Advertisment

ମନେ ପଡ଼ନ୍ତି ମହମ୍ମଦ ମହସୀନ..ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କ ଅବଦାନ ଅତୁଳନୀୟ

ମହମ୍ମଦ ମହସୀନଲେଜ ସମୟରୁ ହିଁ କଳା ଏବଂ ନାଟକ ପ୍ରତି ମୋହସୀନଙ୍କ ଆଗ୍ରହ ବାରି ହୋଇ ପଡ଼ୁଥିଲା । ସେ ରେଭେନ୍ସା କଲେଜର ଡ୍ରାମାଟିକ୍ ସୋସାଇଟିର ସେକ୍ରେଟେରୀ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ ।

author-image
Prangyan Parimita
ଅଦ୍ୟତନ ହୋଇଛି
Ollywood Actor Mohammad Mohsin Death Anniversary

Mohammad Mohsin

ମହମ୍ମଦ ମହସୀନ ! ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ଏକସଙ୍ଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ କାହାଣୀକାର । ଆଜି ମହମ୍ମଦ ମହସୀନଙ୍କ ଜୟନ୍ତୀ । ଜୀବନ୍ତ ଅଭିନୟ ସାଙ୍ଗକୁ ଚଳଚ୍ଚିତ୍ର ଜଗତକୁ ଭେଟି ଦେଇଥିବା ସିନେମା ଆଜି ବି ତାଙ୍କୁ ଦର୍ଶକଙ୍କ ଗହଣରେ ବାନ୍ଧି ରଖିଛି ।

Advertisment

୧୪ ସେପ୍ଟେମ୍ବର, ୧୯୪୨ରେ କଟକରେ ଜନ୍ମଗ୍ରହଣ କରିଥିଲେ ମହମ୍ମଦ ମୋହସୀନ । କଟକର ସୟିଦ ସେମିନାରୀ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ପରେ କଟକ ରେଭେନ୍ସା କଲେଜରୁ ଆର୍ଟରେ ସ୍ନାତକୋତ୍ତର କରିଥିଲେ । କଲେଜ ସମୟରୁ ହିଁ କଳା ଏବଂ ନାଟକ ପ୍ରତି ମୋହସୀନଙ୍କ ଆଗ୍ରହ ବାରି ହୋଇ ପଡ଼ୁଥିଲା । ସେ ରେଭେନ୍ସା କଲେଜର ଡ୍ରାମାଟିକ୍ ସୋସାଇଟିର ସେକ୍ରେଟେରୀ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ । ପାଠପଢ଼ା ଶେଷ ହେବା କଳାପ୍ରତି ଥିବା ଅହେତୁକ ଦୁର୍ବଳତା ହେତୁ କଟକର ଅନ୍ନପୂର୍ଣ୍ଣା ଥିଏଟର ଅଭିନୟ ଜାରି ରଖିଥିଲେ ।

ତା’ପରେ ଭାଗ୍ୟ ପରୀକ୍ଷା କରିବା ପାଇଁ ମାୟାନଗରୀ ମୁମ୍ବାଇ ଚାଲିଯାଇଥିଲା ମହମ୍ମଦ ମହସୀନ । ସେଠାରେ କେତେକ ହିନ୍ଦୀ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାକୁ ଫେରି ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ ଶେଷ ଶ୍ରାବଣ, ବଳିଦାନ, ମା ଓ ମମତା, ପୂଜା ଓ ହିସାବ ନିକାଶ ଇତ୍ୟାଦି କଥାଚିତ୍ରରେ କାମ କରିଥିଲେ। ୧୯୮୨ ମସିହାରେ "ଫୁଲ ଚନ୍ଦନ" କଥାଚିତ୍ରରେ ସେ ସ୍ୱାଧୀନ ଭାବେ ନିର୍ଦ୍ଦେଶନା ଦେଇଥିଲେ ଓ ଏହି ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସେ ପାଇଥିଲେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର । ୩୦ ବର୍ଷରୁ ଅଧିକ ସମୟ ଧରି ସେ ବଲିଉଡ, ଓଡ଼ିଆ ଓ ବଙ୍ଗାଳୀ ସିନେ ଜଗତରେ ସକ୍ରିୟ ଥିଲେ ।

Advertisment

ଓଡ଼ିଆ ଦର୍ଶକଙ୍କ ପସନ୍ଦ ଅନୁସାରେ ଦର୍ଶକଙ୍କ ମନକୁ ଛୁଇଁବା ଭଳି ଓ ବ୍ୟବସାୟିକ ସଫଳତା ହାସଲ କରିବା ଭଳି ସିନେମା ଭେଟି ଦେଇ ଓଡ଼ିଆ ସିନେମା ଜଗତରେ ସେ ଏକ ବିପ୍ଳବ ଆଣିଥିଲେ । ସେ ପ୍ରାୟ ୧୪ ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ୧୬ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ କିଛି ଆଗ ଧାଡ଼ିର ସିନେମା ଫୁଲ ଚନ୍ଦନ, ଦଣ୍ଡା ବାଳୁଙ୍ଗା, ଜଗା ହାତରେ ପଘା, ସହରୀ ବାଘ, ଲକ୍ଷ୍ମଣ ରେଖା, ସନ୍ତାନ, ଚକା ଭଉଁରୀ, ବିଧିର ବିଧାନ ଆଦି ଆଜିର ନେଟପ୍ଲିକ୍ସ ଯୁଗରେ ମଧ୍ୟ ୟୁଟ୍ୟୁବ୍‌ରେ ଦର୍ଶକମାନଙ୍କ ମନକୁ ଟାଣିଧରିଛି ।

Ollywood Director Actor
Advertisment
Advertisment