Advertisment

Busiest Airport: ବିଶ୍ବର ୧୦ ବ୍ୟସ୍ତବହୁଳ ଏୟାରପୋର୍ଟ

ପରିବର୍ତ୍ତିତ ସମୟ ସହିତ ବିମାନ ବନ୍ଦର ଗମନାଗମନର ଏକ ପ୍ରମୁଖ ଅଙ୍ଗ ଭାବେ ପରିଗଣିତ ହୋଇଛି। ଲୋକମାନଙ୍କୁ ପରିବହନ କରିବା ବ୍ୟତୀତ ମାଲ ପରିବହନ ଓ ସଂସ୍କୃତିର ଆଦାନ ପ୍ରଦାନରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେଉଁ ବିମାନବନ୍ଦରରେ ଦୈନିକ କେତେ ଲୋକ ଯାତ୍ରା କରୁଛନ୍ତି ଓ କେତେ ବିମାନ ଉଡାଣ ଭରୁଛନ୍ତି ଏଥିରୁ ଏହାର ବ୍ୟସ୍ତ ବହୁଳତା ନିର୍ଦ୍ଧାରଣ କରାଯାଇଥାଏ।

author-image
Otv Khabar Bureau
ଅଦ୍ୟତନ ହୋଇଛି
air port

air port

ପରିବର୍ତ୍ତିତ ସମୟ ସହିତ ବିମାନ ବନ୍ଦର ଗମନାଗମନର ଏକ ପ୍ରମୁଖ ଅଙ୍ଗ ଭାବେ ପରିଗଣିତ ହୋଇଛି। ଲୋକ ମାନଙ୍କୁ ପରିବହନ କରିବା ବ୍ୟତୀତ ମାଲ ପରିବହନ ଓ ସଂସ୍କୃତିର ଆଦାନ ପ୍ରଦାନରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେଉଁ ବିମାନବନ୍ଦରରେ ଦୈନିକ କେତେ ଲୋକ ଯାତ୍ରା କରୁଛନ୍ତି ଓ କେତେ ବିମାନ ଉଡ଼ାଣ ଭରୁଛନ୍ତି ଏଥିରୁ ଏହାର ବ୍ୟସ୍ତ ବହୁଳତା ନିର୍ଦ୍ଧାରଣ କରାଯାଇଥାଏ। ଏବେ ଦେଖନ୍ତୁ ବିଶ୍ବର ୧୦ ବ୍ୟସ୍ତବହୁଳ ବିମାନ ବନ୍ଦର ତାଲିକା..

Advertisment

୧. ହାର୍ଟସଫିଲ୍ଡ-ଜ୍ୟାକସନ ଆଟଲାଣ୍ଟା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଦୈନିକ ୨୨୪୯ ଉଡାଣ)
ବିଶ୍ବର ବ୍ୟସ୍ତ ବହୁଳ ବିମାନ ବନ୍ଦର ତାଲିକାର ପ୍ରଥମ ସ୍ଥାନେର ରହିଛି ହାର୍ଟସଫିଲ୍ଡ-ଜ୍ୟାକସନ ଆଟଲାଣ୍ଟା ଇଣ୍ଟର ନ୍ୟାସନାଲ ଏୟାରପୋର୍ଟ। ଆମେରିକାର ପୂର୍ବ ଓ ପଶ୍ଚିମ ପ୍ରାନ୍ତକୁ ସଂଯୋଗ କରୁଥିବା ଏହି ବିମାନ ବନ୍ଦରରେ ମୁଖ୍ୟତଃ ଡେଲଟା ଏୟାରଲାଇନ୍ସର ହବ ଭାବେ କାର୍ଯ୍ୟ କରିଥାଏ। ଉଭୟ ଡୋମେଷ୍ଟିକ ଓ ଇଣ୍ଟରନ୍ୟାସନାଲ ବିମାନ ଚଳାଚଳରେ ଏହି ବିମାନ ବନ୍ଦର କାର୍ଯ୍ୟ କରିଥାଏ।

୨. ଚିକାଗୋ ଓ ହେୟର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ(ଦୈନିକ ୨୦୯୭ ଉଡାଣ)

