Advertisment

ଜନସାଧାରଣଙ୍କୁ ବିଏମସି କମିଶନରଙ୍କ ତାଗିଦ୍, ଓଦା ଓ ଶୁଖିଲା ଅଳିଆ ପୃଥକ୍ ପୃଥକ୍ ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ଆବର୍ଜନା ପରିଚାଳନାରେ ବିଏମସିର ତ୍ରୁଟିକୁ ନେଇ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଏମସିର ତାଗିଦ୍। ଏଣିକି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ନ ଦେଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ ।

author-image
Santosh Kumar Sahoo
Dumping Yard

Dumping Yard

ଓଦା ଓ ଶୁଖିଲା ଅଳିଆ ଏଣିକି ଅଲଗା ଅଲଗା ନଦେଲେ କାର୍ଯ୍ୟାନୁଷ୍ଠାନ ନେବ ବିଏମସି। ଅଳିଆ ପୃଥକୀକରଣ ସଠିକ ହେଉନଥିବାରୁ ପରିଚାଳନାରେ ସମସ୍ୟା ହେଉଛି। ଫଳରେ ସୈନିକ ସ୍କୁଲ ଟିଟିଏସ ଭର୍ତ୍ତି ହେଉଥିବା କହିଛି ବିଏମସି। ସେପଟେ ସଚେତନ ବଦଳରେ ବିଏମସିର କାର୍ଯ୍ୟାନୁଷ୍ଠାନ ଧମକକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜଧାନୀ ବାସିନ୍ଦା।

Advertisment

ଆବର୍ଜନା ପରିଚାଳନାରେ ବିଏମସିର ତ୍ରୁଟିକୁ ନେଇ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଏମସିର ତାଗିଦ୍। ଏଣିକି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ନ ଦେଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ । ସୈନିକ ସ୍କୁଲ ଆଖପାଖ ଅଞ୍ଚଳରେ ଆବର୍ଜନାକୁ ନେଇ ସମସ୍ୟା ଏବଂ ଏହାର ନିରାକରଣ ପାଇଁ ଲଗାତାର ଉଦ୍ୟମ କରାଯାଉଥିବା କହିଛନ୍ତି କମିଶନର। କିନ୍ତୁ ଲୋକେ ଅଳିଆ ପୃଥକ ପୃଥକ୍ ଦେଉନଥିବାରୁ ପରିଚାଳନାରେ ଅସୁବିଧା ହେଉଥିବା ଦର୍ଶାଇଛନ୍ତି। ତେବେ ୬ ରୁ ୭ ମାସ ଭିତରେ ଟିଟିଏସର ସବୁ ଅଳିଆ ସଫା ହେବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ।

ସେପଟେ ଅଳିଆ ସଂଗ୍ରହ ଏବଂ ବିଏମସିର କାର୍ଯ୍ୟାନୁଷ୍ଠାନ ତାଗିଦ୍‌କୁ ନେଇ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା। କାର୍ଯ୍ୟାନୁଷ୍ଠାନ ନେବା ଆଗରୁ ଆହୁରି ସଚେତନ କରାଇବା ଏବଂ ଅଳିଆ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଲୋକେ ଦାବି କରିଛନ୍ତି। ରାଜଧାନୀବାସୀଙ୍କ ସହ ଏକମତ ବିଜେପି। ସୈନିକ ସ୍କୁଲ ଟିଟିଏସରେ ଅଳିଆ ସମସ୍ୟା ଓ ଏହାର ଦୁର୍ଗନ୍ଧରେ ଅତିଷ୍ଠ ହୋଇଥିବା ଲୋକଙ୍କ ସପକ୍ଷରେ ବାହାରିଛି ବିଜେପି। ବିଏମସିର ବେପରୁଆ ମନୋଭାବରୁ ଲୋକେ ସମସ୍ୟା ଭୋଗୁଥିବା ଅଭିଯୋଗ ଆଣି ସୈନିକ ସ୍କୁଲ ଛକ ନିକଟରେ ବିଜେପି ନେତା ପ୍ରତିବାଦ କରିଛନ୍ତି। 

Advertisment

Odisha BMC Dumping Yard
Advertisment
Advertisment