• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

land dispute
ଜମି ବିବାଦରୁ ଗଣ୍ଡଗୋଳ; ଭୁଜାଲି ଆକ୍ରମଣରେ ୧୨ ଆହତ

ଖଣ୍ଡା ଓ ଭୁଜାଲି ଆକ୍ରମଣରେ ୨ ପରିବାରର ୧୨ ଆହତ ହୋଇଛନ୍ତି । ଗୋଟିଏ ପରିବାର ୮ ଜଣ ହୋଇଥିବା ବେଳେ ଅନ୍ୟ ପରିବାରର ୪ ଜଣ ରହିଛନ୍ତି l

ceo receive cv of candidate with sperm count written
Viral CV: CEOଙ୍କ ପାଖକୁ ଆସିଲା ଏମିତି CV ଦେଖି ମୁହଁ ଲୁଚାଇଲେ

ସ୍ୱାସ୍ଥ୍ୟସେବା କମ୍ପାନୀର ସିଇଓ ଜଣେ ବ୍ୟକ୍ତିର CV ପାଇଥିଲେ, ଯେଉଁଥିରେ ସେ ଏପରି କିଛି ପଢିଥିଲେ ଯେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବୃତ୍ତିଗତ ଜୀବନ ଏବଂ ସଫଳତା ବ୍ୟତୀତ, ବ୍ୟକ୍ତି ଜଣକ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଏପରି କିଛି ଲେଖିଥିଲେ ଯେ ଏହାକୁ ପଢିବା ପରେ ସିଇଓ ନିଜେ ଲଜ୍ଜା ଅନୁଭବ କଲେ।

Strange Answer In Exam Paper
ବ୍ୟବସ୍ଥାର ମୁଖା ଖୋଲିଲେ ନବମ ଶ୍ରେଣୀର ଛାତ୍ର, ଖାତାରେ ଉତ୍ତର ନ ଲେଖି, ଅବ୍ୟବସ୍ଥା ବିରୋଧରେ ଲେଖିଲେ

ଯାଜପୁର ବ୍ଲକ ଖଇରାବାଦ ପଂଚାୟତର ପ୍ରହ୍ଲାଦଚନ୍ଦ୍ର ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଉତ୍ତର ଖାତାକୁ ନେଇ ଚର୍ଚ୍ଚା। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ସ୍କୁଲରେ ସଂସ୍କୃତ ଶିକ୍ଷକ ପଦବୀ ଦୀର୍ଘ ଦିନ ହେବ ପୂରଣ ହେଉ ନ ଥିବାରୁ ପିଲାଏ, ପାଠ ପଢିନଥିବା ଅଭିଯୋଗ କରିଛନ୍ତି ।

Kolkata and Kohli
୧୪ ବର୍ଷ ପୂର୍ବରୁ ଆରମ୍ଭ, ଆଜି ପଡ଼ିପାରେ ଯବନିକା

ହଜାର ହଜାର ଜନତାଙ୍କ ସାମ୍ନାରେ ଏପରି ଶତକ ମାରିବା ତାଙ୍କୁ ସେଦିନ ନିହାତି ଭାବେ ଉତ୍ସାହିତ କରିଥିବ । ସେବେଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ।

leopard
ଛକି ଥିଲା ଛାତରେ, ମାଡ଼ି ବସିଲା ବନ ବିଭାଗ

ବନ ବିଭାଗ ବାଘକୁ କାବୁ କରିବାରେ ସଫଳ ହୋଇଛି । ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମ ବନ୍ଧା ଅଞ୍ଚଳର କୋଦୋପାଲରିରୁ କଲରାପତରିଆ ଧରା ପଡ଼ିଛି ।

Delhi Pollution
ଆଜି ମଧ୍ୟ କ୍ୟାପିଟାଲ ସିଟିରେ ଭୀଷଣ ପ୍ରଦୂଷଣ, ଧୂଳି ଓ ଧୂଆଁରେ ଅଣନିଶ୍ୱାସୀ ଦିଲ୍ଲୀବାସୀ

