Advertisment

ମନୋଜ ମିଶ୍ରଙ୍କ ନାଁରେ ଏତଲା ଦେଲେ ‘ପ୍ରଥା’ ଫିଲ୍ମର ପ୍ରଯୋଜିକା, ଜାଣନ୍ତୁ କାରଣ...

ଗତକାଲି ଦେଢଶହରୁ ଅଧିକ ଦର୍ଶକ ଫିଲ୍ମ ଦେଖୁଥିବା ବେଳେ ହଠାତ୍ କିଛି ବ୍ୟକ୍ତି ବାଇକରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପୋଷ୍ଟର ବ୍ୟାନର ଚିରିବା ସହ ସୋ ବନ୍ଦ କରିବାକୁ ଧମକ ଦେଇଥିଲେ। ‘ପ୍ରଥା’ ଫିଲ୍ମ ବନ୍ଦ କରି କିଛି ଲୋକ ‘ମାଇଣ୍ଡଗେମ୍’ ଫିଲ୍ମ ଚଲାଇବାକୁ ବି ବାଧ୍ୟ କରିଥିଲେ।

author-image
Santosh Kumar Sahoo
Manoj Mishra

Manoj Mishra

ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଥାନାରେ ଏତଲା ଦେଲେ ‘ପ୍ରଥା’ ଫିଲ୍ମର ପ୍ରଯୋଜିକା ସନଲିସା ପଟେଲ । ସେ ଅନ୍‌ଲାଇନରେ ଝାରସୁଗୁଡା ଥାନାରେ ଏତଲା ଦେଇଥିବା ସୂଚନା ଦେଇଛନ୍ତି । ଝାରସୁଗୁଡାର ଏକ ହଲରେ ‘ପ୍ରଥା’ ଫିଲ୍ମ ଚାଲିଥିବା ବେଲେ ଏହାର ପୋଷ୍ଟର ଚିରାଯିବା ପଛରେ ମନୋଜ ଓ ତାଙ୍କ ସମର୍ଥକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ସନଲିସା ।

Advertisment

ଗତକାଲି ଦେଢଶହରୁ ଅଧିକ ଦର୍ଶକ ଫିଲ୍ମ ଦେଖୁଥିବା ବେଳେ ହଠାତ୍ କିଛି ବ୍ୟକ୍ତି ବାଇକରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପୋଷ୍ଟର ବ୍ୟାନର ଚିରିବା ସହ ସୋ ବନ୍ଦ କରିବାକୁ ଧମକ ଦେଇଥିଲେ। ‘ପ୍ରଥା’ ଫିଲ୍ମ ବନ୍ଦ କରି କିଛି ଲୋକ ‘ମାଇଣ୍ଡଗେମ୍’ ଫିଲ୍ମ ଚଲାଇବାକୁ ବି ବାଧ୍ୟ କରିଥିଲେ। ଘଟଣାରେ ସରକାର ହସ୍ତକ୍ଷେପ କରିବାକୁ ପ୍ରଯୋଜିକା ସନଲିସା ପଟେଲ୍ ନିବେଦନ କରିଛନ୍ତି। ସେପଟେ ସନଲିସା ପଟେଲଙ୍କ ଅଭିଯୋଗକୁ ନେଇ ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Manoj Mishra Ollywood Odisha
Advertisment
Advertisment