର କହିଲେ ଏମିତି
HMPV UPDATE: ଆସିନାହିଁ ଗାଇଡଲାଇନ୍, ଆଗରୁ ଏହି ଭାଇରସ୍ ନେଦରଲ୍ୟାଣ୍ଡରେ ଚିହ୍ନଟ ହୋଇଥିଲା

ଯେତେବେଳେ କେନ୍ଦ୍ର ସରକାରଙ୍କ ଠାରୁ ଯେଉଁ ଆଡଭାଇଜରି ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ । କୋଭିଡ ଆମକୁ ବହୁତ୍ ଜିନିଷ ଶିଖାଇ ଦେଇଛି । ଆମର ସ୍ଵାସ୍ଥ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ସୁଦୃଢ଼ ହୋଇଛି । HMPV ପରୀକ୍ଷା ଲାଗି ଆମର ଭୁବନେଶ୍ଵର AIIMS ଓ ICMR- RMRCରେ ବ୍ୟବସ୍ଥା ଅଛି । ସୁତରାଂ ଜନସାଧାରଣ ଆତଙ୍କିତ ହେବାର କୌଣସି କାରଣ ନାହିଁ।

ନକ୍ସଲ ଆକ୍ରମଣରେ ୮ ଯବାନ ସହିଦ
IED Blast: ମାଓବାଦୀଙ୍କ IED ବିସ୍ଫୋରଣ, ଉଡ଼ିଗଲା ଗାଡ଼ି, ୮ ଯବାନ ସହିଦ

ମାଓ ଅପରେସନ ସାରି ଡିଆରଜି ଯବାନମାନେ ଫେରୁଥିବା ବେଳେ ଏହି ଘଟଣା ଘଟିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଯବାନଙ୍କ ଗାଡିଟି ଭୂମିଠାରୁ ପ୍ରାୟ ୨୦ ଫୁଟ ଉପରକୁ ଉଠିଯାଇଥିଲା । କୁଟୁରୁ- ବେନ୍ଦ୍ରେ ରାସ୍ତାରେ ଏହି ଅଘଟଣ ଘଟିଛି ।

HMPV Virus
HMPV Virus: ସାମ୍ନାକୁ ଆସିଲା ଦେଶର ତୃତୀୟ ସଂକ୍ରମଣ ମାମଲା

ବେଙ୍ଗାଲୁରୁର ୮ ବର୍ଷର ଶିଶୁ ଓ ଜଣେ ୩ ବର୍ଷୀୟା ଶିଶୁ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ଗୁଜରାଟର ଅହମଦାବାଦରେ ଜଣେ ଦୁଇ ବର୍ଷୀୟ ଶିଶୁ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଛୋଟ ଛୁଆ ଜଣଙ୍କ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ସ୍ଥିର ରହିଛି।

ଚିଲିକା ବିହଙ୍ଗ ଉତ୍ସବ
Chilika Bihanga Utsav: ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡର

ଓଡିଶାର ପ୍ରାକୃତିକ ବୈଭବ ତଥା ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା ଏବଂ ଅତିଥି ପକ୍ଷୀମାନଙ୍କର ସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରିବା ହେଉଛି 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଉଦେଶ୍ୟ । ଜାନୁଆରୀ 6ରୁ 12 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ସପ୍ତାହ ଧରି ଚିଲିକା, ମଙ୍ଗଳାଯୋଡି ଓ ନନ୍ଦନକାନନରେ ଚାଲିବ ଏହି ଉତ୍ସବ । 6ରୁ 8 ତାରିଖ ମଧ୍ୟରେ ପଞ୍ଜିକରଣ କରିଥିବା ପ୍ରତିଯୋଗୀ ମଙ୍ଗଳାଯୋଡି ଓ ନଳବଣରେ ପକ୍ଷୀମାନଙ୍କ ଫଟୋଗ୍ରାଫି କରିବାର ସୁଯୋଗ ପାଇବେ।

Badass Ravi Kumar 7 Dialogues
Himesh Reshammiya: ହିମେଶ ରେଶମିୟାଙ୍କ ଆକ୍ସନ୍ ଫିଲ୍ମ 'ବ୍ୟାଡେସ୍ ରବି କୁମାର'...୭ ଦମଦାର ଡାଏଲଗ୍