ଏୟାର କ୍ୱାଲିଟି ଇଣ୍ଡେକ୍ସ ନିମ୍ନସ୍ତରକୁ ଖସୁଥିବାରୁ ଧୂଳି ଓ ଧୂଆଁରେ ଅଣନିଶ୍ୱାସୀ ହୋଇଯାଉଛନ୍ତି ଦିଲ୍ଲୀବାସୀ । ସ୍ଥିତି ନିୟନ୍ତ୍ରଣ ଲାଗି ବିଭିନ୍ନ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର।

Panchang Today
Panchang Today 5th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର ଚନ୍ଦ୍ର- କର୍କଟ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୩.୧୮ ଗତେ ୯ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ

Ind vs SA
ସୁପର ସନଡେରେ ସୁପର ମୁକାବିଲା, ଦୁଇ ଟପ ଟିମଙ୍କ ମଧ୍ୟରେ ଫାଇଟ

ଆଜି ବିଶ୍ୱକପରେ ଭାରତ-ସାଉଥ ଆଫ୍ରିକା ଟକ୍କର । ଇନଫର୍ମ ରୋହିତ ଆଣ୍ଡ କୋ’ର ମୁକାବିଲା ଅନ୍ୟତମ ଟାଇଟଲ ଫେଭରିଟ ଦକ୍ଷିଣ ଆଫ୍ରିକା ସହ ।

Virat Kohli
ବିରାଟ କୋହଲି : ଏ ମ୍ୟାନ, ଏ ମିଥ୍, ଏ ଲିଜେଣ୍ଡ

କ୍ରିକେଟ ଜଗତର ସେ ଅଦ୍ବିତୀୟ ସମ୍ରାଟ ପାଲଟି ଯାଇଥିଲେ । ରେକର୍ଡ ପରେ ରେକର୍ଡ ପ୍ରତିଷ୍ଠା କରି ଚାଲିଥିଲେ ।

Naxal Attack
ଛତିଶଗଡ଼ ନିର୍ବାଚନ ପ୍ରଚାର ବେଳେ ଜଘନ୍ୟ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ହତ୍ୟା କଲେ ମାଓବାଦୀ

ନିର୍ବାଚନ ପ୍ରଚାର ବେଳେ ମାଓବାଦୀମାନେ ବିଜେପି ନେତା ରତନ ଦୁବେଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଚାର କରୁଥିବା ବେଳେ ନାରାୟଣପୁର ଜିଲ୍ଲାର କୌଶଲ ନଗରରେ ତାଙ୍କୁ ମାଓବାଦୀମାନେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୋଲିସ କହିଛି।

Leopard on Terrace
ଘର ଛାତ ଉପରେ ଛକି ବସିଛି କଲରା ପତରିଆ

ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା ।

Pak vs NZ
ବିଶ୍ୱକପ୍ କ୍ରିକେଟରେ ବଡ଼ ଟ୍ୱିଷ୍ଟ, ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲ ରେସ୍‌କୁ ଫେରିଲା ପାକିସ୍ତାନ

ଏହି ବିଜୟ ସହ ପୁଣି ସେମିଫାଇନାଲ ରେସ୍‌କୁ ଫେରିଛି ପାକିସ୍ତାନ । ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ୪ଟି ବିଜୟ ଓ ୪ଟି ପରାଜୟ ସହିତ ସମାନ ପଏଣ୍ଟ ପାଇଛନ୍ତି। ଭଲ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲାଣ୍ଡ ଚତୁର୍ଥ ଓ ପାକିସ୍ତାନ ପଞ୍ଚମ ସ୍ଥାନରେ ଅଛି ।

B Gangadhar transferred to State Police Headquarters
ଏସ୍.ସୁଶ୍ରୀ ହେଲେ ମୟୂରଭଞ୍ଜର ନୂଆ SP

