Advertisment

‘ପ୍ରବଳ ବର୍ଷା ସତ୍ତ୍ୱେ ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ’

ଲଘୁଚାପ ଯୋଗୁ ପ୍ରବଳ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ସରକାର ଆଶ୍ୱାସନା ଦେଇଛନ୍ତି। ଉପକୂଳରେ ବର୍ଷା ପରିମାଣ କମିବା ସହ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
No Flood Like Situation In Odisha Due To Heavy Rain

No Flood Like Situation In Odisha Due To Heavy Rain

ରାଜ୍ୟରେ ବେହାଲ କଲାଣି ବର୍ଷା। କେଉଁଠି କଲଭର୍ଟ ଭାଙ୍ଗିଲାଣି ତ ଆଉ କେଉଁଠି ରାସ୍ତା ଉପରେ ପାଣି ସୁଅ ଛୁଟୁଛି। ଘରେ ଘରେ ପଶିଛି ପାଣି, ଗଳି କନ୍ଦି ଉବୁଟୁବୁ ହୋଇଛି। ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାରୁ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ସିଷ୍ଟମ ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ ଉପକୂଳରେ ବର୍ଷା ପରିମାଣ କମିବା ସହ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Advertisment

ସେପଟେ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ସରକାର ଆଶ୍ୱାସନା ଦେଇଛନ୍ତି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି, ବର୍ଷା ଯୋଗୁ ନଦୀରେ ପାଣି ଆସିବ। ମହାନଦୀ ଉପରମୁଣ୍ଡରେ ବର୍ଷା ହୋଇଛି। ହେଲେ ଅଧିକ ହୋଇନି। ହାରାହାରି ୩୭ ମିଲିମିଟର ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ନାହିଁ।

ହୀରାକୁଦକୁ ୧.୩୦ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ୨ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ହୀରାକୁଦ ଡ୍ୟାମ୍‌ର ବର୍ତ୍ତମାନ ୧୪ଟି ଗେଟ୍‌ ଖୋଲା ଅଛି। ଆଜି ସକାଳ ୯ଟା ସୁଦ୍ଧା ଖଇରମାଲ ଠାରେ ୧.୨୭ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳିରେ ୯୨ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ।

Advertisment

ଆଜି ରାତି ସୁଦ୍ଧା ଖଇରମାଲରେ ୫ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ ପ୍ରବାହିତ ହେବ। ୨୪ ଘଣ୍ଟା ପରେ ମୁଣ୍ଡଳିରେ ମଧ୍ୟ ସେତିକି ପାଣି ପ୍ରବାହିତ ହେବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। 

Heavy Rainfall
Advertisment
Advertisment