Advertisment

Web Series Cheat Fund: ତରଙ୍ଗ ପ୍ଲସ୍ OTTରେ ୱେବ୍‌ସିରିଜ୍ ‘ଚିଟ୍‌ଫଣ୍ଡ୍‌’ ରିଲିଜ୍‌; କହୁଛି ଅଙ୍ଗେ ନିଭା ଦୁଃଖ କାହାଣୀ

ତରଙ୍ଗ ପ୍ଲସ୍ OTT ପ୍ଲାଟଫର୍ମରେ ଓଡ଼ିଆ ୱେବସିରିଜ୍ ‘ଚିଟଫଣ୍ଡ’ ରିଲିଜ। ମହାଠକେଇର ଗୁମର କାହାଣୀ ଦେଖୁଛନ୍ତି ଦର୍ଶକ। ୱେବ୍ ସିରିଜରେ ରହିଛି ଚିଟଫଣ୍ଡ ସଂସ୍ଥାଙ୍କ ମାୟାଜାଲର କାହାଣୀ। ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରୁଛି ୱେବସିରିଜ୍ ‘ଚିଟଫଣ୍ଡ’ର କାହାଣୀ।

author-image
Pramod Behera
Web Series Cheat Fund

Web Series Cheat Fund

ପ୍ରଥମ ଥର ପାଇଁ ପରଦାକୁ ଆସିଛି ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ୍‌ ସ୍କାମ୍‌ର କାହାଣୀ। ‘ତରଙ୍ଗ ପ୍ଲସ୍’ ଓଟିଟି ଫ୍ଲାଟ୍‌ଫର୍ମରେ ‘ଚିଟ୍‌ଫଣ୍ଡ୍‌’ ସିରିଜ୍ ରିଲିଜ୍ ହେଉ ହେଉ ସାଉଁଟିଲାଣି ଦର୍ଶକଙ୍କ ଆଦୃତି। ଏଥିରେ ଓଡ଼ିଶାରେ ୫୦୦ କୋଟିର ଏହି ମହାଠକେଇ ପଛର ବଡ଼ ବଡ଼ ଚେହେରା, ନେତାଙ୍କ ସଂପୃକ୍ତି ଓ ଠକେଇର ତରିକାକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି।

Advertisment

ସବୁଠୁ ବଡ଼ କଥା ହେଲା, କେମିତି କମ୍ପାନୀମାନେ ମିଛ ସ୍ୱପ୍ନ ଦେଖାଇ ଲୋକଙ୍କ ପକେଟ୍ ଖାଲି କରୁଥିଲେ? କେମିତି ଏହି ଗୋଲକ ଧନ୍ଦାରେ ପଡ଼ି ନିରୀହ ଲୋକେ ସବୁକିଛି ହରାଇଛନ୍ତି? ସେ ସବୁ ଦେଖିବାକୁ ଲୋକଙ୍କ ମଧ୍ୟରେ ରୋମାଞ୍ଚ ବଢ଼ିଛି।

Advertisment

ଅଧିକ ପଢ଼ନ୍ତୁ: ରିଲିଜ୍ ହେଲା ତରଙ୍ଗର ନୂଆ ୱେବ୍ ସିରିଜ୍ ‘ଚିଟ୍‌ଫଣ୍ଡ’ର ଟ୍ରେଲର୍

ଏ ଶତାଦ୍ଦିର ସବୁଠୁ ବଡ଼ ସ୍କାମ୍, ବଡ଼ ଠକେଇ, ବଡ଼ ଧୋକା ହେଉଛି ଚିଟ୍ ଫଣ୍ଡ୍‌ ସ୍କାମ୍। ବିଶ୍ୱାସରେ ବିଷ ଦେଇ ଟଙ୍କା ନେଇ ଛୁ’ ମାରିଥିଲେ ଅନେକ କମ୍ପାନୀ। ବର୍ଷ ବର୍ଷର ଝାଳ ବୁହାଇ ଲୋକେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଟଙ୍କା ରଖୁଥିଲେ। କିଏ ଝିଅ ବାହା ଘର ପାଇଁ ତ ଆଉ କିଏ ପୁଅର ପଢା ଖର୍ଚ୍ଚ ବାବଦକୁ ହେଉ ବା ଆଉ କିଏ ଭବିଷ୍ୟତର ଆଉ କିଛି ବଡ ଯୋଜନା ଉଦ୍ଦେଶ୍ୟରେ ଟଙ୍କା ସଞ୍ଚୁଥିଲେ।

ପେଟକୁ ମାରି ଯାହା ରଖିଥିଲେ ସେ ସବୁ ବୁଡ଼ିଯାଇଥିଲା। ସର୍ବସ୍ୱାନ୍ତ ହୋଇଯାଇଥିଲା ପରିବାର। ସବୁ ହରାଇ ଅନେକ ମଧ୍ୟ ଚାପଗ୍ରସ୍ତ ହୋଇପଡିଥିଲେ। ରାଜ୍ୟରେ ଘଟିଥିବା ଏହି କୋଟି କୋଟି ଟଙ୍କାର ଠକେଇ ଉପରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହୋଇଛି ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ୍‌’।

