• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଖୁବ୍‌ଶୀଘ୍ର ଆସୁଛି ଶାହରୁଖ୍‌ଙ୍କ ଫିଲ୍ମ ‘ଜବାନ’ । ସେପ୍ଟେମ୍ବର ୭ ତାରିଖରେ ବଲିଉଡ୍‌ କିଙ୍ଗ୍‌ ଖାନ୍‌ଙ୍କ ଏହି ମୁଭି ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମ ରିଲିଜ୍‌ର ତାରିଖ ଘୋଷଣା ସରିଥିବାବେଳେ ବର୍ତ୍ତମାନ ଟିଜର ସହ ଫିଲ୍ମର ନୂଆନୂଆ ପୋଷ୍ଟର ଦର୍ଶକଙ୍କ ମନରେ ଉତ୍କଣ୍ଠା ବଢ଼ାଉଛି । ହେଲେ ଏହାରି ଭିତରେ ଦେଖାଦେଲାଣି ବିବାଦ ।

ଫିଲ୍ମ ‘ଜବାନ’କୁ ନେଇ କିଛି ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶାହରୁଖ୍‌ଙ୍କ ଘର ‘ମନ୍ନତ’ ଆଗରେ ଲୋକମାନେ ଫିଲ୍ମ ‘ଜବାନ’କୁ ନେଇ ବିକ୍ଷୋଭ କରିବା ସହ ଫିଲ୍ମରେ ରହିଥିବା କିଛି ସିନ୍‌କୁ ନେଇ କଡ଼ା ବିରୋଧ କରିଛନ୍ତି । ବିକ୍ଷୋଭକାରୀଙ୍କ ମତ ଅନୁସାରେ ଫିଲ୍ମର କିଛି ଚିତ୍ର ଓ ଚରିତ୍ର ଯୁବପିଢ଼ିଙ୍କୁ ଭୁଲ୍‌ ବାର୍ତ୍ତା ଦେଉଛି ।

ବର୍ତ୍ତମାନ ଶାହରୁଖଙ୍କ ଫିଲ୍ମ ‘ଜବାନ’ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ଏହାରି ଭିତରେ ବିବାଦରେ ଛନ୍ଦି ହୋଇପଡ଼ିଲାଣି ଫିଲ୍ମ ‘ଜବାନ’ । ସୂଚନା ଅନୁସାରେ ଅନଲାଇନ୍ ଗେମିଂ ଆପ୍ ବା ଜୁଆ ଖେଳକୁ ଏହି ଫିଲ୍ମ ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଥିବା ଅଭିଯୋଗ କରିଛନ୍ତି କିଛି ସାମାଜିକ ସଙ୍ଗଠନ । ଯାହାକୁ ନେଇ ଦର୍ଶକମାନେ ଶାହରୁଖ ଖାନଙ୍କ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।

ବିକ୍ଷୋଭକାରୀମାନେ କହିଛନ୍ତି ଯେ, ଏପରି ଜିନିଷର ପ୍ରଚାର କରି ଯୁବପିଢ଼ିଙ୍କୁ ଭୁଲ୍‌ ବାର୍ତ୍ତା ଦେଉଛନ୍ତି ଶାହରୁଖ । ସେଥିପାଇଁ ଶାହରୁଖ ଖାନଙ୍କ ଘର ଆଗରେ ଫିଲ୍ମକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତକାଲି ବା ଶନିବାର ଦିନ ଏକ ଘରୋଇ ସଂସ୍ଥା ଅନ୍‌ଟଚ୍‌ ୟୁଥ୍‌ ପାଉଣ୍ଡେସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଭିଯୋଗ ଅଣାଯାଇଥିଲା । ଅଭିଯୋଗରେ କୁହାଯାଇଥିଲା ଯେ, ଶାହରୁଖ ଏହି ଫିଲ୍ମ ମାଧ୍ୟମରେ ଜୁଆ ଖେଳର ପ୍ରଚାର କରୁଛନ୍ତି ।

ଏନେଇ ପୋଲିସ ସୂଚନା ପାଇବା ପରେ ଶାହରୁଖ୍‌ଙ୍କ ଘର ଆଗରେ ପହଞ୍ଚିଥିଲା । ବିକ୍ଷୋଭକାରୀମାନଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ଆୟତ୍ତକୁ ନେଇଥିଲା । ପରେ ଶାହରୁଖ୍‌ ଖାନ୍‌ଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଥିଲା ପୋଲିସ ।