• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଛ ଧରା ହେଲା କାଳ .. ଭାସିଗଲେ ୩ ଜଣ .. ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଭରସୁଜା ଗାଁରେ । ଭାସି ଯାଇଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ସେହିପରି ନିଖୋଜ ଥିବା ଅନ୍ୟ ଜଣଙ୍କୁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ।

ସୂଚନା ଅନୁସାରେ ପିପିଲିପାଲି ଗାଁ ପୋଢ଼ ପରିବାରର ତିନିଜଣ ରଜନୀ ପୋଢ଼, ପ୍ରମୋଦ ପୋଢ଼ ଓ ଗୁଲେକ ପୋଢ଼ ଭରସୁଜା ନିକଟରେ ଥିବା କୁଲ୍ହାରୀ ନାଳରେ ମାଛ ଧରୁଥିଲେ । ପ୍ରବଳ ବର୍ଷା ଯୋଗୁଁ ହଠାତ ପାଣି ମାଡ଼ି ଆସିବାରୁ ତିନି ଜଣଙ୍କୁ ଭସାଇ ନେଇଥିଲା । ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ରଜନୀ ପୋଢ଼ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ।

ହେଲେ ସେତେବେଳକୁ ଗୁଲେକ ପୋଢ଼ଙ୍କର ପାଣି ଭିତରେ ମୃତ୍ୟୁ ହୋଇସାରିଥିଲା । ଶବ ଉଦ୍ଧାର କରିବା ପରେ ଅଗ୍ନିଶମ ବାହିନୀ ଶବ ହସ୍ତାନ୍ତର କରିଛି ପୋଲିସ । ଅନ୍ୟପଟେ ପ୍ରମୋଦ ପୋଢ଼ ଭାସିଯାଇ ନିଖୋଜ ଅଛନ୍ତି । ନିଖୋଜ ପ୍ରମୋଦଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ପ୍ରୟାଶ ଜାରି ରହିଛି । ପିପିଲିପାଲି ପୋଢ ପରିବାରରେ ଖେଳିଯାଇଛି ଶୋକର ଛାୟା ।

  • Reported by:
  • MANARANJAN JOSHI