Advertisment

Viral CV: CEOଙ୍କ ପାଖକୁ ଆସିଲା ଏମିତି CV ଦେଖି ମୁହଁ ଲୁଚାଇଲେ

ସ୍ୱାସ୍ଥ୍ୟସେବା କମ୍ପାନୀର ସିଇଓ ଜଣେ ବ୍ୟକ୍ତିର CV ପାଇଥିଲେ, ଯେଉଁଥିରେ ସେ ଏପରି କିଛି ପଢିଥିଲେ ଯେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବୃତ୍ତିଗତ ଜୀବନ ଏବଂ ସଫଳତା ବ୍ୟତୀତ, ବ୍ୟକ୍ତି ଜଣକ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଏପରି କିଛି ଲେଖିଥିଲେ ଯେ ଏହାକୁ ପଢିବା ପରେ ସିଇଓ ନିଜେ ଲଜ୍ଜା ଅନୁଭବ କଲେ।

author-image
Pramod Behera
ଅଦ୍ୟତନ ହୋଇଛି
ceo receive cv of candidate with sperm count written

ceo receive cv of candidate with sperm count written

ଚାକିରି ପାଇବାକୁ ସମସ୍ତେ ନିଜ ନିଜ CVକୁ ସୁନ୍ଦର ଭାବେ ପ୍ରସ୍ତୁତ କରିଥାନ୍ତି ଆଉ ଏହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ, ଚାକିରୀ ଦେଉଥିବା ବ୍ୟକ୍ତି ଏହାକୁ ପଢିବା ମାତ୍ରେ ପ୍ରଭାବିତ ହୁଅନ୍ତି ଏବଂ ସାକ୍ଷାତକାର ପାଇଁ ପ୍ରାର୍ଥୀଙ୍କୁ ଡାକନ୍ତି। କିନ୍ତୁ ଅତ୍ୟଧିକ ଉତ୍ସାହ ଯୋଗୁଁ ଲୋକମାନେ ଅନେକ ସମୟରେ କିଛି ଭୁଲ କରିବସନ୍ତି। ଏହିପରି ଭୁଲଗୁଡିକ ଖୁବ ଆଶ୍ଚର୍ଯ୍ୟଜନକ ମଧ୍ୟ।

Advertisment

ନିକଟରେ ଏକ ଆମେରିକୀୟ ସ୍ୱାସ୍ଥ୍ୟସେବା କମ୍ପାନୀର ସିଇଓ ଜଣେ ବ୍ୟକ୍ତିର CV ପାଇଥିଲେ, ଯେଉଁଥିରେ ସେ ଏପରି ଏକ ଜିନିଷ ପଢିଥିଲେ ଯେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବୃତ୍ତିଗତ ଜୀବନ ଏବଂ ସଫଳତା ବ୍ୟତୀତ, ବ୍ୟକ୍ତି ଜଣକ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଏପରି କିଛି ଲେଖିଥିଲେ ଯେ ଏହାକୁ ପଢିବା ପରେ ସିଇଓ ନିଜେ ଲଜ୍ଜା ଅନୁଭବ କଲେ ଏବଂ ମୁହଁ ଲୁଚାଇବାକୁ ଲାଗିଲେ!

ଟ୍ୱିଟର ବ୍ୟବହାରକାରୀ ରୋଶନ ପଟେଲ (@roshanpateI) ନ୍ୟୁୟର୍କରେ ଅବସ୍ଥିତ ‘ୱାଲନଟ୍’ ନାମକ ଏକ ସ୍ୱାସ୍ଥ୍ୟ ସେବା କମ୍ପାନୀର ସିଇଓ ଅଟନ୍ତି। ନିକଟରେ ସେ ଜଣେ ବ୍ୟକ୍ତିଙ୍କ CV ପାଇଥିଲେ। CV ର ଫଟୋ ପୋଷ୍ଟ କରିବାବେଳେ ରୋଶନ୍ ଲେଖିଛନ୍ତୁ – “ଏବେ ଏବେ ଏହି CV ପାଇଲି।”

Advertisment

ଏହି CVରେ ଲୋକମାନେ କ୍ୟାରିୟର ସହ ଜଡିତ ସମସ୍ତ ଜିନିଷ ଲେଖନ୍ତି, ଯାହା ପରବର୍ତ୍ତୀ କାମ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କିନ୍ତୁ ରୋଶନ୍ ଗ୍ରହଣ କରିଥିବା CV ବହୁତ ଅଦ୍ଭୁତ।

ଏହି ସିଭିରେ ବ୍ୟକ୍ତି ଜଣକ ତାଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଥିଲେ। ସେ ତାଙ୍କର ହାରାହାରି ଶୁକ୍ରାଣୁ ଗଣନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ୮୦୦ ମିଲିୟନ। CV ର ଉପରେ ସେ ଲେଖିଛନ୍ତି ଯେ ସେ ୧୧ ଜଣିଆ ଟିମ୍ ପରିଚାଳନା କରନ୍ତି, ସେ ପ୍ରାଇସିଂ ଓ ଷ୍ଟ୍ରାଟେଜୀ ପ୍ରସ୍ତୁତି କରିବା କାମ କରନ୍ତି। କିନ୍ତୁ CVର ତଳେ ଶୁକ୍ରାଣୁ ଗଣନା ସମ୍ବନ୍ଧୀୟ ସୂଚନା ଅତ୍ୟନ୍ତ ଅଦ୍ଭୁତ ଲାଗେ, ଯାହା CV ରେ ଆବଶ୍ୟକୀୟ ନୁହେଁ।

ଖବର ଲେଖାହେବା ବେଳକୁ ଏହି ପୋଷ୍ଟଟି ୨୩ ଲକ୍ଷରୁ ଅଧିକ ଭ୍ୟୁ ପାଇଥିବାବେଳେ ୧ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି। ଅନେକ ଲୋକ ନିଜର ମତ ମଧ୍ୟ ଦେଉଛନ୍ତି। ଜଣେ ଥଟ୍ଟା କରି କହିଛନ୍ତି ଯେ “ସେ କେଉଁ ପ୍ରକାର ଚାକିରି ଖୋଜୁଛନ୍ତି ତାହା ମଧ୍ୟ ଜାଣିବା ଆବଶ୍ୟକ।”

Ajab Gajab News Ajab Gajab Viral News Social Media
Advertisment
Advertisment