• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜମି ବିବାଦରୁ ଗଣ୍ଡଗୋଳ ନେଲା ଉଗ୍ର ରୂପ । ଖଣ୍ଡା ଓ ଭୁଜାଲି ଆକ୍ରମଣରେ ୨ ପରିବାରର ୧୨ ଆହତ ହୋଇଛନ୍ତି । ଗୋଟିଏ ପରିବାର ୮ ଜଣ ହୋଇଥିବା ବେଳେ ଅନ୍ୟ ପରିବାରର ୪ ଜଣ ରହିଛନ୍ତି l ବାଲେଶ୍ୱର ସୋର ମୋହନପୁର ଗାଁରେ ଘଟିଛି ଏ ଘଟଣା । ସମସ୍ତ ଆହତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଡ଼ ଓପାଡ଼ିବାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ପରେ ଗଣ୍ଡଗୋଳ ଏତେ ଉଗ୍ରରୂପ ନେଇଥିଲା ଯେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ପରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମେଡ଼ିକାଲରେ ଭର୍ତ୍ତି କରିଛି । ପୋଲିସ ୨ ଜଣକୁ ଅଟକ ରଖିବା ସହ ଅଧିକ ଛାନଭିନ୍ ଚଳାଇଛି ।

  • Reported by:
  • Niranjan Behera