/odishatv-khabar/media/post_attachments/uploadimage/library/16_9/16_9_0/leopard_1699157574.jpg)
leopard
ଯନ୍ତାରେ ପଡ଼ିଲା ନୂଆପଡ଼ାରେ ଆତଙ୍କ ଖେଳାଇଥିବା କଲରା ପତରିଆ ବାଘ । ବନ ବିଭାଗ ବାଘକୁ କାବୁ କରିବାରେ ସଫଳ ହୋଇଛି । ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମ ବନ୍ଧା ଅଞ୍ଚଳର କୋଦୋପାଲରିରୁ କଲରାପତରିଆ ଧରା ପଡ଼ିଛି ।
ଘରର ଛାତ ଉପରେ ଆଜି ରାତିରେ ବସିଥିବା ଦେଖିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ଏହାପରେ ବାଘକୁ ଯନ୍ତା ପକାଇ ଧରିବା ପାଇଁ ଉଦ୍ୟମ ହୋଇଥିଲା । ଏଥିରେ ସଫଳ ହୋଇଛି ବନ ବିଭାଗ । ବାଘ ଏହି ଅଞ୍ଚଳରେ ଆଗରୁ ଦୁଇ ଜଣଙ୍କୁ ମାରି ଖାଇବା ସହ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା ।
ତେବେ ବାଘ ଧରାପଡ଼ିବା ପରେ ଲୋକେ ଯନ୍ତା ଭିତରେ ଥିବା ବାଘକୁ ଠେଙ୍ଗା ବାଡ଼ିରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ମାରି ଖାଇବା ଓ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିବା ପରେ ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା । ଏହି ସମୟରେ ବାଘ ଧରାପଡ଼ିବା ପରେ ଲୋକେ ବାଘ ଉପରେ ଆକ୍ରମଣ କରିଥିଲେ ।
ବନ ବିଭାଗ ଯନ୍ତା ଭିତରେ ଥିବା ବାଘକୁ ଠେଙ୍ଗା ବାଡ଼ିରେ ପିଟୁଥିବା ଦେଖିବାକୁ ମିଳିଛି । ଆଗରୁ ଦୁଇଜଣଙ୍କୁ ମାରିବା ସହ ଜଣଙ୍କୁ ଗୁରୁତର ଆହତ କରିଥିଲା ବାଘ । ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମ ବନ୍ଧା ଅଞ୍ଚଳର କୋଦୋପାଲରି ଗାଁରେ ଆତଙ୍କ ମଚାଇଥିଲା ବାଘ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରା ପତରିଆ ବାଘର ଶିକାର ହୋଇଛନ୍ତି । ନାବାଳକ ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)