'ବ୍ୟାଡେସ୍ ରବି କୁମାର'ର ଟ୍ରେଲର୍ ଲଞ୍ଚ୍‌ କରାଯାଇଛି। ୟୁଟ୍ୟୁବରେ ଟ୍ରେଲର୍‌ ଟ୍ରେଣ୍ଡ୍‌ ହେଉଛି। ଟ୍ରେଲରରେ ହିମେଶ ଏପରି ଡାଏଲଗ୍ କହୁଛନ୍ତି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

ଗୋଟିଏ ଗୀତକୁ ୩ କୋଟି..
India's Highest Paid Singer: ୧୭୦୦ କୋଟି ଟଙ୍କାର ମାଲିକ ଏହି ଗାୟକ, ତାଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ଅଜଣା କଥା

ଏକଦା ଗୋଟିଏ ଗୀତ ପାଇଁ ଅଳ୍ପ କିଛି ଟଙ୍କା ନେଉଥିବା ଏହି ଗାୟକ ଓ ଗୀତିକାର ଜଣଙ୍କ କିଛି ମିନିଟର ଗୀତ ପାଇଁ ୩ କୋଟି ଟଙ୍କା ଦାବି କରନ୍ତି। ୫୮ ତମ ଜନ୍ମଦିନ ଉପଲକ୍ଷେ ଏହି ସିଙ୍ଗରଙ୍କ ସମ୍ପର୍କରେ କିଛି ଅଜଣା କଥା।

Haridwar Student Stunt Viral Video
Haridwar Student Stunt Viral Video: ସ୍କୁଲ ୟୁନିଫର୍ମରେ ଆତଙ୍କ ଖେଳାଇଲେ ଛାତ୍ର; ରାସ୍ତାରେ ଫୁଟାଇଲେ ଗୁଳି, କଲେ ଷ୍ଟଣ୍ଟ

ଏହି ମାମଲାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହରିଦ୍ୱାର ଏସଏସପି ପ୍ରଶଂସା ସିଂ ଡୋଭାଲ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଜଷ୍ଟିସ୍ କୋଡ୍ (ବିଏନ୍ଏସ୍) ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାଇରାଲ ଭିଡିଓକୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚାଲିଛି।

Santali
Adivasi Mela 2025: ଆଦିବାସୀ ମେଳାରେ ପ୍ରଦର୍ଶିତ ହୋଇଛି ସାନ୍ତାଳୀ ଲିପି

ତେବେ ଚଳିତ ବର୍ଷ ଆଦିବାସୀ ମେଳାରେ କିଛି ନୂଆ ଝଲକ ଦେଖିବାକୁ ମିଳିଛି । ବିଶେଷକରି ବିର୍ସା ମୁଣ୍ଡାଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି କରାଯାଇଛି ।

manu bhaker
Manu Bhaker Net Worth: ଅଲିମ୍ପିକ୍ସ ଜିତିବା ପରେ କେତେ ବଢ଼ିଛି ମନୁ ଭାକରଙ୍କ ସମ୍ପତ୍ତିର ମୂଲ୍ୟ...

ଦୀର୍ଘ ୧୨ ବର୍ଷ ପରେ ଶୁଟିଂରେ ଭାରତର ପଦକ ମରୁଡି ଶେଷ କରିଥିବା ମନୁଙ୍କ ଜୀବନରେ ଆସିଛି ବଡ ପରିବର୍ତ୍ତନ। ପ୍ୟାରିସର ସଫଳତା ପରେ ମନୁ ପାଲଟି ଯାଇଛନ୍ତି କୋଟିପତି। ବ୍ରୋଞ୍ଜ ପଦକ ସଫଳତା ପରେ ମନୁ କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି।

ସାମ୍ବାଦିକଙ୍କୁ ହତ୍ୟା ପଛର କାହାଣୀ
Mukesh Chandrakar Murder Case: ବେକ ମୋଡ଼ିଲେ, ହାର୍ଟ କାଢ଼ିଲେ, ଲିଭରକୁ କଲେ ୪ ଖଣ୍ଡ

