Advertisment

‘ସିନେମାଠୁ ଆରମ୍ଭ କରି କ୍ରିକେଟ ପର୍ଯ୍ୟନ୍ତ, ସବୁ ସମ୍ପର୍କ ଭାଙ୍ଗିଲେ ବୁଦ୍ଧି ଶିଖିବ’

ଉଦ୍ଧବ ଶିବସେନା ବି ଏହି ମନ୍ତବ୍ୟକୁ ସମର୍ଥନ କରିଛିା ଭାରତ-ପାକିସ୍ତାନ ମ୍ୟାଚ୍ କୁ ରଦ୍ଧ କରିବା ସହ ସବୁ ପ୍ରକାର ସମ୍ପର୍କ ଭାଙ୍ଗିବାକୁ ଦାବି କରିଛି ଦଳା

author-image
Satyendu Shekher Mishra
ଅଦ୍ୟତନ ହୋଇଛି
General VK Singh

General VK Singh

ପାକିସ୍ତାନ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ କରିବା ସମୟ ଆସିଛିା ସିନେମାଠୁ ଆରମ୍ଭ କରି କ୍ରିକେଟ୍ ଯାଏଁ, ସବୁକିଛି ଅଲଗା ପରେ ହିଁ ପାକିସ୍ତାନ ଶିଖିବା କିଛି ଏଭଳି ଢଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସେନା ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଜେନେରାଲ୍ ଭି.କେ. ସିଂ । ପାକିସ୍ତାନ ସହ କୌଣସି ପ୍ରକାର ସମ୍ପର୍କ ରଖିବା କଥା ନୁହେଁ, ସବୁ ପ୍ରକାର ସମ୍ପର୍କ ଭାଙ୍ଗି ଚାପ ସୃଷ୍ଟି କରିବାକୁ ପଡ଼ିବା ବଲିଉଡରେ ଆସି ଅଭିନୟ କରିବେ, କ୍ରିକେଟ୍ ଖେଳିବେ । ଏସବୁ ଆଉ ଚଳିବନି ବୋଲି ସେ ଦୋହରାଇଛନ୍ତି ।

Advertisment

ଅନ୍ୟପଟେ ଉଦ୍ଧବ ଶିବସେନା ବି ଏହି ମନ୍ତବ୍ୟକୁ ସମର୍ଥନ କରିଛିା ଭାରତ-ପାକିସ୍ତାନ ମ୍ୟାଚ୍ କୁ ରଦ୍ଧ କରିବା ସହ ସବୁ ପ୍ରକାର ସମ୍ପର୍କ ଭାଙ୍ଗିବାକୁ ଦାବି କରିଛି ଦଳ ।

ସୂଚନାଯୋଗ୍ୟ, ଗତକାଲି ଜମ୍ମୁ ଓ କାଶ୍ମୀରର ଅନନ୍ତାନଗରେ ବଡ଼ ଧରଣର ଆତଙ୍କୀ ହମଲା ହୋଇଥିଲା । ଏଥିରେ ସେନାର ଜଣେ କର୍ଣ୍ଣେଲଙ୍କ ସହ ଅନ୍ୟ ଜଣେ ମେଜର ସହିଦ ହୋଇଛନ୍ତି। ଅନନ୍ତନାଗ ଜିଲ୍ଲାର କୋକରନାଗ ଅଞ୍ଚଳରେ ଏହି ଆତଙ୍କୀ ହମଲା ହୋଇଥିଲା। ଦୁଇ ଅଧିକାରୀଙ୍କୁ ଶ୍ରୀନଗର ଏୟାରଲିଫ୍ଟ କରାଯାଇଥିଲା । କର୍ଣ୍ଣେଲ ୧୯ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ନେତୃତ୍ୱ ନେଉଥିବା ସେନା ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ପରେ ଉଭୟ ସହିଦ ହୋଇଥିବା ସୂଚନା ମିଳିଛି ।