‘ତରଙ୍ଗ ପ୍ଲସ୍’ ଓଟିଟି ଆପ୍‌ରେ ରିଲିଜ୍ ହୋଇଥିବା ଏହି ଟେଲି ସିରିଜ୍‌ରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ କାହାଣୀ, ଠକେଇର ତରିକା, ରାଜନୈତିକ ପୃଷ୍ଠପୋଷକତା, ମିଡିଲ୍ ମ୍ୟାନ୍‌ଙ୍କ ଅତ୍ୟାଚାରରେ ପେଶୀ ହୋଇଥିବା ପରିବାରର ଆଖି ଦେଖା ଓ ଅଙ୍ଗେ ନିଭା କାହାଣୀକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି।


ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

ଛୋଟ ଗାଁର ବଡ଼ ସ୍ୱପ୍ନ ରଖିଥିବା ଯୁବକମାନେ ସଫଳତା ପାଇବା ଆଶାରେ କେମିତି ଚିଟ୍‌ଫଣ୍ଡର ମାୟା ଜାଲରେ ଛନ୍ଦି ହୋଇଯାଇଥିଲେ ତାକୁ ଅତି ନିଖୁଣ ଭାବେ ଏଠି ଦର୍ଶାଯାଇଛି। ୮ଟି ଏପିସୋଡ୍‌ ବିଶିଷ୍ଟ ଏହି ସିରିଜ୍‌ରେ ଦେଖିବାକୁ ମିଳିଛି ଚିଟଫଣ୍ଡ ଠକେଇର ବିଭିନ୍ନ ସେଡ୍। କିଛି ଦିନ ପୂର୍ବରୁ ଏହାର ଟ୍ରେଲର୍ ରିଲିଜ୍ ହୋଇଥିଲା। ଏହାକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ ଅକରିଛନ୍ତି।

ଓଡ଼ିଶାର ଦୁର୍ଗମ ଅଞ୍ଚଳର ଗରିବ ପରିବାର ବି ଚିଟ୍‌ଫଣ୍ଡ୍‌ର ଏହି ଗୋଲକ ଧନ୍ଦାରେ ଫସି ଯାଇଥିଲା। ମିଡିଲ୍ ମ୍ୟାନ୍‌ ଓ କମ୍ପାନୀଙ୍କ ମିଛ-ସତ କଥାରେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଯାହା ରଖିଥିଲା ସେସବୁ ଏମାନଙ୍କ ହାତରେ ଟେକି ଦେଇଥିଲା।

ଏମିତିକି ବର୍ଷ ବର୍ଷ ଧରି କ୍ଷମତାରେ ଥିବା ଶାସନାଧୀନ ସରକାରର ବଡ଼ବଡ଼ିଆଙ୍କ ଆଶୀର୍ବାଦ ଓ ପୃଷ୍ଠପୋଷକତାରେ ବଢ଼ିଥିବା ଓ ପ୍ରସାରିତ ହୋଇଥିବା ଏହି ସଂସ୍ଥାର ଅପରେଟିଂକୁ ବି ବେଶ୍ ଆକର୍ଷଣୀୟ ଓ ରୋମାଞ୍ଚକ ଭାବେ ‘ଚିଟ୍‌ଫଣ୍ଡ୍‌’ ସିରିଜ୍‌ରେ ଦର୍ଶାଯାଇଛି।

ପ୍ରକାଶଥାଉ ଯେ ୯୦ ଦଶକରୁ ଆରମ୍ଭ ହୋଇଥିବା ଚିଟ୍‌ଫଣ୍ଡ କମ୍ପାନୀମାନେ ୨୦୧୪ ଆସୁ ଆସୁ ଓଡ଼ିଶାରେ ନିଜ ନିଜ କାୟା ବିସ୍ତାର କରିସାରିଥିଲେ। ୫୦୦ କୋଟିର ଏହି ସ୍କାମ୍‌ ପଛରେ ତତ୍କାଳୀନ ସରକାରର ଅନେକ ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କ ନାଁ ସାମ୍ନାକୁ ଆସିଥିଲା। ମାମଲାରେ ଏବେ ସିବିଆଇ ତଦନ୍ତ କରୁଥିବା ବେଳେ ଏଯାଏଁ ଟଙ୍କା ଫେରି ପାଇବାକୁ ଅନେଇ ବସିଛନ୍ତି।

କିଛି ଦିନ ତଳେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଚିଟ୍‌ଫଣ୍ଡ୍‌ ଠକେଇର ଶିକାର ହୋଇଥିବା ଦର୍ଶାଇଥିଲେ। ଏଭଳି ସ୍ଥିତିରେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ‘ଚିଟ୍‌ଫଣ୍ଡ୍‌’ ୱେବ୍‌ସିରିଜ୍‌ରେ ଅନେକ ପରଦା ପଛର କାହାଣୀକୁ ଜୀବନ କରି ଚର୍ଚ୍ଚାକୁ ଆସିଛି।

ଏହି ସିରିଜ୍‌ର କାହାଣୀ ରଂଜନ ଶତପଥୀଙ୍କ ଦ୍ୱାରା ରଚନା ହୋଇଥିବା ବେଳେ ମୟଙ୍କ ଶତପଥୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ବିଭିନ୍ନ ଭୂମିକାରେ ସାର୍ଥକ, ମୀରା, ବିରଞ୍ଚି ନାୟକ, କଲ୍ୟାଣ, ଉମାକାନ୍ତ ସାହୁ, ତଥାଗତ ଭଳି କଳାକାରମାନଙ୍କୁ ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: ଆସିଲା ‘ଗେମ୍ ଚେଞ୍ଜର୍‌’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ

OTT Platforms Web Series Tarang Plus
Advertisment
Advertisment