Advertisment

Gold Price Today, 3rd January 2025: ଆଜି ପୁଣି ବଢ଼ିଛି ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୯,୨୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୨,୬୦୦ ଟଙ୍କା ରହିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
ଆଜି କେତେ ଅଛି ସୁନାଦର

ଆଜି କେତେ ଅଛି ସୁନାଦର

ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର। ଗତକାଲି ଅପେକ୍ଷା ଆଜି ସୁନାଦର ସାମାନ୍ୟ ବୃଦ୍ଧି ।  ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୮,୩୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୨,୬୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୭,୨୬୦ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୫୮,୦୮୦ ଟଙ୍କା ରହିଛି

Advertisment

କଟକରେ ମଧ୍ୟ ସୁନା ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୨,୬୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୭,୨୬୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୮,୦୮୦ ଟଙ୍କା ରହିଛି । ଏହାଛଡା ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି  । ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୮.୯୦ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୯୧.୨୦ ଟଙ୍କା, ୧୦୦ ଗ୍ରାମ୍ ପିଛା ୯,୮୯୦ ଓ ୧ କେଜି ପିଛା ୯୮,୯୦୦ ଟଙ୍କା ରହିଛି। 

ଦେଶର ବିଭିନ୍ନ ସହରରେ ସୁନାର ଦାମ୍:

ଭୁବନେଶ୍ୱର- ୭୧,୫୦୦

କଟକ- ୭୧,୫୦୦

ମୁମ୍ୱାଇ-୭୧,୫୦୦

ନୂଆଦିଲ୍ଲୀ-୭୧,୬୫୦ 

କୋଲକାତା-୭୧,୫୦୦

କେମିତି ଜାଣିବେ ସୁନାର ଶୁଦ୍ଧତା:

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।

Advertisment

ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।

ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। 

ଅଧିକ ପଢନ୍ତୁ: ଚଳିତବର୍ଷ ରେକର୍ଡ ଭାଙ୍ଗିଲା ଅନଲାଇନ୍ ଟ୍ରାଞ୍ଜାକ୍ସନ୍; ବିଦେଶରେ ବି ବଢୁଛି UPI କାରବାର

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....

ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ।

ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତ।

ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତ।

ଅଫ୍ ସିଜନରେ ସୁନା କିଣନ୍ତୁ... କମ୍ ଦାମ୍‌ରେ ସୁନା ଗହଣା କିଣିବାର ଲାଭ ପାଇପାରିବେ।

Advertisment
Advertisment