• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀରେ ଅର୍ଚ୍ଚନା ପରେ ଇରାନୀ ହନିଟ୍ରାପ୍ । ମାୟାବୀନିର ଜାଲରେ ଫସିଛନ୍ତି ଡାକ୍ତର, ବ୍ୟବସାୟୀ ଓ ଛାତ୍ର । ଫେସବୁକରେ ବନ୍ଧୁତା.. ପରେ ଫୋନରେ କଥାବାର୍ତ୍ତା.. ତାପରେ ଘରକୁ ଆସିବାକୁ ନିମନ୍ତ୍ରଣ । ଆଉ ଘରେ ପହଞ୍ଚିବା ପରେ ବେଡରୁମରେ ଭିଡିଓ ସୁଟ୍ କରି ବ୍ଲାକମେଲିଂ ।

ଡାକ୍ତରଙ୍କୁ ହନିଟ୍ରାପରେ ଫସାଇ ଟଙ୍କା ଲୁଟିଥିବା ଇରାନୀ ପାତ୍ର ବିରୋଧରେ ସିଧାସଳଖ ବ୍ଲାକମେଲିଂର ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳର ଏହି ବ୍ୟବସାୟୀ । ତମାଣ୍ଡୋ ଥାନାରେ ଦେଇଥିବା ଲିଖିତ ଅଭିଯୋଗରେ ବ୍ୟବସାୟୀ ଦର୍ଶାଇଛନ୍ତି ଯେ, ଇରାନୀ, ତାଙ୍କ ସ୍ୱାମୀ ଏବଂ ସହଯୋଗୀ ତାଙ୍କୁ ଫସାଇ ୨ ଲକ୍ଷ ଟଙ୍କା ଦାବି କରିଥିଲେ । ଏତେ ଟଙ୍କା ଦେଇନପାରିବାରୁ ନିସ୍ତୁକ ମାଡ ମାରିବା ସହ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି ।

ଇରାନୀ ଘର । ସୁଇଟ୍ ହୋମ୍ । ଏଇଠି ଲେଡି ବ୍ଲାକମେଲର ଇରାନୀ ପାତ୍ର ଚଳାଇଥିଲା ହନିଟ୍ରାପର ଖେଳ । ଅଭିଯୋଗ ଅନୁସାରେ, ଏହି ଘରକୁ ଡାକି ଗୁପ୍ତରେ ଭିଡିଓ ସୁଟ୍ କରାଯାଉଥିଲା । ପରେ ବ୍ଲାକମେଲିଂ ସହ ଜୋରଜବରଦସ୍ତ କରାଯାଉଥିଲା ଟଙ୍କା ଆଦାୟ । ଇରାନୀର ଜାଲରେ ପଡିଛନ୍ତି ଡାକ୍ତର, ଇଞ୍ଜିନିୟର ଏବଂ ଅନେକ ବ୍ୟବସାୟୀ । କେବଳ ତମାଣ୍ଡୋ ଥାନାରେ ଏ ପର୍ଯ୍ୟନ୍ତ ତା ନାଁରେ ୪ଟି ଅଭିଯୋଗ ହୋଇସାରିଲାଣି । ଆଉ ୩ଟି ଅଭିଯୋଗ ଅନଲାଇନ ଜରିଆରେ ଅସିଛି।

ଦୁଇଦିନ ତଳେ ରାଜଧାନୀର ଜଣେ ଡାକ୍ତରଙ୍କୁ ଘରକୁ ଡାକି, ପରେ ତାଙ୍କୁ ହନିଟ୍ରାପରେ ଫସେଇ ୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଇରାନୀ ପାତ୍ର ଏବଂ ତାଙ୍କ ସ୍ୱାମୀ । ଏପରିକି ୨୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିବା ଅଭିଯୋଗ ପରେ ଇରାନୀ ଓ ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କ ସହ ୪ ଜଣଙ୍କୁ ଗିରଫ କରିଥିଲା ତମାଣ୍ଡୋ ପୋଲିସ । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଇରାନୀ ହନିଟ୍ରାପର ଶିକାର ହୋଇଥିବା ଜଣଙ୍କ ପରେ ଜଣେ ଆସି ଥାନାରେ ଅଭିଯୋଗ କରୁଛନ୍ତି ।

ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ ।

 

  • Reported by:
  • CHANDAN PAIKRAY