ଦୁର୍ବୃତ୍ତମାନେ ମୁକେଶଙ୍କ ବେକ ମୋଡ଼ି ଭାଙ୍ଗି ଦେଇଛନ୍ତି । ହାର୍ଟ ବାହାର କରିଦେଇଛନ୍ତି । ଲିଭରକୁ ୪ ଖଣ୍ଡ କରିଦେଇଛନ୍ତି । ମୁଣ୍ଡକୁ ପ୍ରବଳ ପ୍ରହାର କରିଛନ୍ତି । ମୁଣ୍ଡରେ ୧୫ଟି ଫ୍ରାକ୍ଚର ଅଛି । ପିଟି ପିଟି ପଞ୍ଜରା ହାଡ଼ ଭାଙ୍ଗି ଦେଇଛନ୍ତି । ଏହି ଡାକ୍ତରଜଣକ କହିଛନ୍ତି, ମୋ ଜୀବନରେ ମୁଁ ଅନେକ ଶବ ବ୍ୟବଚ୍ଛେଦ କରିଛି । କିନ୍ତୁ ଏଭଳି ଶବ ବ୍ୟବଚ୍ଛେଦ କେବେ କରିନାହିଁ ।

ବରଫ ହ୍ରଦରେ ଫସିଲେ ପର୍ଯ୍ୟଟକ
Viral Video: ବରଫ ହ୍ରଦରେ ଫସିଗଲେ ୪ ପର୍ଯ୍ୟଟକ, କେନ୍ଦ୍ର ମନ୍ତ୍ରୀ ସେୟାର କଲେ ଭିଡିଓ

ଏହି ବରଫ ଉପରେ କିଛି ପର୍ଯ୍ୟଟକ ଚାଲୁଥିବାବେଳେ ଏହା ହଠାତ୍‌ ଭାଙ୍ଗି ଯାଇଥିଲା । ଯାହାଫଳରେ ପର୍ଯ୍ୟଟକମାନେ ଏଥିରେ ଫସିଯାଇଥିଲେ ।

Law And Order Situation
Panikoili: ଆତଙ୍କରାଜ ଚଳାଇଛନ୍ତି କି ବିଜେଡି ନେତା ? ବବିଙ୍କ ସହ ଏ ପିଲାଟି କିଏ ?

ଏହି ଆକ୍ରମଣ ବିଜେଡିର କିଛି ଗୁଣ୍ଡାଙ୍କ ଦ୍ୱାରା କରାଯାଇଥିବା ସେ ଅଭିଯୋଗ କରିଛନ୍ତି l ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଦେବବ୍ରତ ଆକ୍ରମଣ କରିଥିବାରୁ ଏହା ପଛରେ ପ୍ରଣବଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି ।

ମାଡ଼ି ଆସୁଛି ବରଫ ଝଡ଼
Winter Storm: ବରଫ ବିପର୍ଯ୍ୟୟ...ବିପଦରେ ୬୩ ମିଲିୟନ ଲୋକ, ଦୁଇ ରାଜ୍ୟରେ ଜରୁରୀକାଳୀନ ସ୍ଥିତି

ଆମେରିକାର ଅନେକ ଅଞ୍ଚଳରେ ସବୁଠାରୁ ବଡ଼ ତୁଷାରପାତ ଏବଂ ଝଡ଼ ଦେଖାଯିବ । ବିଭାଗୀୟ ଅଧିକାରୀ କହିଛନ୍ତି, ୨୦୧୧ ପର ଠାରୁ ଏହା ଆମେରିକା ପାଇଁ ସବୁଠାରୁ ଶୀତଳ ତଥା ହାଡ଼ଥରା ଜାନୁଆରୀ ହୋଇପାରେ । ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଥଣ୍ଡା ଅନୁଭୂତ ହେବ । କିଛି ସ୍ଥାନର ତାପମାତ୍ରା ଶୂନ ଡିଗ୍ରୀକୁ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଥିବା ବେଳେ ପ୍ରବଳ ପବନ ବହିବା ଦ୍ୱାରା ବିପଦ ବଢ଼ିବ ।

ଅବହେଳାରେ ବି ଖିଲି ଖିଲି ହସୁଛି
Asurghati Waterfall: ପ୍ରକୃତି ସୁନ୍ଦରୀ ଅସୁରଘାଟି, ପର୍ଯ୍ୟଟକଙ୍କୁ ଡାକେ ହାତଠାରି

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ରହିଛି ଅସୁରଘାଟି ଜଳ ପ୍ରପାତ । ହେଲେ ପ୍ରଶାସନର ଅଣଦେଖା ହେତୁ ଏଠାରେ ସେମିତି କିଛି ବିକାଶ ହୋଇପାରିନାହିଁ

Digital Arrest
Digital Arrest: ୪୦ ଘଣ୍ଟା ଧରି ଡିଜିଟାଲ୍ ଆରେଷ୍ଟରେ ରହିଲେ ୟୁଟ୍ୟୁବର; ମୁକୁଳିବା ପରେ କହିଲେ...

