• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାପା-ମାଆଙ୍କୁ ମେସେଜ୍‌ କଲା । ନିଜ ଭୁଲ ପାଇଁ କ୍ଷମା ମାଗିଲା । ତାପରେ ଜୀବନ ହାରିଲା । ଏ କାହାଣୀଟି ହେଉଛି ଲକ୍ଷ୍ନୌର ଜଣେ ଛାତ୍ରଙ୍କର । ଯିଏ କି ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲା । ତେବେ କଥା ଏତିକିରେ ସରି ନାହିଁ । ମୂଳ କଥା ହେଲା ଛାତ୍ର ଜଣକ ଅନ୍‌ଲାଇନ୍‌ ଗେମ୍‌ରେ ଏତେ ମାତ୍ରାରେ ମଗ୍ନ ଥିଲା ଯେ, ସେହି ଖେଳ ଖେଳୁ ଖେଳୁ ଅନେକ ଭୁଲ କରିସାରିଥିଲା । ଯେଉଁଥିପାଇଁ ନିଜ ଜୀବନ ହାରିଦେଲା।

ତେବେ ପୂରା ଘଟଣାଟି ହେଉଛି, ମଙ୍ଗଳବାର ଲକ୍ଷ୍ନୌ ସହରର ରାଜା ବଜାର ଅଞ୍ଚଳରୁ ଏହି ଖବର ସାମ୍ନାକୁ ଆସିଲା । ଜଣେ ଛାତ୍ର ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଆଉ ଆତ୍ମହତ୍ୟା କରିବା ପୂର୍ବରୁ ବାପା ମାଆଙ୍କୁ ହ୍ୱାଟ୍ସଆପ୍‌ ଜରିଆରେ ଏକ ମେସେଜ୍‌ କରିଛି । ସେହି ମେସେଜ୍‌ରେ ସେ ନିଜ ଭୁଲ ପାଇଁ କ୍ଷମା ମାଗିବା ସହ, ଲେଖିଛି ଯେ ମୋ ଭୁଲର ଆଉ ପ୍ରାୟଶ୍ଚିତ ନାହିଁ । ତେଣୁ ବାବା-ମାମା ମୋତେ କ୍ଷମା କରିଦେବ । ଛାତ୍ର ଜଣକୁ ବୟସ ମାତ୍ର ୧୯ । ତାଙ୍କ ନାଁ ମହମ୍ମଦ ଡାନିଏଲ ।

ଡାନିଏଲକୁ ଝୁଲୁଥିବା ଅବସ୍ଥାରେ ଦେଖି ପରିବାର ଲୋକ ତାକୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ KGMU ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଡାନିଏଲ ହଜରତଗଞ୍ଜ ସ୍କୁଲର ଛାତ୍ର ଥିଲା । ତାର ଦୁଇ ଭଉଣୀ ମଧ୍ୟ ରହିଛନ୍ତି । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ, ଡାନିଏଲର ମାଆ ମଙ୍ଗଳବାର ସକାଳୁ ତାକୁ ଉଠାଇବା ପାଇଁ ଯାଇଥିଲେ । ସେତେବେଳେ ସେ ତାଙ୍କ ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଖାଲି ସେତିକି ନୁହେଁ ମୋବାଇଲରୁ ଏକ ମେସେଜ ପଠାଇ ତାକୁ ଟେବୁଲ ଉପରେ ରଖିଥିଲା ଡାନିଏଲ ।

Class 12 Lucknow student, addicted to online gaming, dies by suicide

ଡାନିଏଲର ଅଙ୍କଲ କହିଛନ୍ତି, ସେ ସବୁବେଳେ ଅନ୍‌ଲାଇନ୍‌ ଗେମ୍‌ ଖେଳୁଥିଲା ଏବଂ ତା’ସହ ଅଭ୍ୟସ୍ତ ହୋଇସାରିଥିଲା । ଯେଉଁଥିପାଇଁ ଏଭଳି ଘଟଣା ଘଟିଲା ବୋଲି ସେ ଆଶଙ୍କା କରୁଛନ୍ତି ।

ଅନ୍ୟପଟେ ଥାନା ଅଧିକାରୀ କହିଛନ୍ତି, ମଙ୍ଗଳବାର ଡାନିଏଲର ଇଂରାଜୀ ଇଣ୍ଟରମିଡେଟ୍‌ ପରୀକ୍ଷା ଥିଲା । ତେଣୁ ସେ ଖବୁ ପ୍ରେସରରେ ରହିଥିଲା । ସକାଳ ୫.୫୩ରେ ସେ ବାପା-ମାଆଙ୍କୁ ଆତ୍ମହତ୍ୟା କରୁଥିବା ନେଇ ମେସେଜ୍‌ ପଠାଇଥିଲା । ସେଥିରେ ସେ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନାକ କରିଛି ।