ମୟୂରଭଞ୍ଜ SP ବି.ଗଙ୍ଗାଧରଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଏସ୍.ସୁଶ୍ରୀଙ୍କୁ SP ଭାବେ ନିଯୁକ୍ତ କରାଯାଇଛି । ବି.ଗଙ୍ଗାଧର ରାଜ୍ୟ ପୋଲିସ୍ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି ।

Dumping Yard
ଜନସାଧାରଣଙ୍କୁ ବିଏମସି କମିଶନରଙ୍କ ତାଗିଦ୍, ଓଦା ଓ ଶୁଖିଲା ଅଳିଆ ପୃଥକ୍ ପୃଥକ୍ ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ଆବର୍ଜନା ପରିଚାଳନାରେ ବିଏମସିର ତ୍ରୁଟିକୁ ନେଇ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଏମସିର ତାଗିଦ୍। ଏଣିକି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ନ ଦେଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ ।

Srimandir
ପରିଚାଳନା କମିଟିର ମୋହର; ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ମୋହର ବାଜିଲା । ଜାନୁଆରୀ ୧୭ରେ ହିଁ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । କାଲି ନୀତି ସବ୍ କମିଟି ବୈଠକର ନିଷ୍ପତ୍ତିକୁ ଆଜି ପରିଚାଳନା କମିଟି ବୈଠକର ଅନୁମୋଦନ ମିଳିଛି ।

Controversy Over Ama Odisha Naveen Odisha
ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ସରପଞ୍ଚଙ୍କ ବିରୋଧ,ସଭାସ୍ଥଳକୁ କଲେ ବୟକଟ୍

ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି?

Tutu Nayak
ସାମ୍ବାଦିକାଙ୍କୁ ମାଡ଼ ଓ ଦୁର୍ବ୍ୟବହାର ଅଭିଯୋଗ ମାମଲା, ଜେଲ ଗଲେ ପ୍ରଯୋଜକ ଟୁଟୁ ନାୟକ

ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା । ରିଲିଜ୍ ହେବାକୁ ଥିବା ଏକ ସିନେମାର କଭରେଜ୍ ପାଇଁ ଯାଇଥିଲେ ସାମ୍ବାଦିକା ଦେବସ୍ମିତା ରାଉତ। ଆଉ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବାବେଳେ ପାଖକୁ ଆସି ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ ଦେବସ୍ମିତା।

Nepal earthquake
ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ; ନେପାଳରେ ୬.୪ ତୀବ୍ରତାର ଭୂକମ୍ପ, ମୃତ୍ୟୁସଂଖ୍ୟା ଦେଢ଼ଶହ ପାର୍‌

ଶୁକ୍ରବାର ରାତି ପ୍ରାୟ ୧୧ଟା ୩୨ । ସମସ୍ତେ ଖାଇ ପିଇ ନିଶ୍ଚିନ୍ତରେ ଶୋଇଥିବା ବେଳେ ହଠାତ୍ ଯେମିତି ଚେଇଁ ଉଠିଥିଲା ପ୍ରକୃତି । ଥରି ଉଠିଥିଲା ପାହାଡି ଦେଶ ନେପାଳ । ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ । ପୁଣି ଭୂକମ୍ପର ଭୟଙ୍କର ଝଟକା । ଏଥର ତୀବ୍ରତା ଥିଲା ୬.୪। ଶକ୍ତିଶାଳୀ, ଧ୍ୱଂସକାରୀ । ସ୍ଥଳଭାଗରୁ ପ୍ରାୟ ୧୦ କିଲୋମିଟର ତଳେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ।

Mahadev app scam
ମହାଦେବ ବେଟିଂ ଆପକୁ ନେଇ ଛତିଶଗଡ଼ରେ ରାଜନୀତି; ନାଁ ନନେଇ ଭୁପେଶଙ୍କୁ ମୋଦିଙ୍କ ଟାର୍ଗେଟ୍