ଆମେରିକାର ଅନ୍ୟତମ ବ୍ୟସ୍ତବହୂଳ ଚିକାଗୋ ଓ ହେୟର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଦୈନିକ ୨୦୯୭ ଉଡାଣ ସହ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ୟୁନାଇଟେଡ ଏୟାରଲାଇନ୍ସ ଓ ଆମେରିକାନ ଏୟାରଲାଇନ୍ସ ପାଇଁ ଏହା ହବ୍ ଭାବେ କାର୍ଯ୍ୟ କରିଥାଏ। ଆମେରିକାର ଶିଳ୍ପ ଜଗତରେ ଏହି ବିମାନ ବନ୍ଦରର ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଯାତ୍ରୀ ନେବା ଆଣିବା ସହ କାର୍ଗୋ ପରିବହନରେ ଏହି ବିମାନ ବନ୍ଦର ଆଗୁଆ ରହିଛି।

Advertisment

୩. ଡାଲାସ-ଫୋର୍ଟ ଓର୍ଥ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ(ଦୈନିକ ୨୦୮୯ ଉଡାଣ)

ଆମେରିକାନ ଏୟାରଲାଇନ୍ସ ପାଇଁ ହବ୍ ଭାବେ କାର୍ଯ୍ୟ କରୁଥ‍ବା ଡାଲାସ-ଫୋର୍ଟ ଓର୍ଥ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବିଶ୍ବର ତଥା ଆମେରିକାର ତୃତୀୟ ବ୍ୟସ୍ତବହୂଳ ବିମାନ ବନ୍ଦର। ଉତ୍ତର ଆମେରିକାର ଏହା ସର୍ବବୃହତ ଯାତ୍ରୀ ପରିବହନ କରୁଥିବା ବିମାନବନ୍ଦର।

୪. ଡେନଭର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଦୈନିକ ୧୮୬୪ ଉଡାଣ)

ଦୈନିକ ୧୮୬୪ ଉଡାଣ ସହ ଡେନଭର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ  ବ୍ୟସ୍ତବହୂଳ ବିମାନ ବନ୍ଦର ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ପ୍ରତିକୂଳ ପାଗ ସତ୍ବେ ଉତ୍ତମ ପରିଚାଳନା କାରଣରୁ ଏଠାରେ ଉଡାଣ ସହଜରେ ହୋଇଥାଏ। କୋଭିଡ ପୂର୍ବରୁ ଏଠାରେ ୯୩ ଲକ୍ଷ ଯାତ୍ରୀ ବାର୍ଷିକ ଯାତ୍ରା କରୁଥିଲେ। କୋଭିଡ ପରବର୍ତ୍ତୀ ପର୍ଯ୍ୟାୟରେ ସମାନ ସଫଳତା ଦୋହରାଇ ଯାତ୍ରୀ ସଂଖ୍ୟ ୪୩.୪ ମିଲିୟନରେ ପହଞ୍ଚାଇଛି ଏହି ବିମାନବନ୍ଦର। ୨୦୨୪ରେ ଏହା ଆମେରିକାର ସବୁଠାରୁ ସଫଳ ବିମାନ ବନ୍ଦରର ମାନ୍ୟତା ପାଇଥିଲା।

୫. ଚାର୍ଲୋଟ ଡଗଲାସ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଦୈନିକ ୧୬୫୮ ଉଡାଣ)

ଅଧିକ ପଢ଼ନ୍ତୁ: ବିମାନରେ ମିଳିବ ୱାଇ ଫାଇ ସୁବିଧା, ଏହି ୫ ଜିନିଷ ମିସ୍ କରିବେ ଯାତ୍ରୀ

ସାଧାରଣତଃ ଛୋଟ ସହର ଗୁଡିକ ସଞ୍ଜୋଗ କରୁଥିବା ଚାର୍ଲୋଟ ଡଗଲାସ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଏହି ତାଲିକାର ୫ମ ସ୍ଥାନରେ ରହିଛି। ଦକ୍ଷିଣ ପୂର୍ବ ଆମେରିକାର ଗୁରୁତ୍ବପୂର୍ଣ୍ଣ ଭୌଗୋଳିକ ସ୍ଥିତିରେ ଏହି ବିମାନ ବନ୍ଦର ଅବସ୍ଥିତ।

୬. ଲସ ଏଞ୍ଜେଲସ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଦୈନିକ ୧୬୨୫ ଉଡାଣ)

