ଏବେ ବାପା-ମା’ଙ୍କ ସେବା ନକଲେ ମିଳିବନି ସମ୍ପତ୍ତି । ଯଦି କୌଣସି ସନ୍ତାନ ତାଙ୍କ ପିତାମାତାଙ୍କୁ ହଇରାଣ କରନ୍ତି ତେବେ ସେମାନଙ୍କୁ ସମ୍ପତ୍ତି ହରାଇବାକୁ ପଡ଼ିବ ।
ଟେକା, ପଥର, ଅଣ୍ଡା ଓ କଳା ପତାକା ଧରିଥିବା ମହିଳାଙ୍କ ଫଟୋ ସେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ସଶକ୍ତିକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣରେ ଲଗାଯାଉଛି ।
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଗୃହରୁ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ନାବାଳକକୁ ଉଦ୍ଧାର କରାଯାଇଥିବାବେଳେ ତାକୁ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀ ଭୋଗୋରା ରେଲୱେ ବ୍ରିଜ ଠାରେ ରାଉତ ବାହାଲ ଗାଁର ରଞ୍ଜନ ପ୍ରଧାନଙ୍କୁ ଟାଙ୍ଗିଆରେ ହତ୍ୟା କରାଯାଇଛି । ପରେ ଖୁଣ୍ଟିଆପଡ଼ାର ପ୍ରକାଶ ବେହେରା ବସ୍ରେ ଯାଇ ପୁରୁଣା କଟକ ଥାନାରେ ଆତ୍ମସମର୍ପଣ କରିଛି ।
ବିଦ୍ୟୁତ ଚୁଲାରେ ମୋ ମରଶରୀର ଦାହ କରିବ । ଜେ. ସରୋଜିନୀଙ୍କୁ ୨୦x୨୦ ଫୁଟ ଜମି ପ୍ରଦାନ। 'ସମସ୍ତ ଚିଠି ଓ ଅସଂପୂର୍ଣ୍ଣ ପାଣ୍ଡୁଲିପି’ ପୋତି ଦେବ ।
ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର । ଚନ୍ଦ୍ର – ଧନୁ ଦିବା ୧୦.୩୮ ଗତେ ମକର ।
ତା ପୁଣି ଆଉ ଜଣେ ଡାକ୍ତରଙ୍କୁ, ରୋଗୀ ଓ ମହିଳାଙ୍କ ସାମ୍ନାରେ । ଡାକ୍ତରଙ୍କୁ ଆଉ ଜଣେ ଡାକ୍ତରଙ୍କ ଗାଳିଗୁଲଜ ଭିଡିଓ ଭାଇରାଲ୍ ।
ଏଥର କିଏ ଜିତିବ ଏସିଆ କପ୍ (ଦିନିକିଆ ଫର୍ମାଟ୍) - ଭାରତ, ପାକିସ୍ତାନ, ଶ୍ରୀଲଙ୍କା ନା ବାଂଲାଦେଶ? ପ୍ରଦର୍ଶନ, ଅଭ୍ୟାସ ଓ ଟିମ୍ ଚୟନକୁ ବିଚାରକୁ ନେଲେ, ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇବ । ଦିନିକିଆ ବିଶ୍ୱକପ୍ ପୂର୍ବରୁ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଜିତିଲେ ରୋହିତ ସେନାର ମନୋବଳ ବଢ଼ିବ, ହେଲେ ପରାଜୟ ସ୍ଥଳେ ତୃତୀୟ ବିଶ୍ୱକପ୍ ମୁକୁଟ ସ୍ୱପ୍ନ ଦିଗହରା ହେବ ।
ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଲେ ନୀରଜ ଚୋପ୍ରା..୮୮. ୧୭ ମିଟର ଫୋପାଡି ସ୍ୱର୍ଣ୍ଣ ପଦ..ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତାରେ ସାରାଦେଶ ଉତ୍ସବମୁଖର
