• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗାଡ଼ି ଚଲଉଥିଲେ, କଣ ହେଲା କେଜାଣି ଆଖି ଲାଗିଗଲା ଡ୍ରାଇଭରର । ଏହାପରେ କଣ ହେଲା ପରିସ୍ଥିତି ତାହା ନକହିବା ଭଲ । ଦୋକାନ ଭିତରେ ପଶିଗଲା ଗାଡ଼ି । ଏପରି ଦୁର୍ଘଟଣା ଘଟିଛି ତାମିଲନାଡୁରେ । ଭେଲୋରର ଏକ ସ୍ଥାନୀୟ ଭୋଜନାଳୟରେ କାରଟି ଧକ୍କା ଦେଇଥିଲା ।

ଫଳରେ ସେଠାରେ ଥିବା ଜଣେ ମହିଳା କିଛି ଦୂରଯାଏଁ ଉଡ଼ିଯାଇଥିଲେ। ଗତ ଫେବ୍ରୁଆରୀ ୧୧ ରେ ଘଟିଥିବା ଏହି ଦୁର୍ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ଦର୍ଶାଯାଇଛି ଯେ, ଗାଡ଼ିଟି ହଠାତ୍ ପାଲାନିଙ୍କ ହୋଟେଲ ଭିତରେ ପଶିଯାଇଥିଲା । ଉକ୍ତ ଦୁର୍ଘଟଣାରେ ସାୟିଶା ନାମକ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରର ନାଁ କାର୍ତ୍ତିକ ବୋଲି ଜଣା ପଡ଼ିଛି ।

ପୋଲିସର ସୂଚନାନୁସାରେ, କାର୍ତ୍ତିକ ଦୁଇଦିନ ହେବ ଶୋଇ ନଥିଲେ । ପେନାଥୁର ଦେଇ ଗାଡି ଚଳାଇବା ସମୟରେ ଗୋଟେ ସ୍ପିଡ ବ୍ରେକର ଆସିଯାଇଥିଲା । ଗାଡ଼ିର ବେଗ ଅଧିକ ଥିଲା । ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ଦୋକାନ ଭିତରକୁ ପଶି ଆସିଥିଲା । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।