• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Jhulan Jatra Of Lord Jagannath At Puri Srimandir
ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ଝୁଲଣ କୁଞ୍ଜରେ ଝୁଲିବେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି

ଆଜିଠାରୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ମନ୍ଦିରକୁ ବିଜେ କରିବେ।

Security Tightened 5T Secretary VK Pandian Visit
ପାଣ୍ଡିଆନଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା: କାଲି ପିଙ୍କ୍‌ ପିନ୍ଧିଥିଲେ, ଆଜି ବ୍ଲୁ ଡ୍ରେସ୍‌ରେ ସୁରକ୍ଷାକର୍ମୀ

ଗତକାଲି 5T ସଚିବ ଭିକେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀ ପିଙ୍କ୍ କଲର ଡ୍ରେସ୍‌ ପିନ୍ଧି ଥିବାବେଳେ ଆଜି ନୀଳ ରଙ୍ଗର ଟି ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।

Dying declaration can't always be sole basis for conviction
‘ମୃତ୍ୟୁର ଠିକ୍ ପୂର୍ବରୁ ପୀଡ଼ିତ ଦେଇଥିବା ବୟାନ ଅଧିକ ଗ୍ରହଣୀୟ’

ମୃତ୍ୟୁକାଳୀନ ଜମାନବନ୍ଦୀ ସଂପର୍କରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏହାକୁ ସବୁବେଳେ ଏକମାତ୍ର ଆଧାର ଭାବେ ଗ୍ରହଣ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Female SI
ପ୍ରେମ ସମ୍ପର୍କ ପାଇଁ ବିଷ ପିଇଥିଲେ କି ଲେଡି ଏସ୍‌.ଆଇ? ଅଧା ଚିକିତ୍ସାରୁ ଗାଏବ ହେଲେ କାହିଁକି?

ମଶା ତେଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ...କିନ୍ତୁ ଅଧା ଚିକିତ୍ସାରୁ ଗାଏବ ହୋଇଗଲେ । ପୁଣି ନିଖୋଜ ହେବା ପଛରେ ଯୁବ ସବ୍‌-ଇନ୍ସପେକ୍ଟରଙ୍କ ସଂପୃକ୍ତି ଥିବା ନେଇ ବଢୁଛି ଚର୍ଚ୍ଚା । ମେଡିକାଲ କର୍ତ୍ତୃପକ୍ଷଙ୍କର ଗୋଟିଏ କଥା ପୋଲିସ ବାବୁଙ୍କର ଆଉ ଗୋଟିଏ କଥା...

Women’s Equality Day 2023 date history theme and significance
Women’s Equality Day 2023: ସମାଜରେ ମହିଳାଙ୍କ ସ୍ଥିତିକୁ ଦୃଢ଼ କରିବା ହେଉଛି ‘ମହିଳା ସମାନତା ଦିବସ’ର ଲକ୍ଷ୍ୟ

ଆଜିବି ସମାଜରେ ମହିଳାମାନଙ୍କ ସ୍ଥିତିକୁ ନେଇ ଅସମାନତା ଦେଖାଯାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଲୋକଙ୍କ ମନରେ ଏକ ଦ୍ୱନ୍ଦ୍ୱାତ୍ମକ ମାନସିକତା ଦେଖିବାକୁ ମିଳେ। ଆଜି ବି ସମାଜରେ ମହିଳାମାନେ ପୁରୁଷଙ୍କ ପରି ସମାନ ଅଧିକାର ପାଇବାରୁ ବଞ୍ଚିତ ହେବା ଦେଖାଯାଏ।

woman death
ପର ପୁରୁଷ ସହ ସମ୍ପର୍କ ରଖୁଥିଲା ସ୍ତ୍ରୀ; ଜାଣିବା ପରେ ହେମଦସ୍ତାରେ ପିଟିପିଟି ମାରିଦେଲା ସ୍ୱାମୀ

ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ଥିବା ସନ୍ଦେହ କରି ହେମଦସ୍ତାରେ ପିଟିପିଟି ହତ୍ୟା କରିଛି ସ୍ୱାମୀ । ନିଜ ପତ୍ନୀକୁ ମାରିବା ପରେ ଥାନାରେ ପହଞ୍ଚି ନିଜର ଅପରାଧକୁ ସ୍ୱୀକାର କରିବା ସହ ନିଜର ଦୋଷ ମାନିଛି ।

Know  5 women rights in indian constitution and law
Women’s Equality Day 2023: ଭାରତୀୟ ମହିଳାଙ୍କୁ ମିଳିଥିବା ୫ ଗୁରୁତ୍ୱପୂର୍ଣ୍ଣ ଅଧିକାର ବିଷୟରେ ଜାଣନ୍ତୁ...

ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଭାରତୀୟ ମହିଳାଙ୍କ ଅବସ୍ଥା ବହୁତ ଭଲ। ଭାରତର ଆଇନ ଏବଂ ସମ୍ବିଧାନ ମହିଳାମାନଙ୍କୁ କିଛି ଅଧିକାର ଦେଇଛି ଯାହା ସେମାନଙ୍କୁ ସଶକ୍ତ କରିଥାଏ। ଭାରତୀୟ ମହିଳାମାନେ ଏସବୁ ବିଷୟରେ ଜାଣିବା ଜରୁରୀ।

India to celebrate August 23 as National Space Day
ଏଣିକି ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ ଭାରତ

ଏଣିକି ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଘୋଷଣା କରିଛନ୍ତି।

12 killed in Madagascar stadium stampede
ଷ୍ଟାଡିୟମ ଭିତରକୁ ପ୍ରବେଶ ବେଳେ ଦଳାଚକଟା, ୧୨ ମୃତ

ଷ୍ଟାଡିୟମରେ ଦଳାଚକଟା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି।

Today Panchang
Today Panchang 26th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ  (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୬ ତାରିଖ  ଶନିବାର । ଚନ୍ଦ୍ର- ବିଛା ଦିବା ୦୮.୩୬ ଗତେ ଧନୁ ।

8 persons killed in train fire mishap in Tamil Nadu
ଟ୍ରେନ୍‌ରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ୧୦ ଜଣ

ଟ୍ରେନ୍‌ରେ ନିଆଁ ଲାଗିଯିବା ଯୋଗୁ ୧୦ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡ଼ିଛନ୍ତି।

PM Modi meets ISRO scientists
ଚନ୍ଦ୍ରରେ ଭାରତ: ଲ୍ୟାଣ୍ଡିଂ ପଏଣ୍ଟର ନାଁ ‘ଶିବଶକ୍ତି’ ରଖିଲେ ପ୍ରଧାନମନ୍ତ୍ରୀ ମୋଦି

ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଚନ୍ଦ୍ରୟାନ-୩ର ସଫଳତା ଲାଗି ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡେଇ ଥିଲେ ପ୍ରଧାନମନ୍ତ୍ରୀ ମୋଦି।

Weavers prepare new garments
ଟସର ନୁହେଁ ଅହିଂସା ସୂତାରେ ଠାକୁରଙ୍କ ଖଣ୍ଡୁଆ ପାଟ

ଟସର ନୂହେଁ ଅହିଂସା ସୂତାରେ ଖଣ୍ଡୁଆ ପାଟ । ନିଜ ଜନ୍ମ ଦିନରେ ପିନ୍ଧିବେ ଶ୍ରୀ ଶ୍ରୀ ବଳଦେବ ଜିଉ । କେନ୍ଦ୍ରାପଡ଼ାର ମହାପ୍ରଭୁ ବଳଦେବ ଜିଉଙ୍କ ଜନ୍ମତିଥି ପାଇଁ ଏହି ନୀଳାମ୍ବରି ପାଟ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମନଲୋଭା ପିତାମ୍ବରୀ ପାଟ ପ୍ରସ୍ତୁତ କରିଛନ୍ତି କଟକ ନୂଆପାଟଣାସ୍ଥିତ ନମ୍ବର ୱାନ ସୋସାଇଟର ବୁଣାକାରମାନେ ।

