• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୃଙ୍ଖଳିତ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ଏଥର ଯୁକ୍ତ ଦୁଇ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ନିରପେକ୍ଷ ପରୀକ୍ଷା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି ।

କପି ରୋକିବା ପାଇ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ସହ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଗତ ଡିସେମ୍ବର ୧୫ ତାରିଖରେ ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଥିଲା । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ପରୀକ୍ଷା ଚାଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ: ଆପଣ ନୂଆ ନୂଆ ସାକ୍ଷାତକାର ସାମ୍ନା କରୁଛନ୍ତି କି; ଜାଣନ୍ତୁ ପାଞ୍ଚଟି ପ୍ରଶ୍ନ ଓ ଉତ୍ତର

ପରୀକ୍ଷା ପାଇଁ କଣ ସବୁ ନିୟମ ଓ ବ୍ୟବସ୍ଥା ହୋଇଛି ଆସନ୍ତୁ ନଜର ପକାଇବା ।

୧- ପରୀକ୍ଷାର ଅଧ ଘଣ୍ଟା ପୂର୍ବରୁ ପହଁଚିବେ ଛାତ୍ରଛାତ୍ରୀ

୨- ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ, ୧୦ ମିନିଟ୍ ପୂର୍ବରୁ ଖାତା ଦିଆଯିବ

୩- ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ପାଇବେ ଛାତ୍ରଛାତ୍ରୀ

୪- ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ୟା ଭଲଭାବେ ଦେଖିନେବେ ଏବଂ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ

୫- ପ୍ରଶ୍ନପତ୍ରରେ ପୃଷ୍ଠା ସଂଖ୍ୟା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ

୬- ଆଡିସନାଲ ସିଟ୍ ଦିଆଯିବ ନାହିଁ

୭- ପ୍ରଶ୍ନପତ୍ରରେ ରୋଲ୍ ନଂ ଛଡା ଦାଗ ବି ଲଗାଇବେ ନାହିଁ, ନଚେତ୍ ମାଲ ପ୍ରାକ୍ଟିସ ବୋଲି ଧରାଯିବ

୮- ଉତ୍ତର ଖାତାରେ ନିଜର ରୋଲ୍ ନମ୍ବର, ରେଜିଷ୍ଟ୍ରେସନ୍ ନମ୍ବର ଠିକ୍ ଭାବେ ସଠିକ୍ ଜାଗାରେ ଲେଖିବେ

୯- ପ୍ରଶ୍ନପତ୍ରର ସେଟ୍ କୋଡକୁ ନିର୍ଭୁଲ ଭାବେ ଲେଖିବେ

୧୦- ଉପସ୍ଥାନ ଖାତାରେ ନିଜର ରୋଲ୍ ନମ୍ବର ଦେଖି ଉପସ୍ଥାନ ପକାଇବେ

୧୧- ପରୀକ୍ଷା ହଲକୁ କଳା ବଲପେନ୍ ଏବଂ ଆଡମିଟ୍ କାର୍ଡ ବ୍ୟତୀତ ଅନ୍ୟ ଜିନିଷ ବର୍ଜନୀୟ