/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694534527.jpg)
Youth seeks financial assistance
ମୁଁ ଭାରି କଷ୍ଟ ପାଉଛି । ମୋ ସହ କେହି ନାହାନ୍ତି । ଝାଡା କି ପରିସ୍ରା ଯାଇପାରୁନି । ମତେ ଟିକିଏ ସାହାଯ୍ୟ କରନ୍ତୁ...ଏ ମେଡିକାଲରେ ଚିକିତ୍ସା ହୋଇପାରୁନି । ଡାକ୍ତର କହୁଛନ୍ତି ବୁର୍ଲା ଯିବା ପାଇଁ...ମୁଁ କେମିତି ଯିବି ?
ମେଡିକାଲ ବେଡ୍ରେ ପଡିଥିବା ଜଣେ ରୋଗୀର ଆକୁଳ ନିବେଦନ ସରକାରଙ୍କୁ । ଦୁର୍ଘଟଣା ଘଟିବା ପରେ ଚିକିତ୍ସା କରିବା ପାଇଁ ରୋଗୀ ଜଣକ ବିନମ୍ର ଅନୁରୋଧ କରୁଛନ୍ତି । ମେଡିକାଲ୍ ବେଡ୍ରେ ଥାଇ କହୁଛନ୍ତି ମତେ ଏଠାରେ କେହି ସହଯୋଗ କରୁନାହାନ୍ତି । ଏକାକୀ ଗତ ଶୁକ୍ରବାରଠାରୁ ବେଡ଼ରେ ପଡି ରହିଛି । ଚିକିତ୍ସା ହେଲେ ବଞ୍ଚିଯିବି..ହେଲେ ସରାକରୀ ମେଡିକାଲରେ ରୋଗୀଙ୍କୁ ସବୁ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ବାରମ୍ବାର କହୁଛନ୍ତି ରାଜ୍ୟ ସରକାର । ହେଲେ ତାଙ୍କର କାହିଁକି ଚିକିତ୍ସା ହୋଇପାରୁନି ତାହାକୁ ନେଇ ଏବେ ଚର୍ଚ୍ଚା ।
ଝାରସୁଗୁଡା ଲଖନପୁର ବ୍ଲକ ପଣ୍ଡରି ଗାଁର ୩୫ ବର୍ଷୀୟ ଯୁବକ ରାଜେଶ ସୁନାନୀ । ଦୁର୍ଘଟଣାର ଶିକାର ହେବା ପରେ ବାପା ମେଡିକାଲ ଆଣିଥିଲେ । ଆଡମିଶନ୍ କରିଦେବା ପରେ ୫୦ କିମି ଦୂରରେ ଥିବା ଘରକୁ ଯାଇଛନ୍ତି ଯେ ଯାଇଛନ୍ତି ଆଉ ଫେରିନାହାନ୍ତି । ଏପଟେ ମେଡିକାଲରେ ପଡି ଛଟପଟ ହେଉଛନ୍ତି ରାଜେଶ । ଜାଣିଆଶ୍ଚର୍ଯ୍ୟ ହେବେ କି, ଦୁର୍ଘଟଣା ଏବେ ନୁହେଁ ବରଂ ୫ ବର୍ଷ ପୂର୍ବରୁ ହୋଇଥିଲା । ହେଲେ ଏହାରି ଭିତରେ ୩ ଥର ଅପରେସନ୍ ସରିଲାଣି ସତ କିନ୍ତୁ କିଛି ଲାଭ ହେଉନି । ବାରମ୍ବାର ଅପରେସନ୍ ହେଉଛନ୍ତି ସତ କିନ୍ତୁ ସଂପୂର୍ଣ୍ଣ ଭଲ ହେଉନାହାନ୍ତି । ଆଉ ଏବେ ପୁଣି ଥରେ ମେଡିକାଲରେ ପଡିବା ପରେ ଭଲ ହେବାକୁ କିଛି ଏମିତି ଢଙ୍ଗରେ ସରକାରଙ୍କୁ କରୁଛନ୍ତି ପ୍ରାର୍ଥନା ।
ସ୍ୱାସ୍ଥ୍ୟ ସେବା ପାଇଁ ସରକାର ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି । ନିରାଶ୍ରୟଙ୍କ ଲାଗି ଅନେକ ଯୋଜନା ବି ହେଉଛି । ହେଲେ ଗୋଟିଏ ସରକାରୀ ମେଡିକାଲରେ ଜଣେ ରୋଗୀ ପଡି ଏମିତି ହିନସ୍ତା ହେଉଛନ୍ତି ହେଲେ ବି ଚିକିତ୍ସା ପାଉନାହାନ୍ତି । ତେବେ କାହିଁକି ମେଡିକାଲରେ ପଡିଥିବା ପରେ ବି ଚିକିତ୍ସା ମିଳିପାରୁନି ସେନେଇ ଆମେ ସିଡିଏମ୍ଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)