Advertisment

ଟି-୨୦ ବିଶ୍ୱକପ୍‌ରେ କିଏ ହେବ ଅଧିନାୟକ ? ଖୁଲାସା କଲେ ଜୟ ଶାହ...

୨୦୨୪ରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବ ଟି-୨୦ ବିଶ୍ୱକପ୍‌।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
T-20 World Cup 2024

T-20 World Cup

ଭାରତୀୟ କ୍ରିକେଟ ଟିମ୍‌ ପାଇଁ ୨୦୨୩ ବର୍ଷ ଭଲ ନଥିଲା। ଗତବର୍ଷ ଦୁଇ ଦୁଇଟି ICC ଇଭେଣ୍ଟ ଫାଇନାଲରେ ପରାଜୟ ବରଣ କରିଥିଲା ଭାରତ। ପ୍ରଥମେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଏବଂ ପରେ ଦିନିକିଆ ବିଶ୍ୱକପ୍‌ ଫାଇନାଲ। ଉଭୟ ଫାଇନାଲରେ ଭାରତ ପରାଜୟର ସ୍ୱାଦ ଚାଖିଥିଲା। ଆଉ ଉଭୟ ଫାଇନାଲରେ ଭାରତକୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ। ତେବେ ୨୦୨୪ରେ ପୁଣି ଥରେ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌। ତେବେ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ହେବ ଭାରତୀୟ ଦଳର ଅଧିନାୟକ। ରୋହିତ ଶର୍ମା ନା ହାର୍ଦ୍ଦିକ ପାଣ୍ଡ୍ୟା। ଏହି ଦୁଇ ନାଁଙ୍କୁ ନେଇ କିଛି ଦିନ ଧରି ଜାରି ରହିଥିଲା ବେଶ୍ ଚର୍ଚ୍ଚା।

Advertisment

୨୦୨୪ରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବ ଟି-୨୦ ବିଶ୍ୱକପ୍‌। ତେବେ ଏହି ବିଶ୍ୱକପ୍‌ରେ କିଏ ଧରିବ ଭାରତର ମଙ୍ଗ। ଏହାକୁ ନେଇ ଜାରି ରହିଥିଲା ବହୁ କଳ୍ପନା ଜଳ୍ପନା। ଏହି ଚର୍ଚ୍ଚା ଉପରେ ଏବେ ରୋକ୍‌ ଲାଗିଛି। ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ରୋହିତ ଶର୍ମା ହିଁ ଅଧିନାୟକତ୍ୱ କରିବେ ବୋଲି ସ୍ପଷ୍ଟ କରିଛନ୍ତି ବିସିସିଆଇ ସଚିବ ଜୟ ଶାହ। ବୁଧବାର ରାଜକୋଟରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହା କହିଛନ୍ତି ଜୟ ଶାହ। ସେ କହିଛନ୍ତି ଯେ, ଆଗାମୀ ଟି-୨୦ ବିଶ୍ୱକପ୍‌ରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ। ସେହିପରି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଦାୟିତ୍ୱ ତୁଲାଇବେ।

ଅଧିକ ପଢ଼ନ୍ତୁ: କମିନ୍ସଙ୍କ ପତ୍ନୀ ପ୍ରେମରେ ଭାରତୀୟ ଫ୍ୟାନ୍‌...ଅଷ୍ଟ୍ରେଲିଆ ଅଧିନାୟକ ଦେଲେ ରୋଚକ ଉତ୍ତର...

Advertisment

ଆଜିଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ ପୂର୍ବରୁ ବୁଧବାର ରାଜକୋଟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୨୦୨୩ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ମିଳିଥିବା ପରାଜୟ ଏବଂ ୨୦୨୪ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ଅଧିନାୟକ ନାଁ ଘୋଷଣା କରିଛନ୍ତି ବିସିସିଆଇ ସଚିବ। ଜୟ ଶାହ କହିଛନ୍ତି ଯେ, ‘ବିଶ୍ୱକପ୍‌ ବିଷୟରେ ମୁଁ କାହିଁକି କିଛି କହୁନାହିଁ ବୋଲି ସମସ୍ତେ ମୋ ବୟାନକୁ ଅପେକ୍ଷା କରିଥିଲେ। ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି କି ୨୦୨୩ରେ ଅହମ୍ମଦାବାଦରେ କ୍ରମାଗତ ୧୦ଟି ମ୍ୟାଚ୍‌ ଜିତିବା ପରେ ଯଦିଓ ଆମେ ବିଶ୍ୱକପ୍‌ ଜିତି ନାହୁଁ। ତଥାପି ଆମେ ପ୍ରଶଂସକଙ୍କ ହୃଦୟ ଜିତିଛୁ। କିନ୍ତୁ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି କି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଆମେ ନିଶ୍ଚିତ ଭାବରେ ୨୦୨୪ ଟି-୨୦ ବିଶ୍ୱକପ୍‌ରେ ବାରବାଡୋସ୍‌ରେ ଭାରତ ପତକାକୁ ଉଡାଇବୁ’।

ସୂଚନା ଅନୁସାରେ, ୨୦୨୨ ଟି-୨୦ ବିଶ୍ଵକପ୍‌ ସେମି ଫାଇନାଲ୍‌ରେ ପରାଜୟ ବରଣ କରିବା ପରେ ରୋହିତ ଶର୍ମା ଆଉ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁନଥିଲେ। ଆଉ ଗତବର୍ଷ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ଭାରତ ପରାଜୟ ବରଣ କରିବା ପରେ ଟି-୨୦ ବିଶ୍ୱକପ୍‌ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଭାର ତୁଲାଇବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଦୀର୍ଘ ୧୪ ମାସ ପରେ ରୋହିତ ଶର୍ମା ଓ ବିରାଟ କୋହଲି ଚଳିତ ବର୍ଷ ଜାନୁଆରୀ ଟି-୨୦ ଅନ୍ତର୍ଜାତୀୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ଶତକ ମଧ୍ୟ ହାସଲ କରିଥିଲେ। ଏହା ପରେ ରୋହିତଙ୍କୁ ଟି-୨୦ ଦଳର ଅଧିନାୟକ ଦାୟିତ୍ଵ ଦିଆଯିବ ବୋଲି ଆଶା କରାଯାଉଥିଲା।

Rohit Sharma Hardik Pandya T20 World Cup BCCI On T20 World Cup
Advertisment
Advertisment