• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇଲେକ୍ଟ୍ରୋରାଲ ବଣ୍ତ ଜରିଆରେ ଆଉ ପ୍ରଦାନ କରାଯିବନି ଚାନ୍ଦା । ଏହାକୁ ବେଆଇନ ତଥା ଅସାମ୍ବିଧାନିକ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ପଲ୍ଟିକାଲ ପାର୍ଟିଗୁଡ଼ିକୁ ଚାନ୍ଦା ପ୍ରଦାନ ଆଉ ଆଇନତଃ ବୈଧ ନୁହେଁ । ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ନିର୍ବାଚନୀ ବଣ୍ତ ଜରିଆରେ ଦାତାଙ୍କ ନାଁ ଗୋପନୀୟ ରଖାଯାଉଥିବାରୁ ଏହା ମୁଖ୍ୟତଃ ସୂଚନା ଅଧିକାର ଆଇନ ଓ ସମ୍ବିଧାନର ଧାରା ୧୯ (୧) କୁ ଉଲ୍ଲଂଘନ କରୁଥିବା ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ।

ଏହା ସହିତ ଇଲେକ୍ଟ୍ରୋରାଲ ବଣ୍ଡକୁ ବନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ଗତ ୨୦୧୯ରୁ ଯେଉଁମାନେ ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ବିଭିନ୍ନ ଦଳକୁ ରାଜନୈତିକ ଚାନ୍ଦା ଦେଇଛନ୍ତି ସେମାନଙ୍କ ନାଁ ପ୍ରକାଶ କରିବାକୁ ଷ୍ଟେଟ ବ୍ୟାଙ୍କକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

୨୦୧୮ ଜାନୁଆରୀରେ ମୋଦି ସରକାର ନିୟମ କରିଥିଲେ ଯେ, ଜଣେ ଯେକୌଣସି ବ୍ୟକ୍ତି ଓ ବ୍ୟାବସାୟିକ ସଂସ୍ଥା ନିଜ ପରିଚୟ ଗୋପନ ରଖି ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇପାରିବେ । ଷ୍ଟେଟ ବ୍ୟାଙ୍କରେ ୧ ହଜାର ଟଙ୍କାରୁ ଆରମ୍ଭ କରି ୧ କୋଟି ପର୍ଯ୍ୟନ୍ତ ଟଙ୍କାର ବଣ୍ଡ କିଣିପାରିବେ ।

ଏହି ନିୟମକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଏଡିଆର୍ । ଦାତାଙ୍କ ନାଁ ଗୋପନ ରଖାଯିବା ଦ୍ୱାରା ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନରେ ସ୍ୱଚ୍ଛତା ରହୁନଥିବାର ଅଭିଯୋଗ କରିଥିଲେ ଆବେଦନକାରୀ । ଗତ ନଭେମ୍ବରରେ ପ୍ରଧାନ ବିଚାରପତିଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ ।

ADR ରିପୋର୍ଟ ଅନୁସାରେ ୨୦୨୨-୨୩ରେ ବିଜେପି ୭୨୦ କୋଟି ଟଙ୍କାର ଚାନ୍ଦା ପାଇଥିଲା । ସୂଚନା ଅନୁସାରେ ଅନ୍ୟ ୪ ଜାତୀୟ ଦଳ କଂଗ୍ରେସ, ଆପ୍, ସିପିଏମ୍ ଓ ଏନସିପି ମିଶି କରି ମୋଟ ଯେତେ ଚାନ୍ଦା ପାଇଛନ୍ତି, ବିଜେପି ଏକାକୀ ତାର ପାଞ୍ଚ ଗୁଣାରୁ ଅଧିକ ଚାନ୍ଦା ପାଇଛି ।