/odishatv-khabar/media/post_attachments/uploadimage/library/16_9/16_9_0/Crime_1707968695.jpg)
Crime
କି ଭୟଙ୍କର ମଣିଷ । ଜଣେ ମଣିଷ ହୋଇ ଆଉ ଜଣେ ମଣିଷର ମୁଣ୍ଡ କାଟି ହାତରେ ଧରି ବୁଲିବା କେତେ ଭୟଙ୍କର, ତାହା ଆପଣ ଅନୁମାନ କରିପାରୁଥିବେ ନିଶ୍ଚୟ । ଏଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପଶ୍ଚିମ ବଙ୍ଗ ମେଦିନାପୁର ଅଞ୍ଚଳରୁ । ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ତା’ର ମୁଣ୍ଡ କାଟି ହାତରେ ଧରି ବୁଲୁଥିଲା । ପୋଲିସ ତାକୁ ବୁଧବାର ଗିରଫ କରିଛି ।
ବ୍ୟକ୍ତି ଜଣକ ଗୌତମ ଗୋଚ୍ଛାୟତ ବୋଲି ଜଣାପଡ଼ିଛି । ବୟସ ୪୦ ବର୍ଷ ହେବ । ଚିସ୍ତିପୁର ବସ୍ ଷ୍ଟପ୍ରେ ତାକୁ ଦେଖି ପୋଲିସ ଗିରଫ କରିଛି । ସେତେବେଳେ ସେ ନିଜ ସ୍ତ୍ରୀର କଟା ମୁଣ୍ଡ ହାତରେ ଧରି ବୁଲୁଥିଲା । ଏଥିରୁ ଆପଣ ସ୍ପଷ୍ଟ ଅନୁମାନ କରିପାରୁଥିବେ ସେ ମଣିଷ କେତେ ନିଷ୍ଠୁର କେତେ ନିର୍ଦୟ । ପ୍ରଥମେ କିଛି ଲୋକ ଏହା ଦେଖି ଆତଙ୍କିତ ହୋଇପଡ଼ିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତି ଜଣକୁ ଗିରଫ କରିଥିଲା ।
ପୋଲିସର କହିବାନୁଯାୟୀ, ଗୌତମ ହେଉଛି ଜଣେ ମାନସିକ ବିକାରଗ୍ରସ୍ତ ଯୁବକ । ଘର କଳି ଯୋଗୁଁ ସେ ନିଜ ପତ୍ନୀଙ୍କୁ ହତ୍ୟା କରିଛି । ତାପରେ ତାଙ୍କ ମୁଣ୍ଡ କାଟି ହାତରେ ଧରି ବୁଲୁଥିଲା । ଗୋଟେ ହାତରେ କଟା ମୁଣ୍ଡ ଥିଲା ବେଳେ ଅନ୍ୟ ହାତରେ ଧାରୁଆ ଅସ୍ତ୍ର ବି ଥିଲା ।
ପୋଲିସ ଗୌତମକୁ ଗିରଫ କରିବା ପରେ ତା ଘରୁ ପତ୍ନୀଙ୍କ ମୃତଦେହକୁ ବି ଉଦ୍ଧାର କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଘଟଣାର ତଦନ୍ତ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)