Advertisment

City of Vegetarian: ଭାରତର ଏମିତି ସହର ଯେଉଁଠି ମାଂସ ଖାଇବା-ବିକ୍ରି କରିବା ମନା

ପଲିଟାନାକୁ ଅନୁସରଣ କରି ଗୁଜୁରାଟର ରାଜକୋଟ, ଭଦୋଦରା, ଜୁନାଗଡ ଏବଂ ଅହମ୍ମଦାବାଦ ଭଳି ଅନ୍ୟାନ୍ୟ ସହରରେ ମଧ୍ୟ ସମାନ ନିୟମ ପ୍ରଣୟନ ହୋଇଛି। ରାଜକୋଟରେ କର୍ତ୍ତୃପକ୍ଷ ଆମିଷ ଖାଦ୍ୟ ପ୍ରସ୍ତୁତି ଏବଂ ସର୍ବସାଧାରଣ ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
City of vegetarian

City of vegetarian

ଆଜିକାଲି ସବୁ ଜାଗାରେ ଆମିଷ ମିଳିଯାଉଛି। ଅଧିକାଂଶ ଲୋକ ଆମିଷ ଖାଦ୍ୟକୁ ହିଁ ପ୍ରାଥମିକତା ଦେଉଛନ୍ତି। ହେଲେ ଆମ ଦେଶରେ ଏମିତି ଏକ ସହର ଅଛି ଯେଉଁଠି ଆମିଷ ଖାଇବା ଉପରେ ରହିଛି କଟକଣା। ଗୁଜୁରାଟର ଭବନଗର ଜିଲ୍ଲାରେ ଅବସ୍ଥିତ ପଲିଟାନା ବିଶ୍ୱର ପ୍ରଥମ ସହର ଯେଉଁଠାରେ ମାଂସାସୀ ଖାଦ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଛି। ଏଠାରେ ମାଂସ ଖାଇବା, ବିକ୍ରୟ ଏବଂ ବ୍ୟବହାର ପାଇଁ ପଶୁମାନଙ୍କୁ ହତ୍ୟା କରିବା ଅପରାଧ ବୋଲି ଘୋଷଣା କରାଯାଇଛି। ବର୍ତ୍ତମାନ ପଲିଟାନାରେ ମାଂସ ଓ ଅଣ୍ଡା ବିକ୍ରି ବନ୍ଦ ହୋଇଥିବା ବେଳେ ପଶୁ ହତ୍ୟା ବି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହି ନିୟମ ଭଙ୍ଗ କଲେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି ।

Advertisment

ପଲିଟାନାରେ ପ୍ରାୟ ୨୦୦ ଜୈନ ଭିକ୍ଷୁ କ୍ରମାଗତ ଭାବରେ ବିରୋଧ ପ୍ରଦର୍ଶନ କରିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସହରର ପ୍ରାୟ ୨୫୦ ମାଛ ମାଂସ ଦୋକାନ ବନ୍ଦ ପାଇଁ ସେମାନେ ଅଡ଼ି ବସିଥିଲେ। ସେମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଜୈନ ସମ୍ପ୍ରଦାୟର ଧାର୍ମିକ ଏବଂ ନୈତିକ ବିଶ୍ୱାସକୁ ପ୍ରତିଫଳିତ କରିଥିଲା। ସେମାନେ ଅହିଂସାକୁ ସେମାନଙ୍କ ଜୀବନର ମୂଳ ନୀତି ଭାବରେ ବିବେଚନା କରନ୍ତି । ବର୍ତ୍ତମାନ ଗୁଜୁରାଟର ପଲିଟାନାଠାରେ ଅଣ-ଶାକାହାରୀ ଖାଦ୍ୟ ବା ଆମିଷ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଶାକାହାରୀମାନେ କହିଛନ୍ତି ଯେ ମାଂସ ଦେଖିବାକୁ ଆଦୌ ଭଲ ଲାଗେନି। ଏହାର ପ୍ରଭାବ ବିଶେଷ ଭାବରେ ପିଲାମାନଙ୍କ ଉପରେ ପଡିଥାଏ।

ପଲିଟାନାକୁ ଅନୁସରଣ କରି ଗୁଜୁରାଟର ରାଜକୋଟ, ଭଦୋଦରା, ଜୁନାଗଡ ଏବଂ ଅହମ୍ମଦାବାଦ ଭଳି ଅନ୍ୟାନ୍ୟ ସହରରେ ମଧ୍ୟ ସମାନ ନିୟମ ପ୍ରଣୟନ କରାଯାଇଛି। ରାଜକୋଟରେ କର୍ତ୍ତୃପକ୍ଷ ଆମିଷ ଖାଦ୍ୟ ପ୍ରସ୍ତୁତି ଏବଂ ସର୍ବସାଧାରଣ ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଲୋକଙ୍କ ସମ୍ବେଦନଶୀଳତାକୁ ସମ୍ମାନ ଦେବା ଏବଂ ସର୍ବସାଧାରଣ ସ୍ଥାନରେ ମାଂସର ନକାରାତ୍ମକ ପ୍ରଭାବକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ନିଷେଧାଦେଶ ଲାଗୁ ହେବା ପରଠାରୁ ପଲିଟାନାରେ ଶାକାହାରୀ ଖାଦ୍ୟର ଚାହିଦା ବଢିବାରେ ଲାଗିଛି ଏବଂ ବିଭିନ୍ନ ଶାକାହାରୀ ରେଷ୍ଟୁରାଣ୍ଟ ବଢୁଥିବା ଚାହିଦାକୁ ପୂରଣ କରୁଛନ୍ତି।

Advertisment

ଅଧିକ ପଢନ୍ତୁ: ଆଶ୍ଚର୍ଯ୍ୟ ! ମୃତ ରୋଗୀ ବଞ୍ଚିଲେ, ବଞ୍ଚାଇଦେଲା ହମ୍ପସ୍

ପଲିଟାନା ଏକ ସାଧାରଣ ସହର ନୁହେଁ, ଏହା ଜୈନ ଧର୍ମର ଅନୁଗାମୀମାନଙ୍କ ପାଇଁ ଅନ୍ୟତମ ପବିତ୍ର ତୀର୍ଥସ୍ଥାନ। ଯାହା "ଜୈନ ମନ୍ଦିର ସହର" ନାମରେ ନାମିତ ହୋଇଥିଲା । ଶାଟ୍ରୁଞ୍ଜୟା ପାହାଡ ଚାରିପାଖରେ ଅବସ୍ଥିତ ଏହି ସହରରେ ୮୦୦ରୁ ଅଧିକ ମନ୍ଦିର ରହିଛି, ସେଗୁଡିକ ମଧ୍ୟରେ ସବୁଠାରୁ ପ୍ରସିଦ୍ଧ ହେଉଛି ଆଦିନାଥ ମନ୍ଦିର । ଏହି ମନ୍ଦିରଗୁଡ଼ିକ ପ୍ରତିବର୍ଷ ହଜାର ହଜାର ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ, ଯାହାକି ଏହି ସହରର ଆଧ୍ୟାତ୍ମିକ ଗୁରୁତ୍ୱକୁ ଆହୁରି ବଢାଇ ଦେଇଥାଏ ।

ଅଧିକ ପଢନ୍ତୁ: ଗଞ୍ଜେଇ ମାଫିଆଙ୍କ ଗୁଣ୍ଡାଗର୍ଦ୍ଦି; ପୋଲିସକୁ ଗାଡ଼ି ମଡ଼ାଇ ଛୁ’ ମାରିଲେ

Gujarat
Advertisment
Advertisment