Advertisment

Casting Couch : କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଭେଟେରାନ ଅଭିନେତ୍ରୀ

ଜୁଡୱା, ମେ ପ୍ରେମ କି ଦିୱାନୀ ହୁଁ ଓ କମେଡି ନାଇଟ୍ସ ୱିଥ କପିଲରେ ନଜର ଆସିଥିବା ଏହି ୪୯ ବର୍ଷୀୟା ଅଭିନେତ୍ରୀ ନିଜ ଅଭିଜ୍ଞତା ବର୍ଣ୍ଣନା କରିବା ସହ ଏହି ଘଟଣା ପରେ ସପ୍ତାହେ ସେ ଘରୁ ବାହାରି ନ ଥିବା କହିଛନ୍ତି।  ସାଉଥର ଜନୈକ ଲୋକପ୍ରିୟ ନିର୍ଦେଶକ ତାଙ୍କୁ ଅନୀଲ କପୁରଙ୍କ ବିପକ୍ଷରେ ଏକ ସିନେମା ପାଇଁ ଡାକିଥିଲେ।ମୁମ୍ବାଇର ଜୁହୁରେ ଏହି ବୈଠକ ହୋଇଥିଲା। ପ୍ରଥମ ଥର ମିଟିଂକୁ ମା’ ଓ ଭଉଣୀଙ୍କୁ ନେଇ ଯାଇଥିଲେ। ତେବେ ମିଟିଂର ଅଭିଜ୍ଞତା ନିରାଶାଜନକ ରହିଥିବା ବେଳେ ସେ ସପ୍ତାହେରୁ ଅଧିକ ସମୟ ନିଜକୁ ରୁମରେ ବନ୍ଦ କରି ରଖିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
upasana singh

upasana singh

କାଷ୍ଟିଂ କାଉଚକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ବଲିଉଡର ଭେଟେରାନ ଅଭିନେତ୍ରୀ ଉପାସନା ସିଂ ଏଭଳି ଅଭିଯୋଗ ଆଣିଛନ୍ତି। ଜୁଡୱା, ମେ ପ୍ରେମ କି ଦିୱାନୀ ହୁଁ ଓ କମେଡି ନାଇଟ୍ସ ୱିଥ କପିଲରେ ନଜର ଆସିଥିବା ଏହି ୪୯ ବର୍ଷୀୟା ଅଭିନେତ୍ରୀ ନିଜ ଅଭିଜ୍ଞତା ବର୍ଣ୍ଣନା କରିବା ସହ ଏହି ଘଟଣା ପରେ ସପ୍ତାହେ ସେ ଘରୁ ବାହାରି ନ ଥିବା କହିଛନ୍ତି। 

Advertisment

ସାଉଥର ଜନୈକ ଲୋକପ୍ରିୟ ନିର୍ଦେଶକ ତାଙ୍କୁ ଅନୀଲ କପୁରଙ୍କ ବିପକ୍ଷରେ ଏକ ସିନେମା ପାଇଁ ଡାକିଥିଲେ।ମୁମ୍ବାଇର ଜୁହୁରେ ଏହି ବୈଠକ ହୋଇଥିଲା। ପ୍ରଥମ ଥର ମିଟିଂକୁ ମା’ ଓ ଭଉଣୀଙ୍କୁ ନେଇ ଯାଇଥିଲେ। ତେବେ ମିଟିଂର ଅଭିଜ୍ଞତା ନିରାଶାଜନକ ରହିଥିବା ବେଳେ ସେ ସପ୍ତାହେରୁ ଅଧିକ ସମୟ ନିଜକୁ ରୁମରେ ବନ୍ଦ କରି ରଖିଥିଲେ। ତେବେ ଏହି ଘଟଣା ମାନସିକ ଭାବେ ତାଙ୍କୁ ଅଧିକ ଦୃଢ କରିଥିଲା।

ଅଧିକ ପଢ଼ନ୍ତୁ: ଆସିଲା ‘ଗେମ୍ ଚେଞ୍ଜର୍‌’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ

Advertisment

ସିଦ୍ଧାର୍ଥ କନ୍ନନଙ୍କ ସହିତ ଆଲୋଚନା ବେଳେ ଏଭଳି କହିଥିଲେ ଉପାସନା। ଉକ୍ତ ନିର୍ଦ୍ଦେଶକ ଜଣଙ୍କ ପ୍ରଥମ ବୈଠକ ପରେ ରାତି ୧୧.୩୦ରେ ଫୋନ କରି ସିଟିଂ ପାଇଁ ଡାକିଥିଲେ। ସେ ମନା କରିବା ପରେ ସିଟିଂର ମାନେ ଉପାସନା ବୁଝୁ ନଥିବା କହିଥିଲେ ନିର୍ଦ୍ଦେଶକ। ଉପାସନା ଫୋନ କାଟି ଦେଇଥିବା ବେଳେ ପରଦିନ ସକାଳୁ ନିର୍ଦ୍ଦେଶକଙ୍କ ବାନ୍ଦ୍ରା ଅଫିସକୁ ଯାଇ ଗାଳି କରିଥିଲେ।

ତେବେ ଅନୀଲ କପୁରଙ୍କ ସହ ଫିଲ୍ମ କରୁଥିବା ନେଇ ସମସ୍ତଙ୍କ ଆଗରେ ଘୋଷଣା କରି ସାରିଥିବା ବେଳେ ଫୁଟପାଥରେ କାନ୍ଦି କାନ୍ଦି ଫେରିଥିଲେ। ଲୋକଙ୍କୁ କଣ କହିବେ ଏହାକୁ ନେଇ ଚିନ୍ତାରେ ଥିବାରୁ ଘରୁ ବାହାରି ନ ଥିଲେ। ତେବେ ପରବର୍ତ୍ତ ସମୟରେ ଏହି ଘଟଣା ହିଁ ତାଙ୍କୁ ମାନସିକ ଭାବରେ ଦୃଢ କରିଥିଲା। ଉଭୟ ଫିଲ୍ମ ଓ ଟେଲିଭିଜନରେ ଉପାସନା ସଫଳ ରହିଥିଲେ। ଟେଲିଭିଜନରେ କମେଡି ନାଇଟ୍ସ ୱିଥ କପିଲ ତାଙ୍କୁ ସଫଳତା ପ୍ରଦାନ କରିଥିଲା।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

Bollywood Casting Couch
Advertisment
Advertisment