/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693202696.jpg)
hanging Body
ପାଇଖାନାରୁ ଉଦ୍ଧାର ହେଲା ନାବାଳକର ମୃତଦେହ । ଝୁଲନ୍ତା ଅବସ୍ଥାରେ ନାବାଳକର ମୃତଦେହ ଉଦ୍ଧାର କଲା ପୋଲିସ । ନାବାଳକ ଜଣକ ଦୁଷ୍କର୍ମ ମାମଲାରେ ସଜା କାଟୁଥିବା ବେଳେ ଆଜି ତା’ର ମୃତଦେହ ପାଇଖାନାରୁ ଉଦ୍ଧାର କରାଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଏକ ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଗୃହରେ ଥିବା ପାଇଖାନାରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଗୃହରୁ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ନାବାଳକକୁ ଉଦ୍ଧାର କରାଯାଇଥିବାବେଳେ ତାକୁ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତା’ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡ଼ିଥିଲା । ପରେ ପରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି ।
ଭବାନୀପାଟଣା ସଦର ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ମୃତ ନାବାଳକ ନବରଙ୍ଗପୁର ଜିଲ୍ଲା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ନାବାଳକ ଜଣକ ଦୁଷ୍କର୍ମ ମାମଲାରେ ପୋକ୍ସୋ ଆକ୍ଟରେ ଛନ୍ଦି ହୋଇ ଗତ ୧୨ ତାରିଖଠାରୁ ଏହି କେନ୍ଦ୍ରରେ ରହି ଆସୁଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)