ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି। ମଙ୍ଗଳବାର ଦିନ ଅବ୍ବାସଙ୍କ କ୍ନଭେନ୍ରେ ହଠାତ୍ ଆକ୍ରମଣ କରାଯାଇଥିଲା ଯେଉଁଥିରେ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିଲା। ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସ କିଛି ଦିନ ପୂର୍ବରୁ ହମାସ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଥିଲେ।
ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ୪ ଦିନ ଧରି ୪ ଶହ ତଳକୁ ଖସୁନି ଏୟାର କ୍ୱାଲିଟି ଇଣ୍ଡେକ୍ସ ।
ଅକ୍ଟୋବର ୭ରୁ ନଭେମ୍ବର ୭ । ଇସ୍ରାଏଲ-ହମାସ ଯୁଦ୍ଧକୁ ପୂରିଛି ମାସେ ।
ହାତୀ ଲାଙ୍ଗୁଡ଼ ଟାଣି ଯୁବକ ଗିରଫ। ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ବନବିଭାଗ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ପ୍ରଥମ ଥର ପାଇଁ ସୌର ଝଡ଼ର ସାମ୍ନା କଲା ଆଦିତ୍ୟ L1। ୧୦ ଘଣ୍ଟା ଧରି ତୀବ୍ରତା ମାପିଲା ହିଲିୟସ ପେ-ଲୋଡ୍। ସୂର୍ଯ୍ୟ ରହସ୍ୟ ଭେଦିବାକୁ ସେପ୍ଟେମ୍ବର ୨ରେ ହୋଇଛି ଲଞ୍ଚ୍।
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ। BSFର ଯବାନ ପ୍ରକାଶ ଚନ୍ଦ୍ର ସିଅଳ ସହିଦ। ପ୍ରକାଶଙ୍କ ଘର ବାଲେଶ୍ୱର ବାହାନଗା ବ୍ଳକ୍ ଗୋପାଳପୁରରେ। ଗତକାଲି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେ ଆହତ ହୋଇଥିଲେ।
ଜାତିଗତ ସର୍ଭେ ପରେ ନୂଆ ଗୋଟି ଚଳାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ସଂରକ୍ଷଣ ସୀମାକୁ ଟପି ରାଜ୍ୟରେ ୬୫ ପ୍ରତିଶତ ରିଜର୍ଭେସନ ଲାଗି ବିହାର ବିଧାନସଭାରେ ଆଗତ ହେଲା ପ୍ରସ୍ତାବ। ଜାତିଗତ ସଂରକ୍ଷଣର ସର୍ବୋଚ୍ଚ ସୀମା ୫୦ ପ୍ରତିଶତ ବୋଲି ସୁପ୍ରିମକୋର୍ଟଙ୍କ ୧୯୯୨ ମସିହାର ରାୟ ରହିଛି।
ଆଗକୁ ଆଲୋକର ପର୍ବ ଦୀପାବଳି । ଘର ଝଲସିବ ଦୀପ ଓ ଆଲୋକମାଳାରେ ।
ମାଆ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା । କିନ୍ତୁ ଏଠି ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି ମାଆ ।
ରଶ୍ମିକା ମନ୍ଦନାଙ୍କ ‘ଡିପ୍ ଫେକ୍’ ଭିଡିଓ ଭାଇରାଲ୍ ପରେ ଆକ୍ସନ୍ ମୁଡକୁ ଆସିଛି କେନ୍ଦ୍ର ସରକାର। ସୋସିଆଲ୍ ମିଡିଆରେ ଏଭଳି ମିଛ ଓ ଆପତ୍ତିଜନକ ଭିଡିଓ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏକ ଆଡଭାଇଜରୀ ଜାରି କରାଯାଇଛି। ଯଦି, ସୋସିଆଲ୍ ମିଡିଆରେ ଏଭଳି ପୋଷ୍ଟ କରାଯାଇଛି ତୁରନ୍ତ ଡିଲିଟ୍ କରିବାକୁ କୁହାଯାଇଛି। ନହେଲେ ଅଭିଯୋଗ ହେବାର ୩୬ ଘଣ୍ଟା ଭିତରେ ଏହାକୁ ହଟାଇବ କେନ୍ଦ୍ର।
ରେଡିଓଗ୍ରାଫିର ନାଁ ଶୁଣିଲେ ସମସ୍ତଙ୍କ ମନରେ X-Rayର ଚିନ୍ତା ଆସେ। ପୂର୍ବରୁ ଶରୀରର କୌଣସି ଆଭ୍ୟନ୍ତରୀଣ ସମସ୍ୟା ଚିହ୍ନଟ କରିବା ପାଇଁ କେବଳ X-Ray କରାଯାଉଥିଲା, କିନ୍ତୁ ଚିକିତ୍ସା ପଦ୍ଧତିରେ ପରିବର୍ତ୍ତନ ହେତୁ ବର୍ତ୍ତମାନ CR, MRI, ଏଞ୍ଜିଓଗ୍ରାଫି ପରି ରେଡିଓଗ୍ରାଫି କୌଶଳ ବ୍ୟବହାର କରାଯାଉଛି।
ଯଦି ପାକିସ୍ତାନ ଟିମ ସେମି-ଫାଇନାଲକୁ ଉନ୍ନୀତ ହୁଏ, ତେବେ ବଦଳିଯିବ ଭେନ୍ୟୁ । ଏହାର ଏକ ସ୍ୱତନ୍ତ୍ର କାରଣ ରହିଛି । ଜାଣନ୍ତୁ..
ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା...
ଭଦ୍ରକସ୍ଥ ସଂସ୍କୃତି ଭବନ ଠାରେ କବି ବସନ୍ତ ମୁଦୁଲିଙ୍କ ରାଜ୍ୟସ୍ତରୀୟ ୩୫ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହେଲେ ଯୁବକବି ନରେନ୍ଦ୍ର ଭୋଇ ଓ ଚିତ୍ତରଞ୍ଜନ ନାୟକ ।
ବରଗଡ଼ରେ ବିଜେଡି ବନାମ ପୋଲିସ । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଆଟାକ୍ ଆଉ କାଉଣ୍ଟର ଆଟାକ୍। ପୋଲିସ ବିରୋଧରେ ବିଧାୟକ ସୁଶାନ୍ତ ସିଂଙ୍କ ସାଂଘାତିକ ଅଭିଯୋଗ। ପୁଣି ଗିରଫ ନ କରିବାକୁ ବିଜେଡି ନେତାଙ୍କ ଖୋଲା ଧମକ।
ଜଣେ ଖେଳାଳି ଭାବେ ଅଧୁରା ରହିଯାଇଥିଲା ରାହୁଲ ଦ୍ରାବିଡ଼ଙ୍କ ବିଶ୍ୱକପ୍ ବିଜୟର ସ୍ୱପ୍ନ। ଦୁଇ ବର୍ଷ ହେଲା ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଦ୍ରାବିଡ଼ଙ୍କ ସେହି ସ୍ୱପ୍ନ ସାକାର ହେବ କି? ତାଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆ ଏଥର ଜିତିବ କି ବିଶ୍ୱକପ୍?
ଭୋଟ୍ ହାତେଇବାକୁ ନୂଆ ଫନ୍ଦି । ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ ଖେଳ କରିବେ ସରକାର ! ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନାଁରେ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦଠୁ ନେଇ ମ୍ୟୁନିସିପାଲିଟି ଓ ମହାନଗର ନିଗମରେ ହେବ କ୍ରୀଡ଼ା ପ୍ରତିଯୋଗିତା ।
ମହେଶ୍ୱରଙ୍କ ବିୟୋଗ ପରେ ଝୁରୁଛି କୁକୁର ମାକ୍ସ। ବାହୁନି କାନ୍ଦୁଛନ୍ତି ଡ୍ରାଇଭର୍। ଶୋକରେ ପରିବାର, ସଂପର୍କୀୟ, ସମର୍ଥକ ଓ ଶୁଭେଛୁ...
ପରିବାର ପ୍ରିୟଜନ ସମ୍ପର୍କୀୟଙ୍କୁ ନେଇ ହେଉଥିବା ବିବାହ ତ ଆପଣ ମାନେ ଦେଖିଥିବେ ହେଲେ ୟେ ଏମିତି ବିବାହ ଯାହା ବୋଧେ ପ୍ରଥମ, ଯାହା ବୋଧେ ଅନନ୍ୟ ।
ବର୍ତ୍ତମାନ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଡେପୁଟି ମ୍ୟାନେଜର (ସିକ୍ୟୁରିଟି) / ମ୍ୟାନେଜର (ସିକ୍ୟୁରିଟି) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି ଆଉ ଏନେଇ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଚୟନ ହେଲେ ମାସକୁ ଦରମା ୭୮ ହଜାର ଟଙ୍କା।
ରକ୍ତରଞ୍ଜିତ ରାଜଧାନୀ । ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ସହର । ରବିବାର ଗୋଟିଏ ଦିନରେ ଚାରି ଚାରି ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଆସିଛି ଅଭିଯୋଗ ।
ଆଜିକାଲି ଭାରତୀୟ ତଥା ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏକ ନକଲି(ଡିପ୍ଫେକ୍) ଭାଇରାଲ ଭିଡିଓ ପାଇଁ ଚର୍ଚ୍ଚାରେ ଅଛନ୍ତି। ରଶ୍ମିକାଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ଅନେକ ବିବାଦ ଦେଖାଦେଇଛି ଏବଂ ଅଭିନେତ୍ରୀ ନିଜେ ଏହାକୁ ନେଇ ନିଜର ତିକ୍ତତା ପ୍ରକାଶ କରିଛନ୍ତି।
ସାରା ଦେଶରେ ଘାତକ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପୁରୀ ସ୍ୱର୍ଗଦ୍ୱାରରେ ମହେଶ୍ୱରଙ୍କ ଶେଷକୃତ୍ୟ ସମ୍ପର୍ନ୍ନ ହୋଇଛି ।
ଇରାନ ରାଷ୍ଟ୍ରପତି ତତକ୍ଷଣାତ୍ ଅସ୍ତ୍ରବିରତି ଉଲ୍ଲଂଘନକୁ ହଟାଇବା ଏବଂ ଗାଜାବାସୀଙ୍କୁ ସହାୟତା ଯୋଗାଇବା ନେଇ କହିଛନ୍ତି । ଅଉ ଏହାକୁ ନେଇ ବଢ଼ୁଛି ଚର୍ଚ୍ଚା । ଘଟଣା ସମ୍ପର୍କରେ ପିଏମଓ ପକ୍ଷରୁ ମଧ୍ୟ କିଛି ସୂଚନା ଦିଆଯାଇଛି ।