/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699106551.jpg)
Mahadev app scam
ନିର୍ବାଚନ ତାରିଖ ଯେତେ ପାଖଉଛି ମହାଦେବ ବେଟିଂ ଆପକୁ ନେଇ ରାଜନୀତି ସେତେ ତେଜୁଛି । ଆଜି ଦୁର୍ଗରେ ଏକ ନିର୍ବାଚନ ସଭାରେ ମୋଦି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁ ନନେଇ ଟାର୍ଗେଟ କରିଛନ୍ତି । ଛତିଶଗଡ଼ ଲୋକଙ୍କୁ ଠକିଛି କଂଗ୍ରେସ । ଲୋକଙ୍କ ବିଶ୍ୱାସ ଭାଙ୍ଗିଛନ୍ତି, ଗୋଟେ ପରେ ଗୋଟେ ସ୍କାମ୍ କରି ଲୋକଙ୍କ ଟଙ୍କାକୁ ଲୁଟିଛନ୍ତି ।
ରାଜ୍ୟରେ ବିଜେପି ସରକାରକୁ ଆସିଲେ ଏଭଳି ଅପରାଧୀଙ୍କୁ ଜେଲରେ ପୂରାଇବ ବୋଲି ମୋଦି କହିଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟରେ ୩୦ ପ୍ରତିଶତର କମିଶନର ସରକାର ଚାଲିଛି । ଏଥର ଆଉ ଏହାକୁ ସହିବେନି ଜନତା । ସେପଟେ ମୋଦିଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ମହାଦେବ ଆପକୁ ଏତେ ଦିନ ଯାଏଁ କାହିଁକି ବନ୍ଦ କରିନି କେନ୍ଦ୍ର ? ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଇପାରିନି ?
ନିର୍ବାଚନ ଆସୁଥିବାରୁ ଏବେ ବିଜେପି ଡରି ଯାଇଥିବା କହିଛନ୍ତି ବାଘେଲ । ମହାଦେବ ବେଟିଂ ଆପ୍ ସହ ବାଘେଲ୍ ଙ୍କ ନାଁ ଯୋଡ଼ି ହୋଇଛିା ବଘେଲଙ୍କୁ ମହାଦେବ ବେଟିଂ ଆପର ପ୍ରମୋଟର ୫୦୮ କୋଟି ଟଙ୍କା ଦେଇଛନ୍ତି । ତା’ ପାଖରୁ ଜବତ ହୋଇଥିବା ୫ କୋଟି ଟଙ୍କା ମଧ୍ୟ ବଘେଲ ନାମକ ଜଣେ ବ୍ୟକ୍ତଙ୍କୁ ଦେବାର ଥିଲା । ନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ ହେବାର ଥିଲା ବୋଲି ସେହି ବ୍ୟକ୍ତି ଜଣକ କହିଛି । ଏନେଇ ଇଡି ତଦନ୍ତ ବି ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)