Advertisment

Bull Attack In Bhubaneswar: ଗାଁରେ ଷଣ୍ଢ ଉତ୍ପାତ; ଶେଷରେ ବୃଦ୍ଧାଙ୍କୁ ମାରି ନିଜେ ମଲା...

ରାଜଧାନୀ ଉପକଣ୍ଠରେ ଆତଙ୍କ ଖେଳାଇଲା ଷଣ୍ଢ। ଯାହାକୁ ଦେଖିଲା ମାରିବାକୁ ଗୋଡ଼ାଇଲା । ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାତିଲେ ଲୋକେ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Bull Attack In Bhubaneswar

Bull Attack In Bhubaneswar

ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ଥାନା ରୋକଟ ଗାଁରେ ଷଣ୍ଢର ଉତ୍ପାତ। ୫ ଦିନ ହେଲା ଷଣ୍ଢ ପାଇଁ ନାକେଦମ୍ ହେଲେ ଲୋକେ। ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଓ ୪-୫ ଜଣ ଆହତ ହେବା ପରେ ତାତିଲେ ଗାଁ ଲୋକେ। ପ୍ରଶାସନକୁ ଅଭିଯୋଗ ପରେ ମଧ୍ୟ ଷଣ୍ଢଟିକୁ କାବୁ କରା ନଯିବାରୁ ମୃତଦେହକୁ ରାସ୍ତାରେ ରଖି ରାସ୍ତାରୋକ କରିଥିଲେ ଗ୍ରାମବାସୀ। ଶେଷରେ ଗ୍ରାମବାସୀ ଓ ସ୍ବେଚ୍ଛାସେବୀ ସଂଗଠନ ମିଶି ଷଣ୍ଢକୁ କାବୁ କରିବା ସହ ଗୋଶାଳାକୁ ନେଇଥିବାବେଳେ ସେଠାରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ରାଜଧାନୀ ଉପକଣ୍ଠରେ ଆତଙ୍କ ଖେଳାଇଲା ଷଣ୍ଢ। ଯାହାକୁ ଦେଖିଲା ମାରିବାକୁ ଗୋଡ଼ାଇଲା । ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାତିଲେ ଲୋକେ । ରାଜଧାନୀ ଉପକଣ୍ଠ ବରିମୁଣ୍ଡ ପଂଚାୟତ ରୋକଟ ଗାଁର ଘଟଣା। ଏଠି ଦୀର୍ଘ ୫ ଦିନ ହେଲା ଏକ ଷଣ୍ଢ ଆତଙ୍କରେ ଥରହର ଗାଁ ଲୋକେ। ସ୍ଥିତି ଏମିତି ହେଲା ଯେ, ଗ୍ରାମବାସୀ ଭୟରେ ହାତରେ ଠେଙ୍ଗା ଧରି ବୁଲିବା ଆରମ୍ଭ କଲେ। ଷଣ୍ଢଟିକୁ କାବୁ କରିବା ପାଇଁ ଉଦ୍ୟମ ଚାଲିଥିବାବେଳେ ସେ ଆକ୍ରମଣ କରିବାରୁ ଗାଁର ଜଣେ ବୃଦ୍ଧା ହେମଲତା ଦାସଙ୍କ ମୃତ୍ୟୁ ହୋଇଛି। ଏହାପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଗର୍ଜିବେ ପ୍ରାଥମିକ ଶିକ୍ଷକ, ସରକାରଙ୍କୁ ମାଗିବେ ହକ୍‌

କ୍ଷତିପୂରଣ ଓ ଷଣ୍ଢକୁ କାବୁ କରିବା ଦାବିରେ ଦୀର୍ଘସମୟ ଯାଏ ମୃତଦେହକୁ ରାସ୍ତାରେ ରଖି ଆନ୍ଦୋଳନ କରିଥିଲେ ଗ୍ରାମବାସୀ। ତେବେ ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

Advertisment

ଷଣ୍ଢଟି ଖାଲି ଯେ ମଣିଷକୁ ଗୋଡ଼ାଉଥିଲା ତା’ ନୁହେଁ, ବୁଲା ଗୋରୁଗାଈ ଯାହାକୁ ଦେଖିଲା ମାରିବାକୁ ଗୋଡ଼ାଉଥିଲା। ଷଣ୍ଢ ପାଇଁ ନାକେଦମ ଲୋକେ ଶେଷରେ ନିଜେ କାବୁ କରିବାକୁ ବାହାରିଥିଲେ। ଗାଁଲୋକେ ଓ କାମଧେନୁ ଗୋସେବା ସମିତି ଗାଁ ପାଖ ବିଲରେ ଷଣ୍ଢକୁ କାବୁ କରି ନିକଟସ୍ଥ ଗୋଶାଳାକୁ ପଠାଇ ଦେଇଥିଲେ। ତେବେ ଗୋଶାଳାରେ ପୂର୍ବରୁ ଥିବା ଏକ ଷଣ୍ଢ ସହ ଲଢେଇରୁ ଏହି ଷଣ୍ଢର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ଯଦି ଆପଣ ଏତିକି ଟଙ୍କା ଦରମା ପାଉଥାଆନ୍ତି, ଜାଣନ୍ତୁ ଅବସର ପରେ କେତେ ମିଳିବ ପେନସନ୍‌...

Bhubaneswar
Advertisment
Advertisment