୨୦୨୪ରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍ରେ ଖେଳାଯିବ ଟି-୨୦ ବିଶ୍ୱକପ୍।
SECL (ସାଉଥ୍ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ୧୪୨୫ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
୨୦୨୧ ମସିହାରେ ଦିଆଯାଇଥିବା ଏହି ସାକ୍ଷାତକାରରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କହିଥିଲେ କି ବିଭିନ୍ନ କାରଣ ପାଇଁ ସେ ୨୦ରୁ ଅଧିକ ଫୋନ୍ ବ୍ୟବହାର କରନ୍ତି।
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୃଙ୍ଖଳିତ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ।
ମାଆଙ୍କୁ ଅପମାନ । ଗତକାଲି ସରସ୍ୱତୀ ପୂଜା ଥିଲା । ପୂଜା ଆରମ୍ଭ ହେବା ପରେ ମୂର୍ତ୍ତିକୁ ଦେଖି ସମସ୍ତେ ହତବାକ ହୋଇଯାଇଥିଲେ । ପାଲଟି ଯାଇଥିଲେ ନିର୍ବାକ । ଭାରତୀୟ ପୋଷାକରେ ନଥିଲେ ଦେବୀ ।
ନିର୍ବାଚନୀ ବଣ୍ତ ଜରିଆରେ ଦାତାଙ୍କ ନାଁ ଗୋପନୀୟ ରଖାଯାଉଥିବାରୁ ଏହା ମୁଖ୍ୟତଃ ସୂଚନା ଅଧିକାର ଆଇନ ଓ ସମ୍ବିଧାନର ଧାରା ୧୯ (୧)କୁ ଉଲ୍ଲଂଘନ କରୁଥିବା ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ।
ବୌଦ୍ଧ ଜିଲ୍ଲା ନଳୀକୁମ୍ପା ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେସନ୍ କରୁଥିବାବେଳେ ହଠାତ୍ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୨ SOG ଯବାନ ଗୁରୁତର ଆହତ ହୋଇଥିଲେ।
ଗାଡ଼ି ଚଲଉଥିଲେ, କ’ଣ ହେଲା କେଜାଣି ଆଖି ଲାଗିଗଲା ଡ୍ରାଇଭରର । ଏହାପରେ କ’ଣ ହେଲା ପରିସ୍ଥିତି ତାହା ନକହିବା ଭଲ । ଦୋକାନ ଭିତରେ ପଶିଗଲା ଗାଡ଼ି । ଏପରି ଦୁର୍ଘଟଣା ଘଟିଛି ତାମିଲନାଡୁରେ ।
ଇଲେକ୍ଟ୍ରୋରାଲ ବଣ୍ତ ଜରିଆରେ ଆଉ ପ୍ରଦାନ କରାଯିବନି ଚାନ୍ଦା । ଏହାକୁ ବେଆଇନ ତଥା ଅସାମ୍ବିଧାନିକ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ପଲ୍ଟିକାଲ ପାର୍ଟିଗୁଡ଼ିକୁ ଚାନ୍ଦା ପ୍ରଦାନ ଆଉ ଆଇନତଃ ବୈଧ ନୁହେଁ ।
ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଅନେକ ଫାଇଦା ପାଇଛି ରାଜ୍ୟ।
ମଙ୍ଗଳବାର ଲକ୍ଷ୍ନୌ ସହରର ରାଜା ବଜାର ଅଞ୍ଚଳରୁ ଏହି ଖବର ସାମ୍ନାକୁ ଆସିଲା । ଜଣେ ଛାତ୍ର ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ।
ଖଣ୍ଡଗିରିରେ ଦୁଲୁକିବ ଯାତ୍ରା ପେଣ୍ଡାଲ। ୧୮ ତାରିଖରୁ ନାମୀଦାମୀ ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଏ ନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଯାତ୍ରାରେ ରେକର୍ଡ ଡ୍ୟାନ୍ସ, ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି।
ବରପଦା ଇଂଜିନିୟରିଂ କଲେଜରେ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ରେଡ୍ ।