ରାଜ୍ୟରେ ବିଜେପି ସରକାରକୁ ଆସିଲେ ଏଭଳି ଅପରାଧୀଙ୍କୁ ଜେଲରେ ପୂରାଇବ ବୋଲି ମୋଦି କହିଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟରେ ୩୦ ପ୍ରତିଶତର କମିଶନର ସରକାର ଚାଲିଛି । ଏଥର ଆଉ ଏହାକୁ ସହିବେନି ଜନତା ।

Winter session
୨୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ

ବିଭିନ୍ନ ପ୍ରସଙ୍ଗରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି ।

Tiger Terror
ନୂଆପଡ଼ାରେ ଥମୁନି କଲରାପତରିଆ ବାଘର ଆତଙ୍କରାଜ, ପୁଣି ଗାଁରେ ପଶି ନାବାଳକକୁ ଝାମ୍ପିନେଲା

ଧରମବନ୍ଧା ଥାନା କୋଦପାଲି ଗାଁରେ ପଶି ଆକ୍ରମଣ କଲା କଲରାପତରିଆ ବାଘ। ଗାଁରେ ପଶି ନାବାଳକକୁ ଝାମ୍ପିନେଲା ବେଳେ ବଞ୍ଚାଇଲେ ସ୍ଥାନୀୟ ଲୋକ।

Assembly Elections 2023
ଛତିଶଗଡ ବିଧାନସଭା ନିର୍ବାଚନକୁ ଆଉ ୨ ଦିନ; ନିର୍ଣ୍ଣାୟକ ହୋଇପାରନ୍ତି ଓଡ଼ିଆ ଭୋଟର

ଛତିଶଗଡ ନିର୍ବାଚନ ପାଇଁ ଜୋର ସୋର ଚାଲିଛି ପ୍ରଚାର । ପ୍ରଚାର ମୈଦାନରେ କଳ ବଳ ଖଟାଉଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଓଡିଶା ସୀମାନ୍ତ ଜଗଦଲପୁର ଅଞ୍ଚଳ ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏଠାରେ ବହୁ ସଂଖ୍ୟାରେ ଓଡିଆ ବାସବାସ କରନ୍ତି ।

Manoj Mishra
ମନୋଜ ମିଶ୍ରଙ୍କ ନାଁରେ ଏତଲା ଦେଲେ ‘ପ୍ରଥା’ ଫିଲ୍ମର ପ୍ରଯୋଜିକା, ଜାଣନ୍ତୁ କାରଣ...

ଗତକାଲି ଦେଢଶହରୁ ଅଧିକ ଦର୍ଶକ ଫିଲ୍ମ ଦେଖୁଥିବା ବେଳେ ହଠାତ୍ କିଛି ବ୍ୟକ୍ତି ବାଇକରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପୋଷ୍ଟର ବ୍ୟାନର ଚିରିବା ସହ ସୋ ବନ୍ଦ କରିବାକୁ ଧମକ ଦେଇଥିଲେ। ‘ପ୍ରଥା’ ଫିଲ୍ମ ବନ୍ଦ କରି କିଛି ଲୋକ ‘ମାଇଣ୍ଡଗେମ୍’ ଫିଲ୍ମ ଚଲାଇବାକୁ ବି ବାଧ୍ୟ କରିଥିଲେ।

Tutu Nayak
ଗିରଫ ପରେ ଜେଲ୍‌ ଗଲେ ପ୍ରଯୋଜକ ଟୁଟୁ ନାୟକ

ଗିରଫ ହେବା ପରେ ପ୍ରଯୋଜକ ଟୁଟୁ ନାୟକ ଜେଲ୍‌ ଯାଇଛନ୍ତି । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ତାଙ୍କୁ ପଠାଇଦିଆଯାଇଛି ।

Ratna Bhandar
କାର୍ତ୍ତିକ ପୂର୍ଣ୍ଣିମା ପରଦିନ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ

ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ୨୮ ତାରିଖରେ ଲେଜର ସ୍କାନିଂ କରାଯିବ । ଟେକ୍ନିକାଲ କମିଟି ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।