Advertisment

Naveen Patnaik Visit To Farmers: ନବୀନଙ୍କ ପାଇଁ ହାଇଡ୍ରାମା: ଷ୍ଟେଜ୍ ସଜାଡ଼ିଲେ ନେତା, ଅଭିନୟ କଲେ ଚାଷୀ...

କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାକୁ କଟକ ଜିଲ୍ଲା ସାଲେପୁର କଟରପା ଗାଁକୁ ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନଙ୍କୁ ଦେଖି ଚାଷୀମାନେ ଆଖି ଛଳ ଛଳ କରି କାନ୍ଦିଥିଲେ। ହେଲେ ଏହା ପଛରେ କେମିତି ଥିଲା ବିଜେଡି ନେତା ଦେବୀ ମିଶ୍ର, ପ୍ରତାପ ଜେନା ଓ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରସ୍ତୁତି ଆସନ୍ତୁ ଜାଣିବା...

author-image
Sujit kumar Swain
ଅଦ୍ୟତନ ହୋଇଛି
Naveen Patnaik Visit To Farmers

Naveen Patnaik Visit To Farmers

ନବୀନ ଆସିଲେ,୨ ମିନିଟ ରହିଲେ। ହାତ ହଲେଇଲେ ଆଉ ଚାଲିଗଲେ। ବିରୋଧୀଦଳ ନେତା ନବୀନଙ୍କୁ ଦୁଃଖ ଶୁଣାଇବାକୁ ଆସିଥିଲେ ଚାଷୀ। କିନ୍ତୁ ଦେଖା କରିପାରିଲେନି। ନବୀନ କୁଆଡେ ହାତ ହଲେଇ ପଳେଇଗଲେ। ଏମିତି ଅଭିଯୋଗ କରିଛନ୍ତି ଜଣେ ଚାଷୀ। 

Advertisment

ଏପଟେ ନବୀନଙ୍କ ପାଇଁ କୁଆଡ଼େ ଷ୍ଟେଜ ରେଡି କରିଥିଲେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା। ଆଉ ଚାଷୀଙ୍କୁ କହିଲେ ଆମ ନେତା ଆସିଲେ କେମିତି କାନ୍ଦିବ, ଆଉ କ‘ଣ ସବୁ କାନ୍ଦି କାନ୍ଦି କହିବ ? ଯାହାର ଦୃଶ୍ୟ ଦେଖିବାକୁ ମିଳିଛି। 

ଅଧିକ ପଢ଼ନ୍ତୁ: ବୀନଙ୍କ ଜମି ବୁଲା ନେଇ ଜୋର୍‌ଦାର୍‌ ଚର୍ଚ୍ଚା; ଟାର୍ଗେଟ୍ କଲେ ସିଏମ୍ ମୋହନ ମାଝୀ

Advertisment

ସେମିତି ଆଉ ଜଣେ ବିଜେଡି କର୍ମୀ ତଥା ଚାଷୀ ପ୍ରଶାନ୍ତ ପରିଜାଙ୍କୁ ପ୍ରାକ୍ଟିସ କରାଉଛନ୍ତି ଚାଷୀ ହୋଇ କେମିତି କାନ୍ଦିବେ ? ପ୍ରଶାନ୍ତ ହସି ହସି ଧାନ କେଣ୍ଡା ଧରି ଠିଆ ହୋଇଥିଲେ। ତାଙ୍କ ସହ ଅନେକ ଚାଷୀ ବି ଠିଆ ହୋଇଛନ୍ତି । ବିଜେଡି ନେତା ଦେବୀ ମିଶ୍ର ଓ ବିଧାୟକ ପ୍ରଶାନ୍ତ ବେହେରା ସେମାନଙ୍କୁ ବୁଝାଉଛନ୍ତି। ବାସ ପହଞ୍ଚିଗଲା ନବୀନଙ୍କ ଗାଡି। ନବୀନ ଗାଡିରୁ ଓହ୍ଲାଇ ତାଙ୍କ ପାଖକୁ ଗଲେ। ଆରମ୍ଭ ହୋଇଗଲା ପ୍ରଶାନ୍ତଙ୍କ ନାଟକ। ନବୀନଙ୍କ ପାଦ ତଳେ ଛାତି ଫଟେଇ କାନ୍ଦିଲେ ଯେମିତି କ୍ଷେତର ସବୁଯାକ ଧାନ ନଷ୍ଟ ହୋଇଯାଇଛି। ପ୍ରଥମେ ହସୁଥିଲେ ଯେମିତି ସାମ୍ବାଦିକ ପ୍ରଶ୍ନ ପଚାରିଲେ ତା ପରେ ଆରମ୍ଭ ହୋଇଗଲା କାନ୍ଦର ନାଟକ। ଯାହାର ଦୃଶ୍ୟ ଦେଖିବାକୁ ମିଳିଛି। 

ଡିସେମ୍ବର ୩୦ ତାରିଖ ଦିନ କଟକ ଜିଲ୍ଲା କଟରପା ଅଞ୍ଚଳରେ ଫସଲ ହାନି ଦେଖିବା ପାଇଁ ନବୀନ ଆସିଥିଲେ।  ନବୀନଙ୍କ ପାଇଁ ଷ୍ଟେଜ ସଜାଡିଥିଲେ ଦେବୀ ମିଶ୍ର। ଷ୍ଟେଜରେ ସୋ’ କରିବା ପାଇଁ ଚାଷୀଙ୍କୁ ବି ଟ୍ରେନିଂ ଦେଇଥିଲେ ପୂର୍ବତନ ବିଧାୟକ ପ୍ରଶାନ୍ତ ବେହେରା। ଚାଷୀଙ୍କୁ ନେଇ ପୂରା ପ୍ରାୟୋଜିତ ନାଟକ ପ୍ରସ୍ତୁତ କରିଥିଲେ ନବୀନ। ଏଇଠି ପ୍ରଶ୍ନ କେବେ ଓଡିଆ କହୁନଥିବା ନବୀନ ଚାଷୀଙ୍କ ନାଟକ ବୁଝିପାରିଲେ ତ ? ନା ବୁଝି ଜାଣି ଶୁଣି ଚୁପ ରହିଥିଲେ।

ଅଧିକ ପଢ଼ନ୍ତୁ: ପୁଳା ପୁଳା ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା’ କାର୍ଡ, ସ୍କାନ କଲେ ଜାଣିହେବ ପୂର୍ବ ରୋଗର ବିସ୍ତୃତ ତଥ୍ୟ

Odisha News Naveen Patnaik Farmers
Advertisment
Advertisment