• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲେଡି ଡନ୍‌ର ଫିଟୁଛି ଗୁମର । କ୍ରାଇମ୍‌ଫାଇଲ୍‌ରେ ଗୋଟିଏ ପରେ ଗୋଟିଏ ଯୋଡ଼ି ହେଉଛି ଫର୍ଦ୍ଦ । ଆମେ କହୁଛୁ ରାଜଧାନୀର ଚର୍ଚ୍ଚିତ ଡାକ୍ତର ଅପହରଣ ଘଟଣା କଥା । ଏହି ଘଟଣାରେ ଯେଉଁ ଲେଡି ଡନ୍‌ ଡାକ୍ତରଙ୍କୁ ଟ୍ରାପ୍‌ କରି ଅପହରଣ କରିଥିଲେ । ତାପରେ ୨୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ମାଗିଥିଲେ । ଏବେ ସେହି ଲେଡି ଡନ୍‌ ନାଁରେ ଆସିଛି ଆହୁରି ସଙ୍ଗିନ ଅଭିଯୋଗ ।

ଏହି ମହିଳାଙ୍କ ନାଁରେ ଦିନକୁ ଦିନ ବଢ଼ୁଛି ମାମଲା । ଅପରାଧର ଫର୍ଦ୍ଦ ଲମ୍ବି ଲମ୍ବି ଚାଲିଛି । ପ୍ରତ୍ୟେକ ଦିନ ଯୋଡ଼ି ହେଉଛି ନୂଆ ଅପରାଧର କାହାଣୀ । ପ୍ରଥମେ ଡାକ୍ତରଙ୍କୁ ହନିଟ୍ରାପ୍‌ରେ ଫଶାଇ ଅପହରଣ କରି ଲୁଟ୍‌ କରିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ଜଣାପଡ଼ିଛି, ଆଉ ଏକ ହନିଟ୍ରାପ୍‌ କାହାଣୀ । 

ଡାକ୍ତରଙ୍କ ପରେ ଏବେ ତମାଣ୍ଡୋ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ କମ୍ପିଟେଟିଭ ଛାତ୍ର । ବିରିୟାନି ମଦ ସହ ଘରକୁ ଡାକି ଲେଡି ଡନ୍ ଇରାନୀ ତାଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି। ବଳାତ୍କାର ଅଭିଯୋଗ କରି ତାଙ୍କଠାରୁ ୨ ଲକ୍ଷ ଦାବି କରିଥିବା କମ୍ପିଟେଟିଭ ଛାତ୍ର ଜଣକ କହିଛନ୍ତି । ଲୋକ ଲଜ୍ୟା ଭୟରେ ଛାତ୍ର ଜଣକ ଥାନାର ଦ୍ୱାରସ୍ଥ ହୋଇ ନଥିଲେ । କିନ୍ତୁ ଏବେ ଥାନାରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛନ୍ତି ।

ଛାତ୍ରଙ୍କଠାରୁ ଆରମ୍ଭ କରି ଗ୍ରୋସରି ଦୋକାନୀ, ଡାକ୍ତର, ବିଲ୍ଡର, ରାଜନେତା ଠକେଇର ଶିକାର ହୋଇଥିବା କୁହାଯାଉଛ। ଖୁବଶୀଘ୍ର ଗିରଫ ଅଭିଯୁକ୍ତ ଇରାନୀ ପାତ୍ର, ବାପି ପାତ୍ର, ଗିରିଜା ହରିଚନ୍ଦନ ଓ ଗଣେଶ ପ୍ରଧାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିପାରେ ପୋଲିସ।