• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

SECL (ସାଉଥ୍‌ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍‌ ଲିମିଟେଡ୍‌) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ୧୪୨୫ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀ SECL ର ଅଫିସିଆଲ୍‌ ୱେବସାଇଟ୍‌ secl-cil.in ରେ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ହେଉଛି ୨୭ ଫେବ୍ରୁଆରୀ ୨୦୨୪।

ପଦବୀ ବିବରଣୀ:

  • ଗ୍ରାଜୁଏଟ୍‌ ଆପ୍ରେଣ୍ଟିସ୍‌- ୩୫୦ ପୋଷ୍ଟ
  • ଟେକ୍‌ନିସିଆନ୍‌ ଆପ୍ରେଣ୍ଟିସ୍‌- ୧୦୭୫ ପୋଷ୍ଟ

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ SBIରେ ଚାକିରି; ବର୍ଷକୁ ପାରିଶ୍ରମିକ ୨୪.୫୦ ଲକ୍ଷ

ଶିକ୍ଷାଗତ ଯୋଗ୍ୟତା:

ଆଶାୟୀ ପ୍ରାର୍ଥୀ ଇଞ୍ଜିନିୟରିଂର ଆପ୍ରେଣ୍ଟିସ୍‌ସିପ୍‌ ୪ ବର୍ଷର ସ୍ନାତକୋତ୍ତ ତଥା ଡିଗ୍ରୀ ଅଥବା ଇଞ୍ଜିନିୟରିଂର ଟେକନିସିଆନ୍‌ ଶାଖାରେ ୩ ବର୍ଷର ଡିପ୍ଲୋମା କରିଥିବା ନିହାତି ଆବଶ୍ୟକ। ଆଶାୟୀ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଏହି ଡିଗ୍ରୀ ହାସଲ କରିଥିବେ। ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ..

ଚୟନ ପ୍ରକ୍ରିୟା:

ଇଞ୍ଜିନିୟରିଂ / ଡିପ୍ଲୋମା ପାସ୍ କରିବାର ତାରିଖ ଅନୁଯାୟୀ ପ୍ରାର୍ଥୀଙ୍କ ସର୍ଟଲିଷ୍ଟ ହେବ। ଅସ୍ଥାୟୀ ଭାବେ ମନୋନୀତ ପ୍ରାର୍ଥୀମାନଙ୍କୁ ପ୍ରଥମେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଏହାପରେ ଡାକ୍ତରୀ ପରୀକ୍ଷାରେ ଫିଟ୍ ମିଳିବା ପରେ ତାଲିମ ପାଇଁ ଅନୁମତି ଦିଆଯିବ ।

ମାର୍ଚ୍ଚ ୧୫ ରୁ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ସମାନ କାର୍ଯ୍ୟସୂଚୀ ୱେବସାଇଟରେ ଅପଲୋଡ୍ ହେବ। ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ SECL ର ଅଫିସିଆଲ୍ ୱେବସାଇଟ୍ secl-cil.in ଯାଇ ଦେଖିପାରିବେ।

ଅଧିକ ପଢ଼ନ୍ତୁ: BECIL ଭୁବନେଶ୍ୱର ପାଇଁ ଚାଲିଛି ନିଯୁକ୍ତି; ପଞ୍ଚମ ପିଲା ବି କରିପାରିବେ ଆବେଦନ