ରାଉରକେଲାରେ ସବିର ବକ୍ସ । ପିଲାଙ୍କୁ ଦେଉଛନ୍ତି ସ୍ୱତନ୍ତ୍ର ତାଲିମ୍...ଅଲମ୍ପିକ ଲାଗି ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଗଦା ହେବ ମେଡାଲ ଉପରେ ମେଡାଲ
ବଡ଼ ଅସହାୟ ରଞ୍ଜନ । ଦୁଇଟି ଗୋଡ ସଂପୂର୍ଣ୍ଣ ଅଚଳ ହେଲେ ବି ମିଳୁନି ସରକାରୀ ସହାୟତା । ପରିବାର ମୁହଁରେ ଦାନା ଦେବା ପାଇଁ ଏମିତି ଗୁରୁଣ୍ଡି ଗୁରୁଣ୍ଡି ପିଲାଙ୍କୁ ପଢାଉଛନ୍ତି କିଛି ରୋଜଗାର କରୁଛନ୍ତି । ଏତିକିରେ ଯାହା ଯେତିକି ହେଉଛି
ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି । ଆଜି SCB ବଡ ମେଡିକାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।
ରଙ୍ଗୀନ, ଚକାଚକ୍, ମନଲୋଭା । ଖୋଲାରେ ଯେତିକି ସୁନ୍ଦର, ପ୍ୟାକେଟରେ ତା’ଠୁ ଅଧିକ ଆକର୍ଷଣୀୟ । ଏ ରାକ୍ଷୀ ପ୍ଲାଷ୍ଟିକ ନୁହେଁ, କି ବିଦେଶରୁ ଆମଦାନୀ ହୋଇନି । ବରଂ ଖାଣ୍ଟି ଦେଶୀ ଆଉ ପରିବେଶ ଉପଯୋଗୀ ।
ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।
ଜହ୍ନର ଦକ୍ଷିଣ ମେରୁରେ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ । ତାପମାତ୍ରା ମାପିଲା ସ୍ୱତନ୍ତ୍ର ପେ'ଲୋଡ୍ 'ଚାସ୍ତେ' । ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ସ୍ୱତନ୍ତ୍ର ଯନ୍ତ୍ର ଚାସ୍ତେ ପରଖିଛି ଚନ୍ଦ୍ରପୃଷ୍ଠର ତାପମାତ୍ରା ।
ହିତାଧିକାରୀ ତାଲିକାରୁ ବାଦ ପଡିଲେ ସ୍ଥାୟୀ ବସ୍ତି ବାସିନ୍ଦା । ଯେଉଁଥି ପାଇଁ ତାତିଛନ୍ତି ରାଜଧାନୀର ବସ୍ତିରେ ରହୁଥିବା ଲୋକେ । କେଉଁଠି ପଟ୍ଟା ବର୍ଜନ ନିଷ୍ପତ୍ତି ତ ଆଉ କେଉଁଠି ଭୁବନେଶ୍ୱର ମେୟର ଓ ବିଧାୟକଙ୍କ ଘର ଘେରାଉ ।
5T ସଚିବଙ୍କୁ ସୌମ୍ୟରଂଜନଙ୍କ ଘନଘନ ଆକ୍ରମଣ । ପାଣ୍ଡିଆନଙ୍କ ଗୋଟିଏ ପଟେ ଗୋଟିଏ ଗୁମର ଖୋଲୁଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । 5T ସଚିବଙ୍କ ଗସ୍ତ ଖର୍ଚ୍ଚ, ଚନ୍ଦ୍ରୟାନ ଖର୍ଚ୍ଚ ସହ ସମାନ ହେବ ବୋଲି ସାଂଘାତିକ ଅଭିଯୋଗ ।
ଛତିଶଗଡ ଝିଅ, ଓଡ଼ିଶା ବୋହୂ । ପ୍ରେମ ବିବାହ ପରେ ଓଡ଼ିଶାରେ ରହିଲେ । ଜନ୍ମରୁ ଦିବ୍ୟାଙ୍ଗ..ଚଲାବୁଲା ତାଙ୍କ ପକ୍ଷରେ କଷ୍ଟ । ଏମିତି ପରିସ୍ଥିତିରେ ବି ଭତ୍ତା ମିଳୁନି କି ଘର ଖଣ୍ଡିଏ ମିଳୁନି । ବ୍ଲକ୍ ପ୍ରଶାସନ କହୁଛନ୍ତି ଖୁବଶୀଘ୍ର ମିଳିବ ସହାୟତା
