Advertisment

ଗୋଷ୍ଠୀ ସଂଘର୍ଷରୁ ତୁମୁଳ କାଣ୍ଡ, ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା !

ଏହି ଘଟଣା ପରେ ଗାଁରେ ଲାଗି ରହିଛି ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ଗାଡ଼ି ପୋଡାଜଳା କରିଥିବା ସୂଚନା ମିଳିଛି।

author-image
Santosh Kumar Sahoo
Group Clash

Group Clash

ଆଠଗଡ଼ ଖୁଣ୍ଟୁଣୀ ଥାନା ରାଧାକୃଷ୍ଣପୁର ଗାଁରେ ଗୋଷ୍ଠୀ ସଂଘର୍ଷ। ଗୋଷ୍ଠୀ ସଂଘର୍ଷରୁ ଟ୍ରାକ୍ଟର ମଡ଼ାଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ରାଧାକୃଷ୍ଣପୁର ଗାଁର ସୁଶାନ୍ତ ରଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ପରେ ସୁଶାନ୍ତଙ୍କୁ ଏଭଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ଏହି ଘଟଣା ପରେ ଗାଁରେ ଲାଗି ରହିଛି ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ଗାଡ଼ି ପୋଡାଜଳା କରିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ କଟକ ଜିଲ୍ଲା ଅତିରିକ୍ତ ଏସପିଙ୍କ ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୃତ ସୁଶାନ୍ତଙ୍କ ପରିବାର ପକ୍ଷରୁ ହତ୍ୟା ସଂପର୍କରେ ଖୁଣ୍ଟୁଣୀ ଥାନାରେ ଏତଲା ଦିଆଯାଇଛି।

Group Clash Murder
Advertisment
Advertisment