• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ପକୁଡି ଛାଣିକି ଦେବାରେ ବିଳମ୍ୱ ହେବାରୁ ହିତାହିତ ଜ୍ଞାନ ଭୁଲିଗଲା ପୁଅ । ସାମ ଭାଇକୁ ନିସ୍ତୁକ ପିଟିଲା । ଘରେ ନିଆଁ ଲଗାଇ ଦେଲା ନିଶାଗ୍ରସ୍ତ ଅବସ୍ଥାରେ ଥିବା ପୁଅ । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ବାଣପୁର ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁଯାୟୀ, ସୁକାନ୍ତି ବିଶ୍ୱାଳ ନାମ୍ନୀ ଜଣେ ମହିଳାଙ୍କ ବଡ ପୁଅ ମଦ୍ୟପାନ କରି ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରିଥିଲା । ଘରେ ପକୁଡି ଛାଣିକି ଦେବାକୁ କହିଥିଲା । ତେବେ ପକୁଡି ପ୍ରସ୍ତୁତ କରିବାରେ ବିଳମ୍ୱ ହେବାରୁ ଅତ୍ୟଧିକ ରାଗିଯାଇ ଘରେ ପାଟିତୁଣ୍ଡ କରିଥିଲା । ତା’ର ସାନ ଭାଇ ଏହାର ପ୍ରତିବାଦ କରିବାରୁ ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସାନ ଭାଇକୁ ସେ ନିସ୍ତୁକ ପିଟିଥିଲା। ଏହା ପରେ ଚାଳଘରେ ନିଆଁ ଲଗାଇ ଦେଇଥିଲା । ନିଆଁ ଲାଗିଯିବାର ଦେଖି ଗ୍ରାମବାସୀମାନେ ଲିଭାଇବାକୁ ଆସିଥିଲେ । କିନ୍ତୁ ନିଆଁ ଲଗାଇଥିବା ବଡ ପୁଅ କୁରାଢୀ ଧରି ଗାଁ ଲୋକଙ୍କୁ ଧମକଚମକ ଦେଇଥିଲା । ଯିଏ ନିଆଁ ଲିଭାଇବାକୁ ଆସିବ, ତାକୁ ଆକ୍ରମଣ କରିବ ବୋଲି କହିଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ଶୋଇଥିବା ବେଳେ ଭାଇ-ଭଉଣୀଙ୍କୁ ଗୁଳି; କାରଣ ଅସ୍ପଷ୍ଟ, ପୋଲିସର ତନାଘନା

ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ତିନି ବଖରା ଘର ଓ ଘରେ ଥିବା ଆସବାବପତ୍ର ଜଳି ଯାଇଥିଲା । ଖବର ପାଇ ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାରୁ ଦୁଇ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି ପୋଲିସ୍ ।

ପକୁଡି ଛାଣିବାରେ ବିଳମ୍ୱ ହେବାରୁ ବଡ ପୁଅ ଏପରି ଉନ୍ମତ୍ତ କାଣ୍ଡ ଭିଆଇଛି ବୋଲି ପୋଲିସ୍ ନିକଟରେ କହିଛନ୍ତି ସୁକାନ୍ତି । ପୁଅ ଅତ୍ୟଧିକ ମଦ ପିଇଥିବାର ମଧ୍ୟ ସେ ପୋଲିସକୁ କହିଛନ୍ତି । ପୋଲିସ୍ ଗ୍ରାମବାସୀଙ୍କୁ ମଧ୍ୟ ପଚରାଉଚରା କରିଛି ।

ଅଧିକ ପଢ଼ନ୍ତୁ: ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ...ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ୪ ଯୁବକଙ୍କୁ ନିସ୍ତୁକ ମାଡ଼

  • Reported by:
  • Biswambar Das

OTV is now on Whatsapp

Join and get latest news update delivered to you via whatsapp

Join Now