Balasore city
ଡ୍ରଗସ୍ ଡିପୋ ବାଲେଶ୍ୱର ! ସାରା ରାଜ୍ୟରେ ୭୧ କେଜି ବ୍ରାଉନସୁଗର ଜବତ

ଡ୍ରଗସ୍ କବଳରେ ପଡ଼ି ଯୁବପିଢ଼ି ବରବାଦ ହେଉଛନ୍ତି । ତେଣୁ ନିଶା କାରବାର ରୋକିବାକୁ ୨ ବର୍ଷ ହେଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଳାଇଛି କଡ଼ା ଅଭିଯାନ । ଏହି ସମୟ ଭିତରେ ୭୧ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ ଜବତ ହୋଇଛି ।

416 new posts set to be created to make BMC more effective
BMCରେ ନିଯୁକ୍ତ ହେବେ ୪୧୬ କର୍ମଚାରୀ; ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କଲା ଘୋଷଣା

କାୟା ବଢାଉଛି ରାଜଧାନୀ । ତା ସହ ବଢୁଛି ପରିଚାଳନାଗତ ଚ୍ୟାଲେଞ୍ଜ୍ । ତେଣୁ ଭୁବନେଶ୍ୱର ମହାନଗର ନିଗମର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । BMCକୁ ଅଧିକ କାର୍ଯ୍ୟଦକ୍ଷ କରିବାକୁ ସୃଷ୍ଟି ହେବ ୪୧୬ ନୂଆ ପଦବୀ ।

2 more testing centers to open after rising dengue cases in Bhubaneswar
ଚିନ୍ତା ବଢ଼ାଉଛି ଡେଙ୍ଗୁ; କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ଭିଡ଼, ଖୋଲିବ ଆଉ ଦୁଇ ଟେଷ୍ଟିଂ ଲ୍ୟାବ୍

କ୍ୟାପିଟାଲ ହସ୍ପିଟାଲର ସମନ୍ୱିତ ପରୀକ୍ଷା କେନ୍ଦ୍ର ଆଗରେ ଲାଗିଛି ଭିଡ଼ । କିଏ ରକ୍ତ ପରୀକ୍ଷା ଲାଗି ସକାଳୁ ଛିଡ଼ା ହୋଇଛି ତ’ ଆଉ କାହା ଅପେକ୍ଷା ଗତକାଲିଠୁ ସରୁନି । ଆଉ କେତେକଙ୍କର ତ ଧୈର୍ଯ୍ୟ ସୀମା ପାର କରିଗଲାଣି ।

Ganjam Politics
ବିଜେଡିକୁ ଗଞ୍ଜାମ ଟେନ୍‌ସନ୍‌; ଦଳରେ ନେତୃତ୍ୱ ସଂକଟ, କେମିତି ପାର୍ ହେବ ନିର୍ବାଚନ ?

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି ପାଇଁ ବଢୁଛି ଅଡୁଆ । ଗୋଷ୍ଠୀ କନ୍ଦଳକୁ ନେଇ ଟେନସନରେ ଶଙ୍ଖ ଦଳ । ଗଞ୍ଜାମରେ ଦଳକୁ ଘାଟାରେ ପକାଇପାରେ ପାଣ୍ଡିଆନ ଓ ପ୍ରଦୀପଙ୍କ ବିବାଦ । ସାଧାରଣ ନିର୍ବାଚନ ପୂର୍ବରୁ ଅସଜଡା ଗଞ୍ଜାମ ସଂଗଠନକୁ ନେଇ ଦଳର ଟେନସନ୍ ବଢୁଛି ।

