/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699105857.jpg)
Tiger Terror
ନୂଆପଡ଼ାରେ ଥମୁନି କଲରାପତରିଆ ବାଘର ଆତଙ୍କରାଜ। ଧରମବନ୍ଧା ଥାନା କୋଦପାଲି ଗାଁରେ ପଶି ଆକ୍ରମଣ କଲା କଲରାପତରିଆ ବାଘ। ଗାଁରେ ପଶି ନାବାଳକକୁ ଝାମ୍ପିନେଲା ବେଳେ ବଞ୍ଚାଇଲେ ସ୍ଥାନୀୟ ଲୋକ। ଗୁରୁତର ଅବସ୍ଥାରେ ନାବାଳକ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଗୋଟିଏ ଦିନରେ ଦୁଇଟି ଘଟଣାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
#ପୁଣି_ନାବାଳକଙ୍କୁ_ଝାମ୍ପିଲା_ବାଘ
- ନୂଆପଡ଼ାରେ ଥମୁନି କଲରାପତରିଆ ବାଘର ଆତଙ୍କରାଜ
- ଧରମବନ୍ଧା ଥାନା କୋଦପାଲି ଗାଁରେ ପଶି ଆକ୍ରମଣ କଲା
- ଗାଁରେ ପଶି ନାବାଳକକୁ ଝାମ୍ପିନେଲା ବେଳେ ଲୋକେ ବଞ୍ଚାଇଲେ#Nuapada#OTVpic.twitter.com/Or4MyWMZXN— ଓଟିଭି (@otvkhabar) November 4, 2023
ସୂଚନା ଅନୁସାରେ କିଛି ଦିନ ଆଗରୁ ଜଣେ ନାବାଳକ ପରେ ଗତକାଲି ଜଣେ ମହିଳାଙ୍କୁ ମାରି ଖାଇଥିବାର ଅଭିଯୋଗ ହୋଇଛି। ମୃତକ ମହିଳା ହେଲେ ସଦର ରେଞ୍ଜ ଧରମବନ୍ଧା ସେକ୍ସନ ସିଲିଆରିବାହାଲ ଗାଁର ରାମେଶ୍ବରୀ ବାଇ। ମୃତଦେହକୁ ବାଘ ଛାଡ଼ି କରି ଯାଉନଥିବାରୁ ତାହା ଉଦ୍ଧାର ହୋଇପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)