Advertisment

Odisha CM Mohan Majhi: ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା; ମିଳିବ ୨୯୧ କୋଟି ସହାୟତା

୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ବିପର୍ଯ୍ୟୟ ସହାୟତା ମିଳିବ। ଏ ବର୍ଷ ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha CM Mohan Majhi

Odisha CM Mohan Majhi

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା। ଆଜି ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୃଷି ଓଡ଼ିଶା କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏହି ଘୋଷଣା କରିଛନ୍ତି ସିଏମ୍। ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ବିପର୍ଯ୍ୟୟ ସହାୟତା ମିଳିବ। ଏବର୍ଷ ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଯାହାର ମୋଟ ଚାଷ ଜମି ହେଉଛି ୨ ଲକ୍ଷ ୨୬ ହଜାର ହେକ୍ଟର ଜମି। ଏଥିପାଇଁ ଚାଷୀଙ୍କୁ ୨୯୧ କୋଟି ସହାୟତା ମିଳିବ।

Advertisment

ପୂର୍ବ ବିଜେଡି ସରକାରକୁ ମୁଖ୍ୟମନ୍ତ୍ରୀ ସିଧା ନିଶାନା କରିଛନ୍ତି। ଚାଷ ଓ ଚାଷୀଙ୍କୁ ଠକିଛନ୍ତି ପୂର୍ବ ସରକାର। ସେତେବେଳେ କାମ କଲେନି, ଖାଲି ପ୍ରଚାର କଲେ ।’ଚାଷୀ ମାନଙ୍କୁ ଆଳୁ ମିଶନ୍ ନାଁରେ ଠକିଛନ୍ତି। ଏପରିକି ମିଶନ୍ ପରେ ମିଶନ୍ କରିଛନ୍ତି କିନ୍ତୁ ଏହାର କିଛି ଲାଭ ହୋଇନି। ଅପରେସନ୍ ପରେ ଅପରେସନ୍ କିନ୍ତୁ ରୋଗୀର ଡେଥ୍ ହେଲା ଭଳି ସ୍ଥିତି ଉପୁଜିଛି। 

ଅଧିକ ପଢ଼ନ୍ତୁ: ନବୀନଙ୍କ ଜମି ବୁଲା ନେଇ ଜୋର୍‌ଦାର୍‌ ଚର୍ଚ୍ଚା; ଟାର୍ଗେଟ୍ କଲେ ସିଏମ୍ ମୋହନ ମାଝୀ

Advertisment

ସେନ ଆହୁରି କହିଛନ୍ତି, ରାଜ୍ୟରେ ଚାଷ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଏମିତିକି ଆଳୁ, ଟମାଟୋ ଏବଂ ଅଣ୍ଡା ଭଳି ସାଧାରଣ ଆବଶ୍ୟକତା ପାଇଁ ବି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଳୁ ପାଇଁ କିଛି ଦିନ ତଳେ କେଉଁ ଭଳି ପରିସ୍ଥିତି ହେଲା ତା ର ଉଦାହରଣ ଦେଇଛନ୍ତି। ଏମିତିକି ମମତା ଦିଦିଙ୍କ ପାଖରେ ଓଡ଼ିଶା ପ୍ରତି ମମତା ନଥିବା କହି ବି କଟାକ୍ଷ କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ଗତକାଲି ମଧ୍ୟ ବିରୋଧୀଦଳ ନେତା ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ୍ କରିଥିଲେ । ଆଇଭରି ଟାୱାରରୁ ବାହାରି ଗାଁ ଦାଣ୍ଡ ଧୂଳି ଖାଇବାକୁ ବାହାରିଛନ୍ତି ନବୀନ। ବିଜେପିର କାର୍ଯ୍ୟ ଶୈଳୀକୁ ଦେଖି ବାଧ୍ୟହେଲେ ନବୀନ। ପୂର୍ବରୁ ଶାସନ କରୁଥିବା ମୁଖ୍ୟଙ୍କୁ ଲୋକ ଭେଟି ପାରୁ ନଥିଲେ । ଲୋକ ତାଙ୍କୁ ଲମ୍ବା ସମୟ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ନବୀନଙ୍କୁ ଏଭଳି କିଛି କହି ତାତ୍ସଲ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଅଧିକ ପଢ଼ନ୍ତୁ: ଆଳୁ ଦର ବୃଦ୍ଧି ପଛରେ ମମତା ! ଖୁଚୁରା ବଜାରରେ ‌ଆଳୁ କେଜି ୪୦ ପାର୍

Farmers Compensation Crop Damage Mohan Majhi
Advertisment
Advertisment