Advertisment

ଜୀବନ ପାଇଁ ସଂଘର୍ଷ, ଏୟାରଲିଫ୍ଟ ହେଲେ ୨ ଯବାନ

ବୌଦ୍ଧ ଜିଲ୍ଲା ନଳୀକୁମ୍ପା ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେସନ୍‌ କରୁଥିବାବେଳେ ହଠାତ୍‌ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୨ SOG ଯବାନ ଗୁରୁତର ଆହତ ହୋଇଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
2 Jawan Airlift

2 Jawan Airlift

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ହୋଇଛନ୍ତି। ଆହତ ଦୁଇ ଯବାନଙ୍କୁ ବଲାଙ୍ଗିର ମେଡିକାଲରୁ ଏୟାରଲିଫ୍ଟ କରାଯାଇଛି । ବଲାଙ୍ଗିରରେ ପ୍ରଥମେ ଉଭୟ ଯବାନଙ୍କ ସିଟି ସ୍କାନ୍‌ କରିବା ପରେ ଦୁଇ ଯବାନଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଛି।

Advertisment

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ନଳୀକୁମ୍ପା ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେସନ୍‌ କରୁଥିବାବେଳେ ହଠାତ୍‌ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୨ SOG ଯବାନ ଗୁରୁତର ଆହତ ହୋଇଥିଲେ। ବିସ୍ଫୋରଣରେ ଆହତ ଯବାନଙ୍କୁ ପ୍ରଥମେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସିଟି ସ୍କାନ୍‌ କରିବା ପରେ ଉଭୟ ଯବାନଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଛି।

Maoists Landmine Blast SOG Jawan
Advertisment
Advertisment