ଅନ୍ତର୍ଜାତୀୟ ବିମାନ ଉଡାଣରେ ଲସ ଏଞ୍ଜେଲସ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବେଶ ଆଗୁଆ ରହିଛି। ୟୁନାଇଟେଡ ଡେଲଟା ଓ ଆମେରିକାନ ଏୟାର ଲାଇନ୍ସର ହବ ଭାବେ ଏହି ବିମାନ ବନ୍ଦର କାର୍ଯ୍ୟ କରିଥାଏ। ହୱାଇ ଓ ମେକ୍ସିକୋ ଭଳି ସହରକୁ ଏହି ବିମାନ ବନ୍ଦରରୁ ସର୍ବାଧିକ ବିମାନ ଉଡାଣ ଭରିଥାଏ।

୭. ଲାସ ଭେଗାସ ହାରୀ ରେଡ ଇଣ୍ଟର ନ୍ୟାଶନାଲ ଏୟାରପୋର୍ଟ (ଦୈନିକ ୧୫୨୮ ଉଡାଣ)
ବ୍ୟସ୍ତବହୁଳ ବିମାନ ବନ୍ଦର ତାଲିକାର ସପ୍ତମ ସ୍ଥାନରେ ରହିଛି ଲାସ ଭେଗାସ ହାରୀ ରେଡ ଇଣ୍ଟର ନ୍ୟାଶନାଲ ଏୟାରପୋର୍ଟ। ଲାସଭେଗାସର ପର୍ଯ୍ୟଟନ ପାଇଁ ଏଠାକୁ ଅଧିକ ଲୋକ ଯାତ୍ରା କରିଥାନ୍ତି। ଶୀତ ଦିନର ମଧ୍ୟଭାଗରେ ଏଠାର ବିମାନ ଯାତ୍ରାରେ ଅଧିକ ଭିଡ ପରିଲକ୍ଷିତ ହୋଇଥାଏ।

୮. ମିଆମି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ(ଦୈନିକ ୧୪୬୦ ଉଡାଣ)

ମିଆମି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲାଟିନ ଆମେରିକା ଓ କାରିବିଆନ ଦେଶ ଗୁଡିକ ପାଇଁ ଗେଟ ୱେ ଭାବେ କାମ କରିଥାଏ। ଆମେରିକାନ ଏୟାର ଲାଇନ୍ସର ହବ ଭାବେ ପରିଚିତ ଏହି ବିମାନ ବନ୍ଦର ମୁଖ୍ୟତଃ ଅଧିକ ଲିଜର ଓ ବିଜିନେସ ଯାତ୍ରୀ ପରିବହନ କରିଥାଏ। ପର୍ଯ୍ୟଟନ ଋତୁରେ ଏହାର ଯାତ୍ରୀ ପରିବହନ ଘନତ୍ବ ଅଧିକ ରହୁଥିବା ବେଳେ କାର୍ଗୋ ପରିବହନରେ ମଧ୍ୟ ଏହା ଆଗୁଆ ରହିଛି। 

୯. ଗୁଆଙ୍ଗଝୋ ବାଇୟୁଁ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଦୈନିକ ଉଡାଣ ୧୪୬୦)

ଚୀନର ଗୁଆଙ୍ଗଝୋ ବାଇୟୁଁ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଭୟ ଯାତ୍ରୀ ଓ କାର୍ଗୋ ପରିବହନରେ ଆଗୁଆ ରହିଛି। ଚୀନ ସାଉଥ ଇଷ୍ଟର୍ନ ଏୟାରଲାଇନ୍ସ ପାଇଁ ଏହା ହବ ଭାବେ କାର୍ଯ୍ୟ କରିଥାଏ। ଚାଇନା ଉତ୍ପାଦନରେ ଆଗୁଆ ଥିବା ବେଳେ ଏହି ବିମାନ ବନ୍ଦର କାର୍ଗୋ ସିପିଂରେ ଆଗୁଆ ରହିଛି।

୧୦. ଫୋନିକ୍ସ ସ୍କାଏ ହାର୍ବର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଦୈନିକ ଉଡାଣ ୧୪୪୭)

ବ୍ୟସ୍ତବହୁଳ ତାଲିକାର ୧୦ମ ସ୍ଥାନରେ ରହିଛି ଏହି ବିମାନ ବନ୍ଦର। 

ଅଧିକ ପଢ଼ନ୍ତୁ: ବୃଦ୍ଧି ପାଉଛି ଗୋଲ୍ଡ ଲୋନ୍ ସଂଖ୍ୟା; ଜାଲିଆତି ଆଶଙ୍କା କଲା RBI

Airport
Advertisment
Advertisment