• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନାସା କଲା ବଡ଼ ଖୁଲାସା । ମାନିଲା ଯେ, ଅଛନ୍ତି ଏଲିଏନ୍ । ଏଲିଏନ୍ ବା ଅନ୍ୟ ଗ୍ରହରେ ଜୀବସତ୍ତା ସଂପର୍କରେ ବଡ଼ ଖୁଲାସା କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା । ଆଜି ଏଲିଏନ୍ ସଂପର୍କିତ ନାସାର ବହୁ ପ୍ରତୀକ୍ଷିତ ରିପୋର୍ଟ ପ୍ରକାଶ ପାଇଛି । ୩୩ ପୃଷ୍ଠା ବିଶିଷ୍ଟ ରିପୋର୍ଟ ପ୍ରକାଶ ପାଇବା ପରେ, ସାରା ବିଶ୍ୱରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ନାସାର ପ୍ରଶାସକ ବିଲ୍ ନେଲସନ୍ କହିଛନ୍ତି ଯେ, ପୃଥିବୀ ବ୍ୟତୀତ ବିଶ୍ୱ ବ୍ରହ୍ମାଣ୍ଡର ଅନ୍ୟ ଗ୍ରହରେ ମଧ୍ୟ ଜୀବନ ରହିଛି ବୋଲି ମୋର ବିଶ୍ୱାସ ଅଛି । ମୁଁ ବିଶ୍ୱାସ କରେ ଯେ ଏଲିଏନ୍ ଅଛନ୍ତି ।

ନାସା କହିଛି ଯେ, UFO ବା ଅନ୍-ଆଇଡେଣ୍ଟିଫାଏଡ୍ ଫ୍ଲାଇଂ ଅବଜେକ୍ଟ ସଂପର୍କରେ ଅଧିକ ଗବେଷଣା ପାଇଁ ନୂଆ ଟେକନିକ୍ ଓ ଉନ୍ନତ ସାଟେଲାଇଟର ଆବଶ୍ୟକତା ରହିଛି । ଅନ-ଆଇଡେଣ୍ଟିଫାଏଡ୍ ଏରିଆଲ୍ ଫିନୋମେନନ୍ ବା ୟୁପିଏ ସଂପର୍କରେ ଅଧିକ ଗବେଷଣା ପାଇଁ ଏକ୍ସପର୍ଟ ପ୍ୟାନେଲ ମଧ୍ୟ ଗଠନ କରିଛି ନାସା । ଏହାର ନୂଆ ନିର୍ଦ୍ଦେଶକ ମଧ୍ୟ ନିଯୁକ୍ତ କରାଯିବ ବୋଲି ସୂଚନା ଦେଇଛି ନାସା ।

ପୂର୍ବରୁ ସମ୍ଭାବ୍ୟ UFO ସଂପର୍କିତ କିଛି ଭିଡିଓ ଛାଡ଼ିଥିଲା ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍ । ନୌସେନାର ପାଇଲଟ୍  ମାନେ ଆକାଶରେ ଅଚିହ୍ନା ବସ୍ତୁ ଉଡ଼ୁଥିବା ଦେଖିବାକୁ ପାଇଥିଲେ । ତେବେ ଏହା କେମିତି ଉଡ଼ୁଥିଲା, ସେସଂପର୍କିତ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା । ତେଣୁ ସେସବୁ ଅନ୍ୟ ଗ୍ରହରୁ ଆସିଥାଇ ପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ।

ସେତେବେଳେ ଏହି ଦୃଶ୍ୟ ଗୁଡ଼ିକ ଅସ୍ପଷ୍ଟ ଥିବାରୁ କୌଣସି ବିଜ୍ଞାନସମ୍ମତ ନିଷ୍କର୍ସ ବାହାର କରାଯାଇପାରିବ ନାହିଁ ବୋଲି କହିଥିଲା ନାସା । ଗତକାଲି ମେକ୍ସିକୋ ସଂସଦରେ ପ୍ରଦର୍ଶିତ ହୋଇଥିଲା ଦୁଇଟି ଏଲିଏନ ମୃତଦେହ। ପେରୁର କସ୍କୋରୁ ଏହି ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା କୁହାଯାଇଥିଲା ।