/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694750531.jpg)
Hirakud dam
ଜଳସ୍ତର ବଢୁଥିବାରୁ ହୀରାକୁଦର ୧୪ଟି ଗେଟ୍ ଖୋଲାଯାଇଛି । ପ୍ରଥମେ ୨ଟି ଗେଟ୍ ଖୋଲିଥିବା ବେଳେ ଜଳସ୍ତର ବୃଦ୍ଧିକୁ ଦେଖି ଗତକାଲି ସକାଳେ ୮ଟି ଗେଟ୍ ଖୋଲିଥିଲା । ପୁଣି ଅପରାହ୍ଣରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା । ବର୍ତ୍ତମାନ ମୋଟ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଏବେ ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୨୮ ଦଶମିକ ୧୫ ଫୁଟ୍ । ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୨ ଲକ୍ଷ୨୯ ହଜାର ୪୫୮ କ୍ୟୁସେକ ପ୍ରବେଶ କରୁଥିବାବେଳେ ୨ ଲକ୍ଷ ୬୭ ହଜାର ୫୭୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ସେପଟେ ରାଜ୍ୟରେ ବେହାଲ କଲାଣି ବର୍ଷା । କେଉଁଠି କଲଭର୍ଟ ଭାଙ୍ଗିଲାଣି ତ ଆଉ କେଉଁଠି ରାସ୍ତା ଉପରେ ପାଣି ସୁଅ ଛୁଟୁଛି । ଘରେ ଘରେ ପଶିଛି ପାଣି, ଗଳି କନ୍ଦି ଉବୁଟୁବୁ ହୋଇଛି । ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାରୁ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ସିଷ୍ଟମ ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ ଉପକୂଳରେ ବର୍ଷା ପରିମାଣ କମିବା ସହ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଲଘୁଚାପ ଯୋଗୁ ପ୍ରବଳ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ସରକାର ଆଶ୍ୱାସନା ଦେଇଛନ୍ତି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି, ବର୍ଷା ଯୋଗୁ ନଦୀରେ ପାଣି ଆସିବ । ମହାନଦୀ ଉପରମୁଣ୍ଡରେ ବର୍ଷା ହୋଇଛି । ହେଲେ ଅଧିକ ହୋଇନି । ହାରାହାରି ୩୭ ମିଲିମିଟର ବର୍ଷା ହୋଇଛି । ତଳମୁଣ୍ଡରେ ବର୍ଷା ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)