ପୋଲିସର କହିବାନୁଯାୟୀ, ଗୌତମ ହେଉଛି ଜଣେ ମାନସିକ ବିକାରଗ୍ରସ୍ତ ଯୁବକ । ଘର କଳି ଯୋଗୁଁ ସେ ନିଜ ପତ୍ନୀଙ୍କୁ ହତ୍ୟା କରିଛି । ତା’ପରେ ତାଙ୍କ ମୁଣ୍ଡ କାଟି ହାତରେ ଧରି ବୁଲୁଥିଲା । ଗୋଟେ ହାତରେ କଟା ମୁଣ୍ଡ ଥିଲା ବେଳେ ଅନ୍ୟ ହାତରେ ଧାରୁଆ ଅସ୍ତ୍ର ବି ଥିଲା ।
ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୧୦.୧୩ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ନାମାଙ୍କନ ଦାଖଲ ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଏଥିସହ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।
ଚାଲିବାର ଲାଭ ଆପଣ ନିଶ୍ଚୟ ଜାଣିଥିବେ। ଆପଣ କେବଳ ଆଗୁଆ ଚାଲିବା ବିଷୟରେ ଜାଣିଥିବେ । କିନ୍ତୁ, ଆପଣ ପଛୁଆ ଚାଲିବାର ଲାଭ ଜାଣିଛନ୍ତି କି? ପଛୁଆ ଚାଲିବା ହେଉଛି ସର୍ବୋତ୍ତମ କାର୍ଡିଓ ୱାର୍କଆଉଟ୍। ୧୦-୨୦ ମିନିଟ୍ ପାଇଁ ପଛୁଆ ଚାଲି ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ।
ଏହି ଘଟଣା ପରେ ଗାଁରେ ଲାଗି ରହିଛି ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ଗାଡ଼ି ପୋଡାଜଳା କରିଥିବା ସୂଚନା ମିଳିଛି।
ଅଜବ ପ୍ରେମ ନିବେଦନ...ଶୁଣିଲେ ହେବେ ଚକିତ...ଅନ୍ୟ ସ୍ତ୍ରୀକୁ ସୋସିଆଲ ମିଡ଼ିଆରେ କଲେ ପ୍ରେମ ନିବେଦନ ।
ଏଠି ଶବ୍ଦର ଆବଶ୍ୟକତା ନାହିଁ... କି ନାହିଁ ଭାଷାର ପ୍ରୟୋଜନ। ଠାରରେ ଠାରରେ... 'ନିଶବ୍ଦ' ଏ ପ୍ରେମ...। ଓଠ ନୁହେଁ, ଏଠି କଥା କହୁଛି ଆଖି... ଇସାରା ଇସାରାରେ ଚାଲିଛି ଭାବ ଦିଆନିଆ।
ଗାଈଗୋରୁ ହେଉ କି କୁକୁର, ବିଲେଇ। ଘରେ ରଖି ଲାଳନ ପାଳନ କରୁଛନ୍ତି କି, ଆଗକୁ ସେମାନଙ୍କ ଅବସ୍ଥା ବେହାଲ୍ ହେବାର ଆଶଙ୍କା ଉପୁଜିଛି। କାରଣ ୨୮ ଦିନର ଆନ୍ଦୋଳନ ପରେ ଏବେ ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ପ୍ରାଣୀ ଡାକ୍ତର।
ଅଶ୍ୱିନୀଙ୍କ ଅମଳରେ ରେଳ ଯୋଗାଯାଗରେ ଆସିଛି ଢେର୍ ଉନ୍ନତି କହିଲା ବିଜେଡି । ଅଶ୍ୱିନୀ ସମୀକରଣକୁ କି ଦୃଷ୍ଟିରେ ଦେଖିବେ ଦୁଇ ଦଳର କର୍ମୀ ଓ ଭୋଟର ?
ପ୍ରମାଣିତ ହେଲା ବିଜେଡି-ବିଜେପି ନିବିଡ଼ ସମ୍ପର୍କ କହିଲା କଂଗ୍ରେସ । ବିଜେଡିର ଉତ୍ତର ରାଜ୍ୟ ସ୍ୱାର୍ଥ ପାଇଁ ଏଭଳି ନିଷ୍ପତ୍ତି।
ଶ୍ରୀମନ୍ଦିରର ସୁରକ୍ଷାକୁ ଭେଦି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ। ଯାହାକୁ ନେଇ ଅସନ୍ତୁଷ୍ଟ ଭକ୍ତ ଓ ସେବାୟତ।
ରାଜ୍ୟ କଂଗ୍ରେସକୁ ଜଣକ ପରେ ଜଣେ ଯୁବ ନେତାଙ୍କ ଝଟ୍କା । ଦୁଇ ଦିନ ତଳେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ତ ଆଜି ଅଂଶୁମାନ ମହାନ୍ତି। ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ଥିବାବେଳେ ଜଣକ ପରେ ଜଣେ ୟଙ୍ଗ ବିଗ୍ରେଡ୍ଙ୍କ ଇସ୍ତଫା କଂଗ୍ରେସକୁ ଦୁର୍ବଳ କରିଛି।