Advertisment

ଏହି ୫ କାରଣ ପାଇଁ ଇଲେକ୍ଟ୍ରୋରାଲ ବଣ୍ଡ୍‌ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ...

ନିର୍ବାଚନୀ ବଣ୍ତ ଜରିଆରେ ଦାତାଙ୍କ ନାଁ ଗୋପନୀୟ ରଖାଯାଉଥିବାରୁ ଏହା ମୁଖ୍ୟତଃ ସୂଚନା ଅଧିକାର ଆଇନ ଓ ସମ୍ବିଧାନର ଧାରା ୧୯ (୧)କୁ ଉଲ୍ଲଂଘନ କରୁଥିବା ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Electoral Bond

Electoral Bond

ଇଲେକ୍ଟ୍ରୋରାଲ ବଣ୍ତ ଜରିଆରେ ଆଉ ପ୍ରଦାନ କରାଯିବନି ଚାନ୍ଦା । ଏହାକୁ ବେଆଇନ ତଥା ଅସାମ୍ବିଧାନିକ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ପଲିଟିକାଲ ପାର୍ଟିଗୁଡ଼ିକୁ ଚାନ୍ଦା ପ୍ରଦାନ ଆଉ ଆଇନତଃ ବୈଧ ନୁହେଁ । ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ନିର୍ବାଚନୀ ବଣ୍ତ ଜରିଆରେ ଦାତାଙ୍କ ନାଁ ଗୋପନୀୟ ରଖାଯାଉଥିବାରୁ ଏହା ମୁଖ୍ୟତଃ ସୂଚନା ଅଧିକାର ଆଇନ ଓ ସମ୍ବିଧାନର ଧାରା ୧୯ (୧) କୁ ଉଲ୍ଲଂଘନ କରୁଥିବା ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ।

Advertisment

ଇଲେକ୍ଟ୍ରୋରାଲ ବଣ୍ଡକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବାର ୫ଟି ପ୍ରମୁଖ ବିନ୍ଦୁ ହେଲା...

-ଇଲେକ୍ଟ୍ରୋରାଲ ବଣ୍ଡ ଜାରି କରୁଥିବା ଏସବିଆଇ ତୁରନ୍ତ ବଣ୍ଡ ବନ୍ଦ କରିବ। ବଣ୍ଡ ଜରିଆରେ ଯେଉଁ ଚାନ୍ଦା ପ୍ରଦାନ କରାଯାଇଛି, ଷ୍ଟେଟ ବ୍ୟାଙ୍କ ତା’ର ସଂପୂର୍ଣ୍ଣ ତଥ୍ୟ ଦେବେ। କେଉଁ ପାର୍ଟିକୁ କିଏ କେତେ ଚାନ୍ଦା ଦେଇଛି, ତାହା ମଧ୍ୟ ବ୍ୟାଙ୍କ ସାର୍ବଜନୀନ କରିବ

Advertisment

-୨ଟି କାରଣରୁ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନ କରାଯାଏ। ଏକରେ ସଂପୃକ୍ତ ପାର୍ଟିକୁ ସମର୍ଥନ କରାଯାଏ କିମ୍ବା ସେହି ରାଜନୈତିକ ପାର୍ଟିଠାରୁ ପ୍ରତିବଦଳରେ କିଛି ପାଇବା ଆଶାରେ ଚାନ୍ଦା ଦିଆଯାଏ।

-ସରକରୀ ନୀତି ବଦଳାଇବା ପାଇଁ ସମସ୍ତେ ଚାନ୍ଦା ଦିଅନ୍ତି ନାହିଁ। ଏପରିକି ଛାତ୍ର, ମୂଲିଆମାନେ ବି ଚାନ୍ଦା ଦିଅନ୍ତି। ତେଣୁ ଅନ୍ୟ କାରଣ ପାଇଁ କେତେକ ଲୋକ ଚାନ୍ଦା ଦେଉଛନ୍ତି ବୋଲି ପ୍ରାଇଭେସିର ସୁରକ୍ଷା ଦିଆନଯିବା, ନ୍ୟାୟ ନୁହେଁ।

-ସାଧାରଣ ଲୋକଙ୍କ ଅପେକ୍ଷା ରାଜନୈତିକ ଦଳଗୁଡ଼ିକ ଉପରେ ବିଭିନ୍ନ କମ୍ପାନିର ପ୍ରଭାବ ଥାଏ। କମ୍ପାନିଗୁଡ଼ିକ ଦେଉଥିବା ଚାନ୍ଦା ପୁରାପୁରି ବ୍ୟାବସାୟିକ କାରବାର ଅଟେ। ତେଣୁ କମ୍ପାନି ଆକ୍ଟର ସେକ୍ସନ ୧୮୨କୁ ସଂଶୋଧନ କରି ସାଧାରଣ ଲୋକ ଓ କମ୍ପାନିକୁ ସମାନ ବୋଲି କହିବା ଠିକ୍ ନୁହେଁ।

-କଳା ଧନକୁ ରୋକିବା ପାଇଁ ଇଲେକଟୋରାଲ ଏକମାତ୍ର ଉପାୟ ନୁହେଁ, ତା ପାଇଁ ଅନ୍ୟ ଅନେକ ବିକଳ୍ପ ଅଛି।

Supreme Court Electoral Bonds
Advertisment
Advertisment