/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699105672.jpg)
Assembly Elections 2023
ଛତିଶଗଡ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୨ ଦିନ । ଆସନ୍ତା ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ । ଓଡିଶା ସୀମାରେ ଥିବାରୁ ଏହି ରାଜ୍ୟରେ ସୀମାବର୍ତ୍ତୀ ଅଞ୍ଚଳ ମାନଙ୍କରେ ଓଡିଆ ଭୋଟର ଉପରେ ରହିଛି ନେତାଙ୍କ ଆଖି । ଏସବୁ ଅଞ୍ଚଳ ଓଡିଆ ବହୁଳ ହୋଇଥିବାରୁ ପ୍ରତି ନିର୍ବାଚନରେ ସେମାନଙ୍କ ଭୋଟ ବି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ନିର୍ବାଚନରେ ସେମାନଙ୍କ ପ୍ରଭାବ କିଭଳି ରହିଛି ତାହା ଜାଣିବାକୁ ଚେଷ୍ଟା କରିଥିଲା ଓଟିଭି ଟିମ୍ ।
ଛତିଶଗଡ ନିର୍ବାଚନ ପାଇଁ ଜୋର ସୋର ଚାଲିଛି ପ୍ରଚାର । ପ୍ରଚାର ମୈଦାନରେ କଳ ବଳ ଖଟାଉଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଓଡିଶା ସୀମାନ୍ତ ଜଗଦଲପୁର ଅଞ୍ଚଳ ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏଠାରେ ବହୁ ସଂଖ୍ୟାରେ ଓଡିଆ ବାସବାସ କରନ୍ତି । ଆଉ ପ୍ରତି ନିର୍ବାଚନରେ ଓଡିଆ ଭୋଟରଙ୍କ ଭୂମିକା ମଧ୍ୟ ନିର୍ଣ୍ଣାୟକ ହୋଇଥାଏ । ଏଇ ବିଧାନସଭା କ୍ଷେତ୍ରରେ ପାଖାପାଖି ୨୦ ହଜାର ଓଡିଆ ଭୋଟର ରହିଛନ୍ତି । ଆଉ ସେମାନଙ୍କ ସମସ୍ୟା ମଧ୍ୟ ଅନେକ । ବିଶେଷ କରି ନିଯୁକ୍ତି ଏବଂ ଉଚ୍ଚ ଶିକ୍ଷାର ଅଭାବ ସମସ୍ୟାରେ ସେମାନେ ଦୀର୍ଘ ଦିନ ଧରି ରୁନ୍ଧି ହୋଇଥିବା କହିଛନ୍ତି ।
ସେହିପରି ଓଡିଶା ସୀମାନ୍ତ ଛତିଶଗଡର ସୀମାରେ ଥିବା ଆଉ ଏକ ଓଡିଆ ବହୁଳ ଅଞ୍ଚଳ କୋଣ୍ଟା । ଏହି ନିର୍ବାଚନ ମଣ୍ଡଳୀରେ ପ୍ରାୟ ୫ ହଜାର ଓଡିଆ ରହିଛନ୍ତି । ପିଢ଼ି ପରେ ପିଢ଼ି ସେମାନେ ଏହି ଅଞ୍ଚଳରେ ବସବାସ କରିଥିଲେ ମଧ୍ୟ ସେମାନଙ୍କ ସମସ୍ୟା ସବୁ ଅସାମାଧାନ ହୋଇ ପଡିରହିଥିବା କହିଛନ୍ତି । ଏଠାରେ ଅଧିକାଂଶ ଓଡିଆ ଦିନ ମଜୁରିଆଭାବେ ରହିଛନ୍ତି ।
ତେବେ ବର୍ଷ ବର୍ଷ ଧରି ଜାତି ପ୍ରମାଣପତ୍ର ପାଉନଥିବାରୁ ଶିକ୍ଷା ଓ ଚାକିରିରେ ଏଇ ସୁବିଧାରୁ ବଞ୍ଚିତ ହେଉଥିବା ପ୍ରବାସୀ ଓଡିଆମାନେ ଅଭିଯୋଗ କରିଛନ୍ତି । ଓଡିଆ ଭୋଟରଙ୍କ ଭୂମିକା ନିର୍ଣ୍ଣାୟକ ହେଉଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ଆଗାମୀ ନିର୍ବାଚନରେ ପୂରଣ ହେଉଛି କି ନାହିଁ, ଏବେ ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)