/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707987429.jpg)
Saraswati puja
ମାଆଙ୍କୁ ଅପମାନ । ଗତକାଲି ସରସ୍ୱତୀ ପୂଜା ଥିଲା । ଏହି ଅବସରରେ ଦେଶର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନରେ ମାଆଙ୍କର ଆବାହନ କରାଯାଇଥିଲା । ତ୍ରିପୁରାର ଏକ ସରକାରୀ କଲେଜରେ ମଧ୍ୟ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା । ମାଆଙ୍କର ମୃଣ୍ମୟୀ ମୂର୍ତ୍ତୀ କିଣା ସରିଥିଲା ।
କିନ୍ତୁ ପୂଜା ଆରମ୍ଭ ହେବା ପରେ ମୂର୍ତ୍ତିକୁ ଦେଖି ସମସ୍ତେ ହତବାକ ହୋଇଯାଇଥିଲେ । ପାଲଟି ଯାଇଥିଲେ ନିର୍ବାକ । ଭାରତୀୟ ପୋଷାକରେ ନଥିଲେ ଦେବୀ । ଏହାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା ।
ପରେ ପରେ ବିରୋଧରେ ବଜରଙ୍ଗ ଦଳ ମଧ୍ୟ ଯୋଗ ଦେଇଥିଲା । ପାରମ୍ପରିକ ଭାରତୀୟ ପୋଷାକ ନପିନ୍ଧାଯାଇ ପୂଜା କରିବାକୁ ଏବିଭିପି ବିରୋଧ କରିଥିଲା । ଏହା ଅଶ୍ଳୀଳତା ବୋଲି ଏବିଭିପି ପକ୍ଷରୁ କୁହାଯାଇଥିଲା । ଦେବୀ ସରସ୍ୱତୀଙ୍କ ଏକ ଭୁଲ୍ ମୂର୍ତ୍ତି ବୋଲି ବିବେଚନା କରାଯାଇ ଉଭୟ ବଜରଙ୍ଗ ଦଳ ଓ ଏବିଭିପି ପ୍ରବଳ ବିରୋଧ କରିଥିଲେ ।
ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । କଲେଜ ତରଫରୁ କୁହାଯାଇଛି ଯେ, ହିନ୍ଦୁ ଧର୍ମକୁ ଅପମାନିତ କରିବାର କୌଣସି କାରଣ ନାହିଁ । ମୂର୍ତ୍ତିକୁ ସମସ୍ତ ରୀତିନୀତି ପାଳନ ପୂର୍ବକ ଅଣାଯାଇଛି । କାହାର ଧାର୍ମିକ ଭାବନାକୁ ଅପମାନିତ କରିବାର ଉଦ୍ଦେଶ୍ୟ ନାହିଁ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି ।
ପରେ ପ୍ରତିମାକୁ କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ବଦଳାଇ ଦିଆଯାଇଥିଲା । ଅନ୍ୟପଟେ ବିକ୍ଷୋଭକାରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିଛି । ତେବେ ଏନେଇ କଲେଜ, ଏବିଭିପି କି ବଜରଙ୍ଗ ଦଳ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)