ବାହ୍ୟ ଜଗତ ସହିତ ଯୋଗାଯୋଗ ବିଚ୍ଛିନ୍ନ କରାଯାଇ ପ୍ରାୟ ୪୦ ଘଣ୍ଟା ଧରି ଲଗାତାର ଭିଡିଓ କଲରେ ରଖାଯାଇଥିଲା। ଠକମାନେ ଟଙ୍କା ଟ୍ରାନ୍ସଫର କରିବାକୁ ବ୍ୟାଙ୍କକୁ ପଠାଇଥିଲେ, କିନ୍ତୁ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ଟ୍ରାନ୍ସଫର ହୋଇପାରି ନଥିଲା। ଏହା ପରେ ତାଙ୍କୁ ଏକ ହୋଟେଲରେ ରହିବାକୁ କୁହାଯାଇଥିଲା। ଅବଶ୍ୟ, ଯେତେବେଳେ ଜଣେ ବନ୍ଧୁ ତାଙ୍କୁ ମେସେଜ୍ କଲେ, ତାଙ୍କୁ ଅନୁଭବ ହେଲା ଯେ ବୋଧହୁଏ ସେ ଠକାମୀର ଶିକାର ହୋଇଛନ୍ତି ।

ଭାରତରେ ନୂଆ ଭାଇରସ୍‌
HMPV Virus: ଭାରତକୁ ବ୍ୟାପିଲା HMPV, ରୁଟିନ୍ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରେ ୨ ପଜିଟିଭ ଚିହ୍ନଟ

ଏବେ ଚୀନରେ ଆତଙ୍କ ଖେଳାଇଛି ଏହି ନୂଆ ଭାଇରସ୍ । ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି ବୋଲି କୁହାଯାଉଛି ।

ହାଇପୋଥାଇରଏଡିଜମ୍‌ର କେମିତି କରିବେ ନିରାକରଣ
Hypothyroidism: ହାଇପୋଥାଇରଏଡିଜମ୍ କ’ଣ...କେମିତି କରିବେ ଏହାର ନିରାକରଣ...?

ଓଜନବୃଦ୍ଧି ଅନିୟନ୍ତ୍ରିତ ହେଲେ କିମ୍ବା ଋତୁସ୍ରାବ ଅନିୟମିତ ହେଲେ ଆପଣ ଅନେକଙ୍କଠାରୁ ଶୁଣିଥିବେ, “ହାଇପୋଥାଇରୋଏଡ୍”। କିନ୍ତୁ ସବୁବେଳେ ଓଜନବୃଦ୍ଧି ମାନେ ହାଇପୋଥାଇରୋଏଡିଜମ୍ ହିଁ ହୋଇ ନଥାଏ। ଏହା ଜାଣିବା ପାଇଁ ରହିଛି ଅତି ସରଳ ରକ୍ତ ପରୀକ୍ଷା। ଏବଂ ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କ ପରାମର୍ଶ କ୍ରମେ ଚିକିତ୍ସା ମଧ୍ୟ ସମ୍ଭବ। ହେଲେ ଆପଣଙ୍କୁ ବି ଟିକେ ଧ୍ୟାନ ଦେବାକୁ ପଡିବ ନିଜ ଖାଦ୍ୟ ଓ ଜୀବନଶୈଳୀ ଉପରେ। ଯାହା ଚିକିତ୍ସାକୁ ସହଜ କରିଦେବ।

କମିଲା ସୁନାଦର
Gold Price Today, 6th January 2025: ସୁନା କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର, ୧୦ ଗ୍ରାମକୁ ଏତିକି...

ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୮,୭୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୨,୧୫୦ ଟଙ୍କା ରହିଛି ।