ବିଡ଼ା ବିଡ଼ା ହୋଇ ଥୁଆହେଇଛି ପାଞ୍ଚଶହ ଟଙ୍କିଆ ନୋଟ୍ । ଜବତ ହୋଇଛି ବନ୍ଧୁକ ଓ ସୁନା ଅଳଙ୍କାର । ରାଜଧାନୀରେ ନିଜକୁ ସିବିଆଇ ଅଧିକାରୀ କହି କଳାକନା ବୁଲାଇଥିବା ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
ଆଜିଠୁ ସ୍ୱତନ୍ତ୍ର ଟେଷ୍ଟିଂ କାଉଣ୍ଟରରେ ଆରମ୍ଭ ହୋଇଛି ଡେଙ୍ଗୁ ନମୁନା ପରୀକ୍ଷା । ଏହାସହ ଟେଷ୍ଟିଂ ସମୟକୁ ବି ବଢ଼ାଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ପୂର୍ବରୁ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ରୋଗୀଙ୍କ ନମୁନା ସଂଗ୍ରହ ହେଉଥିବା ବେଳେ ଏବେ ସକାଳ ୮ଟାରୁ ଅପରାହଣ ୫ଟା ଯାଏଁ ନମୁନା ସଂଗ୍ରହ କରାଯିବ ।
ହମ୍ ବର୍ଷାମେ ନେହିଁ ଭିଜେଙ୍ଗେ ! ଢୁ ଢୁ ବର୍ଷାରେ ବସ୍ରୁ ପଡୁଥିଲା ପାଣି । ଓଦା ନହେବାକୁ ଗୋଟିଏ ହାତରେ ଷ୍ଟିଅରିଂ ଅନ୍ୟ ହାତରେ ଥିଲା ଛତା । ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଭିଡିଓ
ଗତ ୨୫ ତାରିଖ ଦିନ ସକାଳେ ଏନେଇ ଯୁବତୀ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ସାଇବାର ଥାନା ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି ।
ଶାହରୁଖ୍ଙ୍କ ଘର ‘ମନ୍ନତ’ ଆଗରେ ଲୋକମାନେ ଫିଲ୍ମ ‘ଜବାନ’କୁ ନେଇ ବିକ୍ଷୋଭ କରିବା ସହ ଫିଲ୍ମରେ ରହିଥିବା କିଛି ସିନ୍କୁ ନେଇ କଡ଼ା ବିରୋଧ କରିଛନ୍ତି ।
ଯେଉଁମାନେ IOCL ରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ଟେକ୍ନିସିଆନ୍, ଟ୍ରେଡ୍ ଆପ୍ରେଣ୍ଟିସ୍ / ଆକାଉଣ୍ଟସ୍ ଏକ୍ଜିକ୍ୟୁଟିଭ୍ / ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ (ବୈଷୟିକ ଏବଂ ଅଣ-ଯାନ୍ତ୍ରିକ) ସହିତ ବିଭିନ୍ନ ଟ୍ରେଡ୍ ପାଇଁ ବିଜ୍ଞପ୍ତି ଜାରି ହୋଇଛି।
ଆଥଲେଟ ବାପି ହାଁସଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ସବର ଉପବିଜେତା ଭାବେ ବିବେଚିତ ହୋଇଛନ୍ତି । ବାପି ଓ ଜ୍ୟୋସ୍ନାଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କା ସହ ମାନପତ୍ର ମିଳିବ ।