Advertisment

ଗତକାଲି ସକାଳୁ କୋକରନାଗ ଅଞ୍ଚଳରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ। ଲସ୍କର ଏ ତୋଏବାର ଏକ ଛାୟା ଗୋଷ୍ଠୀ ଏହି ଆକ୍ରମଣ କରିଥିବା ଦାବି କରିଛି । ଘଟଣା ପରେ ଅଞ୍ଚଳରେ ବ୍ୟାପକ ଖାନତଲାସୀ ଆରମ୍ଭ ହୋଇଛି । 

କାଶ୍ମୀର ଅନନ୍ତନାଗରେ ଆତଙ୍କୀ ଅପରେସନକୁ ଜୋରଦାର କରିଛି ସେନା । ପୁରା ଅନନ୍ତନାଗକୁ କଡ୍ରନ୍ କରି ଯାଞ୍ଚ କରାଯାଉଛି । ୨ରୁ ୩ ଜଣ ଆତଙ୍କୀ ଲୁଚି ରହିଥିବା ଖବର ସେନାକୁ ମିଳିଛି । ଫଳରେ ଯାଞ୍ଚ ଓ କମ୍ବିଂକୁ ଆହୁରୀ ବଢ଼ାଯାଇଛି । ଘଞ୍ଚ ଜଙ୍ଗଲ ହୋଇଥିବାରୁ ଡ୍ରୋନର ସହାୟତା ନିଆଯାଇଛି । ସେନା ସହ ସ୍ଥାନୀୟ ପୋଲିସ୍ ବି ଏହି ଅପରେସନରେ ସାମିଲ ହୋଇଛନ୍ତି ।

ଅନନ୍ତନାଗ କୋକରନାଗରେ ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ପାହାଡ଼ ଉପର ଘଞ୍ଚ ଜଙ୍ଗଲ ଭିତରେ ଲୁଚି ରହିଥିବା ଆତଙ୍କୀମାନେ ସେନା ଉପରକୁ ଅତର୍କିତ ହମଲା କରିଥିଲେ । ଏହାର କଡ଼ା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ଶତ୍ରୁଙ୍କ ସହ ଲଢ଼ି ଲଢ଼ି ସହିଦ ହୋଇଥିଲେ ୪ ଜଣ କର୍ଣ୍ଣେଲ୍ ମନପ୍ରିତ ସିଂ, ମେଜର୍ ଆଶିଷ ଡି କାଶ୍ମୀର ପୋଲିସର DSP ହୁମାୟୁନ୍ ଭଟ୍ଟ ଏବଂ ରାଇଫଲ୍ ମ୍ୟାନ୍ ରବି କୁମାର ।

ଅନ୍ୟପଟେ ଜମ୍ମୁକଶ୍ମୀରରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ସରକାର ଚେଷ୍ଟା କରନ୍ତୁ । ଭାରତ-ପାକିସ୍ତାନ ଏକାଠି ବସି ଏନେଇ ଆଲୋଚନା କରିବା ଜରୁରୀା କିଛି ଏଭଳି କହିଛନ୍ତି ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ନେତା ଫାରୁକ୍ ଅବଦ୍ଦୁଲା । ଆଉ ଏହାକୁ ନେଇ ବିବାଦ ଦେଖାଦେଇଛି । ଫାରୁକ୍ ଓ ତାଙ୍କ ପରିବାର ଦୀର୍ଘ ଦିନ ଧରି କାଶ୍ମୀରରେ ଶାସନ ଭାର ସମ୍ଭାଳିଥିଲୋ ସେମାନଙ୍କ ସମୟରେ ସ୍ଥିତି ବିଗିଡ଼ିଛି । ଏବେ ଏଭଳି ପରିସ୍ଥିତିରେ ଆଲୋଚନାର କଥା କେମିତି ଉଠାଉଛନ୍ତି ଫାରୁକ୍ ବୋଲି ପ୍ରଶ୍ନ କରିଛନ୍ତି ରାଜୀବ ଚନ୍ଦ୍ରଶେଖର ।

Pakistan
Advertisment
Advertisment