/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693207630.jpg)
Aparajita Sarangi
ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସିଧା ଟାର୍ଗେଟ୍ । ପ୍ରମାଣପତ୍ର ସହ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରିଲେ ଅପରାଜିତା । ସଶକ୍ତିକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣରେ ଲଗାଯାଉଛି ବୋଲି ଅପରାଜିତା ସିଧାସିଧା ଅଭିଯୋଗ ଆଣିଛନ୍ତି ।
ଅପରାଜିତା ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଧୃତରାଷ୍ଟ ନହୋଇ ରାଜଧର୍ମ ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ । ନିଜ ସଂସଦୀୟ ମଣ୍ଡଳ ଗସ୍ତବେଳେ ବିଜେଡି କର୍ମୀଙ୍କ ବିରୋଧ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଏପରି କହିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଫଟୋ ସମ୍ବଳିତ ପ୍ରମାଣପତ୍ର ସହ ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଟେକା, ପଥର, ଅଣ୍ଡା ଓ କଳା ପତାକା ଧରିଥିବା ମହିଳାଙ୍କ ଫଟୋ ସେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ସଶକ୍ତିକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣରେ ଲଗାଯାଉଛି । ମୁଁ ଜଣେ ନିର୍ବାଚିତ ମହିଳା ସାଂସଦ । ମୋ ଉପରେ ଆକ୍ରମଣ ଉଦ୍ୟମ ହେଉଛି । ଏହା କ’ଣ ପ୍ରକୃତ ମିଶନଶକ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନ ହୋଇ ରାଜଧର୍ମ ପାଳନ କରନ୍ତୁ । ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ବିଜେଡି ପକ୍ଷରୁ ଜାଣିଶୁଣି ଏଭଳି ବିରୋଧ ସହ ଅଣ୍ଡା ଓ ଟେକା ପଥର ମାଡ଼ କେତେ ଯୁକ୍ତିଯୁକ୍ତ ବୋଲି ସାଂସଦ ପ୍ରଶ୍ନ କରିଛନ୍ତି । ଗତକାଲି ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ଛକରେ ଅପରାଜିତାଙ୍କୁ ବିରୋଧ କରିଥିଲେ ବିଜେଡି କର୍ମୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)