Chandrayaan-3
କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣି

ଏବେସୁଦ୍ଧା ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ୮ ମିଟର ବାଟ ଅତିକ୍ରମ କରିସାରିଲାଣି ବୋଲି ସୂଚନା ଦେଇଛି ଇସ୍ରୋ । ୬ ଚକିଆ ରୋଭରର ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର, ଉଚ୍ଚତା ୩୯.୭ ସେଣ୍ଟିମିଟର ଏବଂ ଓଜନ ୨୬ କେଜି ।

VK Pandian
ପ୍ରଦୀପ ପାଣିଗ୍ରାହୀଙ୍କୁ 5T ସଚିବଙ୍କ ଟାର୍ଗେଟ୍‌

ପ୍ରଦୀପଙ୍କ ନାଁ ନନେଇ ତାଙ୍କ ନିର୍ବାଚନମଣ୍ଡଳିରେ ହିଁ ତାଙ୍କୁ ଟାର୍ଗେଟ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।

MLA Pradeep Panigrahi
ପ୍ରଦୀପଙ୍କୁ ସୁରକ୍ଷା ଦେଇପାରିଲାନି ପୋଲିସ ! ଅଟକିଲେ ୩ ଘଣ୍ଟା, ଅଣ୍ଡା ସାଙ୍ଗକୁ ହେଲା ପଥର ମାଡ଼

ରାଜରାସ୍ତାରେ ଧସ୍ତାଧସ୍ତି... ନାରାବାଜି ସହ ମୁହାଁମୁହିଁ... ତାହାରି ଭିତରେ ଗାଡ଼ିରେ ଫସିରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗାଡ଼ିକୁ ହୋଇଛି ଅଣ୍ଡା ମାଡ଼ । ଫିଙ୍ଗାଯାଇଛି ଟେକାପଥର । ପାଣି ବୋତଲ ବି ମାଡ଼ ହୋଇଛି । ଆଉ ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଷ୍ଠୀ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ।

World’s most expensive car that almost double of rs 615 crore chandrayaan 3 mission
ଚନ୍ଦ୍ରୟାନ-୩ ମିଶନର ବଜେଟ୍‌ର ଦୁଇ ଗୁଣାରେ ବିକ୍ରି ହେଇଛି ଏହି କାର୍

ISRO ବୈଜ୍ଞାନିକମାନେ ୬୧୫ କୋଟି ଟଙ୍କା ବଜେଟ୍ ସହିତ ଚନ୍ଦ୍ରୟାନ-୩ ମିଶନର ସଫଳତାର ମାଇଲଖୁଣ୍ଟ ହାସଲ କରିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଏହା ଅନ୍ୟ ମହାକାଶ ସଂସ୍ଥାଗୁଡ଼ିକର ବଜେଟ୍ ମିଶନ୍ ତୁଳନାରେ ଯଥେଷ୍ଟ କମ୍। ତେବେ ବିକ୍ରି ହୋଇଥିବା ସବୁଠୁ ଦାମୀ କାର ଭାରତୀୟ ଚନ୍ଦ୍ର ମିଶନଠାରୁ ବି ପ୍ରାୟ ଦୁଇଗୁଣ ଅଧିକ।

Crime Against Women
ବିମାନରେ ମହିଳାଙ୍କ ସହ କଲେ ଦୋସ୍ତି, ଗୋଆର ଏକ ହୋଟେଲ୍‌ରେ କଲେ ଦୁଷ୍କର୍ମ !

ମହିଳାଙ୍କୁ ପ୍ରଥମେ ବିମାନରେ ଦେଖା ହୋଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲେ ।

Business Odisha Awards 2023
ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ସେବା କ୍ଷେତ୍ରରେ ରହିଛି କାହାର ଦବ୍‌ଦବା

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

Business Odisha Awards 2023
ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ଅଳଙ୍କାର କ୍ଷେତ୍ରରେ ରହିଛି କାହାର ଦବ୍‌ଦବା

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

Business Odisha Award 2023
ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ଶିକ୍ଷା କ୍ଷେତ୍ରରେ ରହିଛି କାହାର ଦବ୍‌ଦବା

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।