• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାସ୍ତା ଉପରେ ଗାଡି ଚାଲୁଛି । ଗୋଟିଏ ହାତରେ ଷ୍ଟିଅରିଂ ଧରିଛନ୍ତି ତ ଆଉ ଗୋଟିଏ ହାତରେ ଛତା ଧରି ଗାଡି ଚଳାଉଛନ୍ତି ଡ୍ରାଇଭର । ପୂରା ସ୍ପିଡ୍‌ରେ ଘାଇଁ ଘାଇଁ ଚାଲୁଛି ଗାଡି । ହେଲେ ଯାତ୍ରୀବାହୀ ବସ୍‌ରେ ଏମିତି ବିପଦ ସଂକୁଳ ଅବସ୍ଥାରେ ଡ୍ରାଇଭର ଜଣକ ଗାଡି ଚଳାଉଥିବାରୁ ସୋସିଆଲ ମିଡିଆରେ ଏହା ବେଶ୍‌ ଭାଇରାଲ ହେଉଛି ।

ସୋସିଆଲ ମିଡିଆରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ଏସଟି ବସ ଛାତରେ କଣା ଥିଲା । ପ୍ରବଳ ବର୍ଷା ହେବାରୁ ବସ୍‌ ଭିତରେ ପାଣି ପଡୁଥିଲା । ଆଉ ଏମିତି ସ୍ଥିତିରେ ଓଦା ହୋଇ ଗାଡି ଚଳାଇବା ବସ ଡ୍ରାଇଭରଙ୍କ ପକ୍ଷରେ କଷ୍ଟକର ହୋଇ ପଡିଥିଲା । ତେଣୁ ଗୋଟିଏ ହାତରେ ଛତା ଧରି ଅନ୍ୟ ହାତରେ ଷ୍ଟିଅରିଂ ଧରି ଗାଡି ଚଳାଉଥିଲେ ଡ୍ରାଇଭର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଗୋଟିଏ ହାତରେ ଷ୍ଟିଅରଂ ଧରି ବସ ଚଲାଇବା ଦ୍ୱାରା ଗାଡି ଚାଳକଙ୍କ ଜୀବନ ପ୍ରତି ବିପଦ ଥିବା ସହିତ ବସ୍‌ରେ ବସିଥିବା ଯାତ୍ରୀଙ୍କ ଲାଗି ମଧ୍ୟ ବିପଦ ରହିଛି । କାରଣ ଗୋଟିଏ ହାତରେ ଗାଡି ଚଳାଇବା ଦ୍ୱାରା କେତେବେଳେ ବି ବସ୍‌ ଦୁର୍ଘଟଣାର ସାମ୍ନା କରିପାରେ । ହେଲେ ଏଭଳି ବେଫିକର ହୋଇ ଗାଡି ଚାଳନାକୁ ନେଇ ସୋସିଆଲ ମିଡିଆରେ ନାପସନ୍ଦ କରାଯାଇଛି । ହେଲେ ବସ୍‌ କେଉଁଠାରୁ କେଉଁଠାକୁ ଯାଉଥିଲା ? ବସ୍‌ର ଡ୍ରାଇଭରଙ୍କ ନାଁ କଣ ସେନେଇ କୌଣସି ସୂଚନା ମିଳିନାହିଁ କିମ୍ବା ଏନେଇ ପ୍ରଶାସନର ବି କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।