Advertisment

ଘର ଛାତ ଉପରେ ଛକି ବସିଛି କଲରା ପତରିଆ

ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା ।

author-image
Santosh Kumar Sahoo
Leopard on Terrace

Leopard on Terrace

ଘର ଛାତ ଉପରେ ଛକି ବସିଛି କଲରା ପତରିଆ । ଆଗରୁ ଦୁଇ ଜଣଙ୍କୁ ମାରିବା ସହିତ ଜଣକୁ ଗୁରୁତର ଆହତ କରିଥିବା ସେହି କଲରା ପତରିଆ ଘରର ଛାତ ଉପରେ ଛକି ବସିଥିବାର ଦୃଶ୍ୟ ଆତଙ୍କ ଖେଳାଇଛି । ଏହି ଦୃଶ୍ୟ ହେଉଛି ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମ ବନ୍ଧା ଅଞ୍ଚଳର କୋଦୋପାଲରି। ପୂରା ଅଞ୍ଚଳରେ ଆତଙ୍କ ଖେଳାଇଛି ଏହି କଲରା ପତରିଆ।

Advertisment

ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା । ଗତକାଲି ଜଣେ ମହିଳାଙ୍କୁ ସେ ମାରିଥିଲା। ଏ ଯାଏଁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇପାରି ନାହିଁ । ଆଜି ଜଣେ ନାବାଳକଙ୍କୁ ମଧ୍ୟ ଝାମ୍ପିଥିଲା । ଅଳ୍ପକେ ବର୍ତ୍ତିଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ସେଥିରେ ପୁଣି ରାତିରେ ଏହି ଦୃଶ୍ୟ ସାମନାକୁ ଆସିଛି। ଛାତ ଉପରେ ଛକି ବସିଛି ବାଘ । ଅନୁମାନ କରାଯାଉଛି, ଏସବୁ ସେଇ ମଣିଷ ଖିଆ ଗୋଟିଏ ନିର୍ଦ୍ଦିଷ୍ଟ କଲରା ପତରିଆ। ଏହି ବାଘକୁ କାବୁ କରିବା ପାଇଁ ବନ ବିଭାଗ ଉଦ୍ୟମ କରୁଛି।

Odisha Nuapada Leopard
Advertisment
Advertisment